ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣା ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଦର୍ଶକ ବନ୍ଧୁ କୁକୁର ହେଉଛି ଏକ ଗୃହପାଳିତ ପଶୁ । ସମସ୍ତେ କୁକୁରକୁ ନିଜ ଘରେ ପାଳିବା ପାଇଁ ଇଛା କରନ୍ତି ହେଲେ ଗୋଟେ ଗୋଟେ କୁକୁର ଅତି ହିଂସ୍ର ହେଇଥାନ୍ତି ସେମାନେ ମଣିଷ ମାନଙ୍କ ପାଇଁ କାଳ ପାଲଟି ଥାନ୍ତି । ତେବେ ଗତ କିଛି ସମୟ ହେବ ଏପରି ଏକ କୁକୁର ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କୁକୁର ବିରୋଧରେ କଲୋନୀ ବାସୀ ଥାନାରେ ଅଭିଯୋଗ କରିଛନ୍ତି ।
ଏହି କୁକୁରଟି ଏକ କୁନି ଛୁଆକୁ ତିନି ଥର କାମୁଡି ସାରିଲାଣି ତେଣୁ ଛୁଆର ବାପା ଏବେ ଏହି କୁକୁରର ମାଲିକ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଛୁଆର ବାପା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୋର ଆଉ ସମସ୍ତଙ୍କର ଏଠି ଗୋଟିଏ ଦାବି ଥିଲା ଯେ, ଏହି କୁକୁରକୁ ଏଠୁ ବାହାର କରିଦିଅନ୍ତୁ । କାରଣ ସେ ଯେଉଁ ଛୁଆକୁ କାମୁଡିଛି ସେ ଛୁଆ ଯେତେବେଳେ ଜାଣିବ ଆଉ କୁକୁର ନାହିଁ ସେ ବିନା ଡରରେ ଏଠି ବୁଲିବ ।
ଆମେ ସମସ୍ତେ ଏଠି ଅଶାନ୍ତି ହେଉ ଅଛୁ ଆମେ ବି ଜାଣିଲୁ ଟିକେ ଶାନ୍ତି ମିଳିବ । ମୋ ଛୁଆକୁ କୁକୁର କାମୁଡିଲା ପରେ ୨୫ ମିନିଟ ସିଲେଇ ହେଇଛି ବିନା ଆନେସ୍ଥେସୀଆରେ ଆପଣ ଭାବନ୍ତୁ ଯୁବକ ମାନଙ୍କୁ ଯଦି ଫୋଡି ଦେଉଛନ୍ତି ସେମାନେ କେତେ କାନ୍ଦୁ ଛନ୍ତି ।
୨୫ ମିନିଟ ତା ପିଠି ଆଉ ପେଟରେ ସିଲେଇ କରିଛନ୍ତି ପୋଡି ଛନ୍ତି ସେ ରଡି କରୁଥିଲା ୨୫ ମିନିଟ । ଯେଉଁ କଷ୍ଟ ଆମ ଛୁଆ ପାଇଛି ସେଇଟା ଆମେ କେବେ ବି ଭୁଲି ପାରିବୁନି । ଯଦି ପୁଣି ବି କିଛି କ୍ରୀମିନାଲ କେସ କରିବାକୁ କିଏ ଚାହୁଁ ଛନ୍ତି ତାହା କେବଳ ସରକାର କରିବେ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।