TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ ! ରାଷ୍ଟ୍ରପତି Draupadi Murmu ଙ୍କ ରୂପ ଓ ରଙ୍ଗକୁ ନେଇ ଦେଲେ ଏପରି ନିନ୍ଦନୀୟ ମନ୍ତବ୍ୟ, ତେଜିଲା ବିବାଦ

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଟିଏମସି ମନ୍ତ୍ରୀଙ୍କ ଔଦ୍ଧତ୍ୟ ଏବେ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କୁଶ୍ଚିତା ମନ୍ତବ୍ୟ ଦେଲେ ଟିଏମସି ନେତା ତଥା ମନ୍ତ୍ରୀ ଅଖିଲ ଗିରି । ଏବେ ଏହି ଖବରକୁ ନେଇ ସାରା ଭାରତ ବର୍ଷାରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଟିଏମସି ନେତା ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଟିଏମସି ନେତା ଅଖିଲ ଗିରି ନନ୍ଦିଗ୍ରାମରେ ଏକ ଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅନେକ କଥା କହିଛନ୍ତି । ରାଷ୍ଟ୍ରପତି କେମିତି ଦେଖା ଯାଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଅଖିଲ ଗିରି । ଆଉ ଅଖିଲଙ୍କ ଏଭଳି ମନ୍ତବ୍ୟକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏଭଳି ମନ୍ତବ୍ୟ ନେଇ ସବୁ ଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଆଉ ଅନେକ ବିରୋଧ ପରେ ସେ କ୍ଷମା ମାଗିଥିଲେ । ତେବେ ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଟିଏମସି ନେତା ଅଖିଲ ଗିରି ଜନସାଧାରଣଙ୍କ ମଝିରେ ରହି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୁଶ୍ଚିତ ନିନ୍ଦା କରୁଥିବାର ନଜର ଆସୁଛନ୍ତି ।

ଆଉ ସେଠାରେ ଥିବା ଲୋକ ମାନଙ୍କ ମୁହଁରେ ବି ଲଜ୍ଜା ଶରମ କିଛି ବି ନାହିଁ ସେମାନେ ସେଠାରେ ଛିଡା ହୋଇ ଏଭଳି ଏକ ଅଯୋଗ୍ୟ ଲୋକର କଥାରେ ହସୁ ଛନ୍ତି । ଅଖିଲ ହେଉଛନ୍ତି ପଶ୍ଚିମ ବଙ୍ଗ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ । ସେ ଯାହା ମନ୍ତବ୍ୟ ଦେଇଛନ୍ତି ତାହା ରାଷ୍ଟ୍ରପତିଙ୍କ ବିରୋଧରେ ବ୍ୟତିକ୍ରମ ଆଚରଣ ପଦର୍ଶନ କରେ । ଯେତେବେଳେ ଦ୍ରୌପଦୀ ନିର୍ବାଚନରେ ଛିଡା ହୋଇଥିଲେ ସେତେବେଳେ ବି ତୃଣାମୂଳ କଂଗ୍ରେସ ତାଙ୍କୁ ବିରୋଧ କରୁଥିଲା ।

ତେଣୁ ବର୍ତ୍ତମାନ ଟିଏମସି ନେତାଙ୍କ ଏଭଳି ଆଚରଣକୁ ନେଇ ସାରା ଭାରତ ବର୍ଷରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବୋଧ ହୁଏ ଆଗକୁ ଅଖିଲ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ସେ ନିଜେ ବି ଜାଣି ନାହାନ୍ତି ସେ କେତେ ବଡ ଭୁଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *