ବନ୍ଧୁଗଣ, ସୂଚନା ଅନୁଯାୟୀ ୟୁନିଟ-2 ରେ ଥିବା ବାଳିକା ବିଦ୍ୟାଳୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସ୍ଵାଗତ ନିମନ୍ତେ ସଜା ହୋଇଥିଲା । ଏବଂ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସାଙ୍ଗ ମାନେ କିଭଳି ଭାବରେ ଖୁସି ନଜର ଆସୁଥିଲେ ସେ ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସାଙ୍ଗ କହିଥିଲେ ଯେ ସେମାନେ ବହୁତ ଖୁସି ଅଛନ୍ତି ତଥା ଆଜି ସମୁଦାୟ ୧୨ ଜଣ ତାଙ୍କ ସାଙ୍ଗ କୁ ଦେଖା କରିବା ପାଇଁ ଆସିଥିଲେ ।
୫ ରୁ ୬ ଦିନ ହେବ ସମସ୍ତେ ବହୁତ ଖୁସିରେ ଅଛନ୍ତି ବୋଲି କହିଥିଲେ । ଯେହେତୁ ଏକାଠି ପାଠ ପଢୁଥିଲେ ଅଷ୍ଟମ ଶ୍ରେଣୀରୁ ୧୧ ଶ୍ରେଣୀ ପର୍ଯ୍ୟନ୍ତ, ଆଉ ସେମାନଙ୍କ ଭିତରୁ ହିଁ ଆଜି ଜଣେ ଏତେ ଉପର ପଦରେ ଅଧିଷ୍ଠିତା ହୋଇଛନ୍ତି, ତାହା ହେଉଛି ତାଙ୍କ ନିମନ୍ତେ ଗର୍ବ ତଥା ଗୌରବ । ଦ୍ରୌପଦୀ ମୁର୍ମୁ ଙ୍କୁ ବହୁତ ବହୁତ ଜଗନ୍ନାଥ ଙ୍କର ଆଶୀର୍ବାଦ ରହୁ ତଥା ସେ ତାଙ୍କ ଜୀବନରେ ବହୁଆ ଆଗକୁ ଜାଆନ୍ତୁ ।
ମାଡାମ ଙ୍କ ସାଙ୍ଗ ମାନଙ୍କ ଖୁସି ଭାଷାରେ ପରିପ୍ରକାଶ କରି ହେବ ନାହିଁ ବୋଲି କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ବହୁତ ସୁନ୍ଦର ବ୍ୟକ୍ତିତ୍ଵ ବୋଲି ତାଙ୍କ ସାଙ୍ଗ ମାନେ କହିଥିଲେ । ଆହୁରି ମଧ୍ୟ କହିଥିଲେ ଯେ ଆଜିର ଦିନ ନିମନ୍ତେ ସେ ଭଗବାନ ଙ୍କ ନିକଟରେ ଧନ୍ୟବାଦ ଜଣାଉଛନ୍ତି ଯେ ତାଙ୍କ ଉପରେ ବହୁତ ଆଶିଷ ଥିବା ସହିତ ଆମ୍ଭ ମାନଙ୍କ ଉପରେ ମଧ୍ୟ ବହୁତ ଆଶିଷ ରହିଅଛି, ଏଥିପାଇଁ ସେ ଆମ୍ଭର ବନ୍ଧୁ ବୋଲି ଆମ୍ଭେମାନେ ତାଙ୍କୁ ଦେଖିବାର ସୁଯୋଗ ପାଇଲୁ ।
ତାଙ୍କ ସ୍କୁଲ ତଥା ତାଙ୍କ ବ୍ୟାଚର ଏକ ଝିଅ ଏତେ ବଡ ପୋଜିସନରେ ରହିଲେ, ଏଥିନିମନ୍ତେ ସେମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ପ୍ରେସିଡେନ୍ଟ ନିମନ୍ତେ ସେମାନେ ଏତେ ଗର୍ବିତ ଯେ ତାହା ଭାଷାରେ ପ୍ରକାଶ କରି ପାରୁ ନାହାନ୍ତି । ଯେଉଁ ଜିନିଷ ସାଙ୍ଗମାନେ ମିଶି ଏକାଠି ଖେଳିଛନ୍ତି ତଥା ବୁଲିଛନ୍ତି, ଏକାଠି କ୍ୟାମ୍ପ ଯାଇଛନ୍ତି ସେହି ସବୁ ଦୃଶ୍ୟ ନିଶ୍ଚିତ ଭାବରେ ଆଖି ଆଗରେ ଆସି ଯାଉଛି ।
ଆଜି ଏତେବଡ ପଦ ପାଇ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ସାଙ୍ଗ ମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି ତାହା ସେମାନଙ୍କ ନିମନ୍ତେ ବହୁତ ବଡ କଥା ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।