ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚୟ ଜାଣିଥିବେ ।
ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଆଉ ଦ୍ରୌପଦୀ ହେଉଛନ୍ତି ଆମ ଓଡିଶାର ପ୍ରଥମ ମହିଳା ଯିଏ ଏତେ ବଡ ପଦବୀ ଗ୍ରହଣ କରିଛନ୍ତି । ଆମ ଓଡିଶାରେ କେହି ବି ମହିଳା ଏତେ ବଡ ପଦବୀରେ ବସି ନଥିଲେ । ଆଉ ଦ୍ରୌପଦୀ ଏନଡିରେ ପ୍ରାର୍ଥୀ ହୋଇ ଆଜି ରାଷ୍ଟ୍ରପତି ଭାବେ ସାରା ବିଶ୍ଵରେ ପରିଚିତ ଅଛନ୍ତି । ତେବେ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଦ୍ରୌପଦୀ ମୁର୍ମୁଙ୍କର ।
ଏହି ଭିଡିଓରେ ଦ୍ରୌପଦୀ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିଛନ୍ତି । ବହୁତ ଦିନ ପରେ ଦ୍ରୌପଦୀ ମୁର୍ମୁ ନିଜ ମାଟି ନିଜ ଓଡିଶାକୁ ଫେରି ଛନ୍ତି । ତେବେ ଓଡିଶାକୁ ଆସିବା ମାତ୍ରେ ସେ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ । ସାଧାରଣତଃ ଯେକୌଣସି ବଡ ପଦବୀରେ ଥିବା ମଣିଷ କୌଣସି ସ୍ଥାନକୁ ଗଲେ ହାଇ ଶିକୁରିଟୀ କାରରେ ଯାଇଥାନ୍ତି ।
ଆଉ ଦ୍ରୌପଦୀ ଯେହେତୁ ଓଡିଶାର ରାଷ୍ଟ୍ରପତି ସେ ହାଇ ଶିକୁରିଟୀ କାରରେ ଯିବା ବାଧ୍ୟତା ମୂଳକ । ହେଲେ ବନ୍ଧୁଗଣ ପୁରୀ ମନ୍ଦିର ପାଖକୁ ଗଲା ବେଳେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ବଡ ଦାଣ୍ଡରେ ଦ୍ରୌପଦୀ କାରରେ ନୁହେଁ ପାଦରେ ଚାଲି ଚାଲି ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯାଉଥିବାର ନଜର ଆସିଥିଲେ । ଦ୍ରୌପଦୀ ଆସିବା ଖୁସିରେ ତାଙ୍କ ପାଇଁ ଏକ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା ଆଉ ଦ୍ରୌପଦୀ ସେହି ଓଡିଶୀ ନୃତ୍ୟ ହେଉଥିବା ସ୍ଟେଜ ପାଖକୁ ଯାଇ ଫଟୋ ବି ଉଠାଇ ଛନ୍ତି ।
ଆଜି ସମସ୍ତ ଓଡିଶାବାସୀ ଦ୍ରୌପଦୀଙ୍କ ଏହି ସ୍ଵଭାବ ଦେଖି ବହୁତ ଗର୍ବ ଅନୁଭବ କରିଛନ୍ତି । ଜଣେ ଓଡିଆ ଝିଅ ହୋଇ ସେ ଏବେ ବଡ ପଦବୀରେ ବସିଲେ ସୁଧା ନିଜ ପରମ୍ପରା ଆଉ ଭଗବାନ ପ୍ରତି ଥିବା ନିଷ୍ଟାକୁ ବଜାଇ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଦ୍ରୌପଦୀଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।