Samantha ଙ୍କୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ପୂର୍ବସ୍ଵାମୀ Naga Chaitanya, ଜାଣନ୍ତୁ କାହିଁକି ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି ସାଉଥ ଅଭିନେତ୍ରୀ । ସମନ୍ଥା ଙ୍କ ସ୍ୱାସ୍ଥ୍ୟ କୁ ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ପୂର୍ବ ସ୍ଵାମୀ ନାଗ ଚୈତନ୍ୟ । ଖବର ଅନୁଯାୟୀ ସମନ୍ଥା ଙ୍କ ସହିତ ଫୋନ ରେ କଥା ହୋଇଛନ୍ତି ନାଗା ଚୈତନ୍ୟ । ସାଉଥ ଅଭିନେତ୍ରୀ ସମନ୍ଥା ନିଜ ବୃଦ୍ଧିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନରେ ବେସ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସମନ୍ଥା ସୋ-ସି-ଆ-ଲ ମି-ଡି-ଆ ରେ ପ୍ରଶଂସକ ମାନଙ୍କୁ ସୂଚନା ଦେଇଥିଲେ ଯେ ମାୟାସିଟିସ ରୋଗ ସହିତ ସେ ଲଢେଇ କରୁଛନ୍ତି ।

ସେବେଠାରୁ ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ବହୁତ ଚିନ୍ତିତ ଅଛନ୍ତି । ଏହି ସମୟରେ ଶୁଣିବାକୁ ମିଳୁଛି ଯେ ସମନ୍ଥା ଙ୍କ ପ୍ରଶଂସକ ଙ୍କ ବ୍ୟତୀତ ପୂର୍ବତ୍ତନ ସ୍ଵାମୀ ନାଗା ଚୈତନ୍ୟ ଦୁଃଖିତ ଥିବା ସହିତ ଚିନ୍ତିତ ମଧ୍ୟ ଅଛନ୍ତି । ତେବେ ସୂଚନା ଅନୁସାରେ ସମନ୍ଥା ଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭାବରେ ଭଲ ହୋଇନାହିଁ । କିନ୍ତୁ ସେ ପୂର୍ବ ଅପେକ୍ଷା ସୁସ୍ଥ ଏବଂ ଭଲ ଅଛନ୍ତି ।

କୁହାଯାଉଛି ଯେ ନାଗା ଚୈତନ୍ୟ ଏବଂ ତାଙ୍କ ପରିବାର ମଧ୍ୟ ସମନ୍ଥା ଏବଂ ତାଙ୍କ ଅସୁସ୍ଥତା କୁ ନେଇ ଚିନ୍ତା ରେ ଅଛନ୍ତି । ତେବେ ନାଗା ସମନ୍ଥା ଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । କିନ୍ତୁ ଉଭୟଙ୍କ ପ୍ରଶଂସକ ମାନେ ଉଭୟଙ୍କ ପୃଥକତା କୁ ନେଇ ଅତ୍ୟନ୍ତ ଦୁଃଖିତ ଥିଲେ । ବର୍ତ୍ତମାନ ସେମାନେ ପୁଣିଥରେ ଆଶା କରୁଛନ୍ତି ଯେ ଦୁହେଁ ପୁଣିଥରେ ଏକାଠି ହୁଅନ୍ତୁ ।

ଉଭୟଙ୍କ ମଧ୍ୟରେ ସବୁକିଛି ସ୍ଵଭାବିକ ହୋଇଯାଉ । ସମନ୍ଥା ତାଙ୍କ ପରବର୍ତ୍ତୀ ଚଳଚିତ୍ର ଯଶୋଧା ଏବଂ ଶକୁନ୍ତଳମ ର ଡବିଙ୍ଗ କାମ ଶେଷ କରିବାରେ ବ୍ୟସ୍ତ ଥିବା ବେଳେ ନାଗା ନିର୍ଦ୍ଧେଶକ ଭେଙ୍କେଟା ପ୍ରଭାସ ଙ୍କ ଫିଲ୍ମ ରେ ବ୍ୟସ୍ତ ଅଛନ୍ତି । ତେବେ ନିକଟରେ ଯଶୋଧା ଙ୍କ ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା ଯାହାକୁ ପ୍ରଶଂସକ ମାନେ ବହୁତ ପସନ୍ଦ କରିଥିଲେ ।

ଏଥି ସହିତ ନାଗା ଏବଂ ସମନ୍ଥା ଙ୍କର ବାକି ପ୍ରଜେକ୍ଟ ନିମନ୍ତେ ପ୍ରଶଂସକ ମାନେ ବହୁତ ଉତ୍ସାହିତ ଅଛନ୍ତି । ତେବେ ଏହିଭଳି ଅଲଗା ହୋଇ ମଧ୍ୟ ପରସ୍ପର ବିଷୟରେ ଚିନ୍ତା କରିବାର ଅର୍ଥ ପ୍ରେମ ନୁହେଁ ତ ଆଉ କ’ଣ ହୋଇପାରେ ? ଏଥିରୁ ଜଣା ପଡୁଛି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ବର୍ତ୍ତମାନ ମଧ୍ୟ ରହିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *