ବନ୍ଧୁଗଣ, ବିରାଟ କୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମ ଦେଲେ ବଡ ବୟାନ । ତେବେ ଆସନ୍ତୁ ଏନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଗତ 23 ଅକ୍ଟୋବର ରେ ଟି-20 ବିଶ୍ଵକପ 2022 ର ପ୍ରଥମ ମ୍ୟାଚ ହୋଇଥିଲା । ଏହି ମୁକାବିଲା ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିଲା । ତେବେ ଏହି ମୁକାବିଲା ବହୁତ ରୋମାଞ୍ଚକ ଥିଲା କାରଣ ଏହି ମୁକାବିଲା ରେ ଭାରତ ପାକିସ୍ଥାନ କୁ ପରାଜୟ କରିଥିଲା ।
ଭାରତ ପାକିସ୍ଥାନ ଙ୍କୁ 4 ୱିକେଟରେ ପରାଜୟ କରି ନିଜର ଯାତ୍ରା ଆରମ୍ଭ କରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ଥାନ 8 ୱିକେଟ ହରାଇବା ପରେ 168 ରନର ସ୍କୋର କରିଥିଲା । ଏହାର ଜବାବ ରେ କୋହଲୀ ଙ୍କ 82 ରନର ପାରି ଏବଂ ହାର୍ଦ୍ଧିକ ପାଣ୍ଡିଆ ଙ୍କ ପାରି ବଳରେ ଶେଷ ଓଭରରେ ପାକିସ୍ଥାନ ଦଳକୁ ଧୂଳି ଚଟାଇଥିଲା ଟିମ ଇଣ୍ଡିଆ । ମାତ୍ର ଏହି ମ୍ୟାଚ ହାରିବା ପରେ ପାକିସ୍ଥାନ ଅଧିନାୟକ ବାବର ଆଜମ ଅନେକ ଦୁଖିତ ହୋଇଥିଲେ ।
ଏହି ମ୍ୟାଚ କୁ ତାଙ୍କ ହାତରୁ ଛଡାଇ ନେଇଥିଲେ ବିରାଟ କୋହଲୀ । ତେବେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ କୁ ପରାଜୟ କରିବା ପରେ ପ୍ରେସ କଂଫରେନ୍ସ ରେ ବାବର ଆଜମ ଙ୍କୁ ପଚରା ଯାଇଥିଲା ଯେ ପ୍ରଥମରୁ ହିଁ ଆପଣଙ୍କୁ ଟିମ ଇଣ୍ଡିଆ ଦ୍ଵାରା ପରାଜୟର ସାମ୍ନା କରିବାକୁ ପଡିଥିଲା ବିଶେଷ କରି ବିରାଟ ଙ୍କ ଦ୍ଵାରା ଆପଣଙ୍କ ଟିମ ଜିତିପାରି ନଥିଲା ।
ଏହାକୁ ନେଇ ବାବର ଆଜମ କହିଲେ ଯେ ସେତେବେଳେ ମଧ୍ୟ ଆମ୍ଭେ ଭଲ ଖେଳିଥିଲୁ ମାତ୍ର ଆମ୍ଭର ବେଳା ଖରାପ ଥିଲା । ଏଥର ନିଶ୍ଚିତ ବିଜୟ ହେବୁ ଆଉ ବିରାଟ ଆମ ଆଗରେ କିଛି ମଧ୍ୟ ନୁହେଁ । ତେବେ ବାବର ଆଜମ ଙ୍କର ଏହି ପ୍ରତିକ୍ରିୟା ଶୁଣିବା ପରେ ସୋ-ସି-ଆ-ଲ ମି-ଡି-ଆ ରେ ଭାରତବାସୀ ନିଜର ମାତା ରଖିଛନ୍ତି । କ୍ରିକେଟ ପ୍ରେମୀ କହିଛନ୍ତି ଯେ ଏହାର ଉତ୍ତର ସିଧାସଳଖ ଖେଳରେ ଜଣାପଡିବ । ତେବେ ଆଜି ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ହେବାକୁ ଯାଉଅଛି ।
ଏବଂ ଏହି ମ୍ୟାଚରେ ଟିମ ଇଣ୍ଡିଆ ଜିତିଲେ ଫାଇନାଲ କୁ ଯିବ । ମାତ୍ର ଏହା କହିବା ଅନୁଚିତ ଯେ ଖେଳ କିଭଳି ହେବ ? ତାହା ଉଭୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଯିଏ ଭଲ ଖେଳିବ ସେ ଆଗକୁ ନିଶ୍ଚିତ ଭାବରେ ଯିବ, ଏହା ଦେଖିବାକୁ ବାକି ରହିଲା ଯେ ଫାଇନାଲ ରେ କେଉଁ ଦଳ ପହଁଞ୍ଚୁଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।