‘ମୋ ଜେଜେ ମା’ ମୋ ରୋଲ ମଡେଲ ଥିଲେ, ସେ ବହୁତ ସାହସୀ ଥିଲେ, ଯେତେବେଳେ ବି ମୁଁ…’ ନିଜ ପିଲା ଦିନର ସ୍ମୃତି ବଖାଣିଲେ ରାଷ୍ଟ୍ରପତି Draupadi Murmu

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚୟ ଜାଣିଥିବେ ।

ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଆଉ ଦ୍ରୌପଦୀ ହେଉଛନ୍ତି ଆମ ଓଡିଶାର ପ୍ରଥମ ମହିଳା ଯିଏ ଏତେ ବଡ ପଦବୀ ଗ୍ରହଣ କରିଛନ୍ତି । ଆମ ଓଡିଶାରେ କେହି ବି ମହିଳା ଏତେ ବଡ ପଦବୀରେ ବସି ନଥିଲେ ।  ତେବେ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଅତି ସୁନ୍ଦର ଭାବରେ ନିଜ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେ ନିଜ ସ୍ଵାମୀ ଆଉ ଦୁଇ ପୁଅଙ୍କୁ ହରାଇ ଛନ୍ତି ଆଉ ନିଜ ଜୀବନରେ ବହୁତ ଦୁଃଖ କଷ୍ଟ ସହି ଛନ୍ତି ।

ତେବେ ଗତ କାଲି ଦ୍ରୌପଦୀ ଓଡିଶାକୁ ଆସିଛନ୍ତି । ସେ ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର ଯାଇଥିଲେ ଆଉ ଆଜି ସେ ନିଜ ଗାଁକୁ ଯାଇଛନ୍ତି । ତାଙ୍କ ଗାଁରେ ଥିବା ଏକ ସ୍କୁଲକୁ ସେ ଯାଇଛନ୍ତି । ସେହି ସ୍କୁଲକୁ ଯାଇ ଦ୍ରୌପଦୀ ଏପରି କିଛି କଥା କହିଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଦ୍ରୌପଦୀ କହିଛନ୍ତି-‘ମୁଁ ଯେତେବେଳେ ଚାକିରି କରୁଥିଲି ଏ ସ୍କୁଲକୁ ଆସିଛି କାରଣ ମୋ ସମ୍ପର୍କୀୟ ସବୁ ଏଇଠି ଆସୁଥିଲେ ।

ସେତେବେଳେ ଆଜିକାର ପରିସ୍ଥିତି ନଥିଲା । ମୁଁ ଏହା ପରେ ମୋ ସ୍କୁଲକୁ ଯିବି ଆଉ ମୋ ହଷ୍ଟେଲକୁ ବି ଯିବି । ସେତେବେଳେ ସ୍କୁଲ ମାଟି ଘର ଥିଲା ଛପର ଥିଲା ଏବେ ତ ପକ୍କା ଘର ହେଇ ଯାଇଛି । ଏବେ ପରିସ୍ଥିତି ବହୁତ ସୁଧୁରିଛି ଆଉ ତମେ ମାନେ ଏହି ପରିସ୍ଥିତିରେ ଭଲ ପାଠ ପଢ । ମୋ ଜୀବନରେ କେହି ରୋଲ ମଡେଲ ନଥିଲେ ମୋ ରୋଲ ମଡେଲ ଥିଲେ ମୋ ଜେଜେ ମା ।

ମୋ ଜେଜେ ମା ବହୁତ ସାହସୀ ଥିଲେ । ଲୋକ ମାନଙ୍କର ଯେକୌଣସି ଅସୁବିଧାରେ ମୋ ଜେଜେ ମା ସହାୟତା କରିବାକୁ ଯାଉଥିଲେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *