ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚୟ ଜାଣିଥିବେ । ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଆଉ ଦ୍ରୌପଦୀ ହେଉଛନ୍ତି ଆମ ଓଡିଶାର ପ୍ରଥମ ମହିଳା ଯିଏ ଏତେ ବଡ ପଦବୀ ଗ୍ରହଣ କରିଛନ୍ତି । ଆମ ଓଡିଶାରେ କେହି ବି ମହିଳା ଏତେ ବଡ ପଦବୀରେ ବସି ନଥିଲେ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ଜୀବନରେ ବହୁତ କଷ୍ଟ ଏବଂ ସଂଘର୍ଷ କରିଛନ୍ତି ।
ସେ ନିଜ ସ୍ଵାମୀ ଆଉ ଦୁଇ ପୁଅଙ୍କୁ ହରାଇ ଛନ୍ତି ଆଉ ନିଜ ଜୀବନରେ ବହୁତ ଦୁଃଖ କଷ୍ଟ ସହି ଛନ୍ତି । ତେବେ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଅତି ସୁନ୍ଦର ଭାବରେ ନିଜ ଦାୟିତ୍ଵ ନିର୍ବାହ କରୁଛନ୍ତି । ତେବେ ଗତ କିଛି ସମୟ ହେବ ଦ୍ରୌପଦୀ କିଛି ଅଲଗା କାରଣ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ଦ୍ରୌପଦୀ ଆଜି ଓଡିଶା ଆସିଥିଲେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।
ବନ୍ଧୁଗଣ ଏବେ ଦ୍ରୌପଦୀ ମୁର୍ମୁଙ୍କର ଜଣେ ସାଙ୍ଗ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ସେ କହିଛନ୍ତି-‘ମୋ ନାଁ ସ୍ଵାତି ମହାନ୍ତି ସେ ମୋତେ ଭଲ ଭାବରେ ଚିହ୍ନି ଛନ୍ତି ସେ ଯେତେବେଳେ ଝାଡ଼ଖଣ୍ଡରେ ଗଭର୍ନର ଥିଲେ ଆମକୁ ଡାକି ଥିଲେ ଆମେ ଯାଇଥିଲୁ ।
ହେଲେ ଏବେ ରାଷ୍ଟ୍ରପତି ହେବା ପରେ ଆମର ଦେଖା ହେଇନି ପ୍ରଥମ ଥର ଦେଖା ହେବ । ଆମେ ଏତେ ଖୁସି ଯେ ଖାଉନୁ ପିଉନୁ ସୋଇନୁ । ତାଙ୍କ ସହ ଛୋଟ ବେଳେ ଅନେକ ସ୍ମୃତି ରହିଛି । ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ମୁଁ କ୍ଳାସରେ ମନିଟର ଥିଲି ମୁଁ ତାଙ୍କୁ ବେଞ୍ଚରେ ଠିଆ କରେଇ ଦେଉଥିଲି’ । ତେବେ ବନ୍ଧୁଗଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ।
ଆଉ ସେ ଆଜି ଜଗନ୍ନାଥଙ୍କ ଦର୍ଶନ କରିବା ପରେ ନିଜ ପିଲା ଦିନର ସାଙ୍ଗ ମାନଙ୍କୁ ଦେଖା କରିବାକୁ ଆସିବେ । ଆଉ ତାଙ୍କ ପିଲା ଦିନର ସାଙ୍ଗ ମାନେ ବି ତାଙ୍କ ସହ ସାକ୍ଷାତ କରିବାକୁ ଚାହିଁ ରହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।