IND vs ENG: ଭାରତ ହାରିବାର 5 ଟି ବଡ କାରଣ, 2 ୟ କାରଣଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ !

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ପୁଣି ଭାଙ୍ଗିଲା ବିଶ୍ଵ କପ ଜିତିବାର ସ୍ଵପ୍ନ । ଶେଷ ପର୍ଯ୍ୟାୟରେ ଇଂଲଣ୍ଡ ଠାରୁ ହାରିଲା ଭାରତ । ତେବେ ଭାରତ ପରାଜୟ ହେବା ପଛରେ ପାଞ୍ଚଟି ବଡ କାରଣ ରହିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁପର 12ର ଶୀର୍ଷରେ ଥିବା ଟିମ ଭାରତ ସେମି ଫାଇନାଲରେ ବିଶ୍ଵ କପରୁ ବାଦ ପଡିଛି ।

ଇଂଲଣ୍ଡ ଠାରୁ ସେମି ଫାଇନାଲ ହାରିବା ସହ ପୁଣି ଥରେ ଭାରତର ବିଶ୍ଵ କପ ଜିତିବାର ସ୍ଵପ୍ନ ଧୂଳିସାତ ହେଇଛି । 2007ରେ ଟି20 ବିଶ୍ଵ କପ ଜିତି ଥିବା ଭାରତ ଏ ଯାଏଁ କ୍ରିକେଟରେ ଛୋଟ ଫର୍ମାଟରେ ଚାମ୍ପିୟାନ ହୋଇ ପାରି ନାହିଁ । ଆସନ୍ତା ନଭେମ୍ବର 13ରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ଇଂଲଣ୍ଡ ଆଉ ପାକିସ୍ତାନ ।

ତେବେ ଭାରତ ପରାଜୟ ହେବା ପଛରେ ପାଞ୍ଚଟି କାରଣ ରହିଛି । ପ୍ରଥମ କାରଣ ହେଉଛି ଭାରତର ଦୁଇ ଓପନର ବିଫଳ ହେଲେ । କେ.ଏଲ ରାହୁଲ 5 ବଲରେ 5 ରନ୍ କରି ଆଉଟ ହେଲା ବେଳେ ରୋହିତ ଶର୍ମା 27 ରନ୍ ରେ ଆଉଟ ହେଇଥିଲେ । ଆରମ୍ଭରୁ ଯଦି ଓପନର ଭଲ ସ୍କୋର କରିଥାନ୍ତେ ତା ହେଲେ ଏ ପରିସ୍ଥିତି ଆସି ନଥାନ୍ତା । ଦ୍ଵିତୀୟ କାରଣ ହେଉଛି ବଡ ମଞ୍ଚରେ ବିଫଳ ହୋଇଛନ୍ତି ସୂର୍ଯ୍ୟ ।

ସୂର୍ଯ୍ୟ ଚଳିତ ବର୍ଷ ବିଶ୍ଵ କପରେ ଭାରତ ପାଇଁ ଏକ ଦମଦାର ଖେଳାଳି ରୂପେ ଖେଳି ଛନ୍ତି । ହେଲେ ସେମି ଫାଇନାଲରେ ସେ ଚାପ ସମ୍ଭାଳି ନପାରି ମାତ୍ର 14 ରନ୍ ରେ ଆଉଟ ହେଇଥିଲେ । ତୃତୀୟ କାରଣଟି ହେଉଛି ଭାରତୀୟ ବୋଲର କମାଲ କରିପାରି ନଥିଲେ । ଭାରତ 168 ରନ୍ କରିବା ପରେ ସମସ୍ତଙ୍କ ନଜର ଭାରତୀୟ ବୋଲରଙ୍କ ଉପରେ ଥିଲା । ହେଲେ କୌଣସି ବୋଲର ପାୱାର ପ୍ଲେରେ ୱିକେଟ ହାସଲ କରିପାରି ନଥିଲେ ।

ଚତୁର୍ଥ କାରଣ ହେଉଛି ହେଲ୍ସ ଆଉ ବଟ୍ଳରଙ୍କ ବ୍ୟାଟିଂ ତାହା ଆପଣ ମାନେ ଜାଣିଥିବେ । ଆଉ ଶେଷ କାରଣଟି ହେଉଛି ଭାରତର ପ୍ରଥମ ବ୍ୟାଟିଂ । ଭାରତ ଟସ ହାରିବା ହେତୁ ପ୍ରଥମେ ବ୍ୟାଟିଂ କରିଥିଲା ଯଦି ଭାରତ ପ୍ରଥମେ ବୋଲିଂ କରିଥାନ୍ତା ତା ହେଲେ ବୋଧ ହୁଏ ଭାରତକୁ ଏକ ଭଲ ଟାର୍ଗେଟ ଜିତିବା ପାଇଁ ମିଳି ଥାନ୍ତା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *