ଦର୍ଶକ ବନ୍ଧୁ ଚଳିତ ବର୍ଷ ଟି20 ବିଶ୍ଵ କପ ହାରିବା ପରେ ଟିମ ଇଣ୍ଡିଆକୁ ପ୍ରବଳ ସମାଲୋଚନା କରାଯାଉଛି । ରାହୁଲ ଏବଂ ରୋହିତଙ୍କୁ ନେଇ ଏବେ ହଜାରେ ପ୍ରଶ୍ନ ଉଠୁଛି । ଦଳରେ ପରିବର୍ତ୍ତନ ନେଇ ଏବେ ସବୁ ମହଲରେ ଦାବି କରାଯାଉଛି । ହଁ ଦର୍ଶକ ବନ୍ଧୁ ଟି20 ବିଶ୍ଵ କପରୁ ଲଜ୍ଜା ଜନକ ବିଦାୟ ପରେ ଏବେ ପ୍ରବଳ ସମାଲୋଚନା କରାଯାଉଛି । ଏହି ବିଶ୍ଵ କପରେ ଭଲ ପଦର୍ଶନ କରୁଥିବା ଟିମ ସେମି ଫାଇନାଲରେ କାହିଁକି ନିସ୍ତେଜ ପଡିଗଲା ।
ନା ଭଲ ବୋଲିଂ କଲା ନା ଭଲ ବ୍ୟାଟିଂ । ଭାରତ ଇଂଲଣ୍ଡ ଆଗରେ ଏକ ତରଫା ଭାବରେ ଆତ୍ମ ସମର୍ପଣ କରିଦେଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେଉଁଠି ବି ଲାଗିଲା ନାହିଁ ଯେ ଦଳ ଜିତିବା ପାଇଁ ଲଢେଇ କରୁଛି । ଏହି ମୁକାବାଲାରେ ଫେଲ ମାରିଲେ ଦଳର ବିଶ୍ବସ୍ତର ବ୍ୟାଟର ଏବଂ ବୋଲର । ତେବେ ଏଭଳି ଲଜ୍ଜା ଜନକ ପରାଜୟ ପରେ କ୍ୟାପଟେନ ଏବଂ କୋଚକୁ କାଠ ଗଡାକୁ ଟାଣି ଆଣିଲେଣି କିଛି ବରିଷ୍ଠ କ୍ରିକେଟରଙ୍କ ସହିତ ଭାରତୀୟ ସମର୍ଥକ ।
ପୂର୍ବତ୍ତମ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ଲଗାତାର ଫେଲ ମାରୁଥିବା ଅଶ୍ଵିନ ଆଉ ଅକ୍ଶର କାହିଁକି ସବୁ ମ୍ୟାଚରେ ଖେଳା କରାଗଲା । ତାଙ୍କ ବଦଳରେ ଚହଲଙ୍କୁ ଦଳ ଆଣି ପାରିଥାନ୍ତା କାହିଁକି ଚହଲକୁ ପୁରା ସିରିଜରେ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ । ଏହାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର । ଏହା ସହ କିମ୍ବଦନ୍ତୀ ଖେଳାଳି କପିଲ ଦେବ କହିଛନ୍ତି ଏହି ମ୍ୟାଚକୁ ନେଇ ସମାଲୋଚନା ହେବା ନିହାତି ଆବଶ୍ୟକ ।
ଏପରି କି ଦଳରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କପିଲ ମତ ଦେଇଛନ୍ତି । ଏହା ସହ ଦଳର ରଣନୀତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଲେଣି ସମୀକ୍ଷକ । ଏହି ମ୍ୟାଚର ପରାଜୟ ପରେ କୋଚଙ୍କୁ ଏଥିପାଇଁ ଦାୟୀ କରିବା ସହ ଟି20 ଫର୍ମାଟ ପାଇଁ ନୂଆ କୋଚଙ୍କୁ ଦାୟିତ୍ଵ ଦେବା କଥା ଉଠାଇ ଛନ୍ତି ପୂର୍ବତ୍ତମ କ୍ରିକେଟର ଅତୁଲ ।
ଏହା ସହ ପ୍ଲେୟାରଙ୍କ ସହ ଫେଲ ମାରୁ ଥିବା ଓପନିଙ୍ଗ ଯୋଡିକୁ ଚେଞ୍ଜ ନକରିବା ପାଇଁ କାହିଁକି ଚାପ ପକାଉ ଥିଲେ ରୋହିତ ଏବଂ ତାହା ମଧ୍ୟ ଏକ ବଡ ପ୍ରଶ୍ନ ବୋଲି କହିଛନ୍ତି ସମୀକ୍ଷକ । ସେପଟେ ଟିମ ଇଣ୍ଡିଆର ଦିଗଜ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ କୋଚିଙ୍ଗ ଦାୟିତ୍ଵ ଦେବାକୁ ବିଭିନ୍ନ ମହଲରେ ଦାବି ଉଠିଲାଣି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।