ଦର୍ଶକ ବନ୍ଧୁ ଚଳିତ ବର୍ଷ ଟି20 ବିଶ୍ଵ କପ ଶେଷ ହୋଇଛି ଆଉ ଏହି ବିଶ୍ଵ କପ ଇଂଲଣ୍ଡ ନିଜ ନାମରେ କରି ଦେଇଛି । ତେବେ ଭାରତ ଏହି ଟି20 ବିଶ୍ଵ କପ ଫାଇନାଲକୁ ଯାଇ ନଥିଲା ହେଲେ ପଡିଆରେ ଦର୍ଶକ ମାନେ ଉଡାଇ ଥିଲେ ତ୍ରିରଙ୍ଗା । ପାକିସ୍ତାନ ହାରିବା ଖୁସିରେ ଉଡି ଥିଲା ତ୍ରିରଙ୍ଗା । ତେବେ ଟି20 ବିଶ୍ଵ କପକୁ ହାତେଇ ଦେଇଛି ଇଂଲଣ୍ଡ ଦଳ । ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ କବଜା କରିଛି ଟି20 ବିଶ୍ଵ କପ ଟାଇଟେଲ ଉପରେ ।
ଏହି ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା ଭାରତୀୟଙ୍କ ଖୁସି । ଇଂଲଣ୍ଡ ଜିତିବା ପରେ ମେଲବନରେ ଉଡି ଥିଲା ତ୍ରିରଙ୍ଗା ପତାକା । ଭାରତୀୟ ମାନେ ପାକିସ୍ତାନ ହାରରେ ଖୁସି ହୋଇ ତ୍ରିରଙ୍ଗା ପତାକା ଉଡାଇ ଥିଲେ । ତେବେ ଏମିତି କିଛି ଦୃଶ୍ୟ ଗତ କାଲି ଦେଖିବାକୁ ମିଳିଥିଲା ମେଲବନ ଗ୍ରାଉଣ୍ଡରେ । ଯେଉଁ ଗ୍ରାଉଣ୍ଡରେ 80 ହଜାରରୁ ଅଧିକ ଲୋକ ମ୍ୟାଚ ଦେଖିବା ପାଇଁ ଆସିଥିଲେ ସେହି ଗ୍ରାଉଣ୍ଡରେ ଏମିତି କିଛି ଦୃଶ୍ୟ ସେମାନେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
କାରଣ ଏ ଦୃଶ୍ୟ ଥିଲା ଏମିତି କିଛି ଚାଲି ଥିଲା ଧମାଧମ ମ୍ୟାଚ ପାକିସ୍ତାନ 20 ଓଭରରେ କରିଥିଲା 137 ରନ୍ । ଏହା ପରେ ମଇଦାନ ଉପରକୁ ଆସିଥିଲା ଇଂଲଣ୍ଡ ଦଳ । ଦର୍ଶକ ବନ୍ଧୁ ପାକିସ୍ତାନର ବିସ୍ପରକ ବୋଲିଂରେ ଇଂଲଣ୍ଡ ହାରିବା ଉପରେ ଥିଲା । ହେଲେ ବେନ ଷ୍ଟୋକ ଏବଂ ମୋଏନ ଅଲିଙ୍କ ଆଗରେ ବିଫଳ ହୋଇଥିଲା ପାକିସ୍ତାନର ବୋଲିଂ । ଶେଷ ଓଭରରେ ଇଂଲଣ୍ଡ ଟି20 ବିଶ୍ଵ କପ ଟାଇଟେଲକୁ ହାତେଇ ଦେଇଥିଲା ।
ଆଉ ଏହା ପରେ ପୁରା ଷ୍ଟାଡିୟମରେ ଉଡି ଥିଲା ତ୍ରିରଙ୍ଗା ପତାକା । ଭାରତୀୟ ଦର୍ଶକ ପାକିସ୍ତାନ ହାରିବା ଖୁସିରେ ଉଡାଇଥିଲେ ତ୍ରିରଙ୍ଗା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି 1992ରେ ଯେଉଁ ସଂଯୋଗ କଥା କୁହାଯାଉଥିଲା ସେସବୁ ମିଛ ବୋଲି ପ୍ରମାଣ ହେଇଛି ।
କାରଣ ପାକିସ୍ତାନ 1992 ମସିହାରେ ଇଂଲଣ୍ଡକୁ ପରାସ୍ତ କରିଥିବା ବେଳେ 2022ରେ ପାକିସ୍ତାନକୁ ପରାସ୍ତ କରିଛି ଇଂଲଣ୍ଡ । ୱେଷ୍ଟ ଇଣ୍ଡିଜ ପରେ ଇଂଲଣ୍ଡ ହେଇଛି ଦୁଇଟି ବିଶ୍ଵ କପର ବିଜେତା । ତେବେ ଦର୍ଶକ ବନ୍ଧୁ ଏବେ ଏହି ଖବରକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।