ସଞ୍ଜ ନଇଁଲେ ଗାଁରେ ଗଡୁଛି ମୁଣ୍ଡ…କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ…ଦେଖନ୍ତୁ ଏନେଇ କଣ କହୁଛନ୍ତି ଗାଁ ଲୋକ…

ଗାଁରେ ଗଡୁଛି ଗୋଟିଏ ପରେ ଗୋଟେ ମୁଣ୍ଡ । ଗାଁକୁ ପଶିଛି କାଳ, ଚାଲିଛି ଖରାପ ବେଳ । ଆତଙ୍କିତ ଅବସ୍ଥାରେ ଗାଁଟା ସାରା ଲୋକେ । ଅଜଣା ରୋଗରେ ପଡି ପ୍ରାଣ ହରାଉଛନ୍ତି ଜଣେ ପରେ ଜଣେ । ଗାଁ ଛାଡିବାକୁ ଚିନ୍ତା କଲେଣି ଲୋକେ । ହେ ପ୍ରଭୁ ଜଗନ୍ନାଥ ଆମ ଗାଁକୁ ସହାୟ ହୁଅ ପ୍ରଭୁ ଆମ ଗାଁକୁ ଏ ବିପଦରୁ ରକ୍ଷା କର । ଆମ ଗାଁକୁ କଣ ହୋଇଛି ଆମେ କିଛି ବି ଜାଣି ପାରୁନୁ କି ବୁଝି ବି ପାରୁନୁ ।

ଗାଁର ସମସ୍ତ ଲୋକ ଏବେ ଚିନ୍ତାରେ ଅଛନ୍ତି । ଦିନକୁ ଦିନ ଆମ ଗାଁର ଲୋକଙ୍କ ସଂଖ୍ୟା କମି କମି ଯାଉଛି । ଖାଇ ପିଇ ବୁଲୁଥିବା ଲୋକ ଟିଏ ଆଉ ଟିକିଏ ପରେ ରୋଗ ଶଯ୍ୟାରେ ପଡୁଛି । ପେଟ, ହାତ, ଗୋଡ ସବୁ ଫୁଲି ଯାଉଛି କିଛି ଔଷଧ ବି କାମ କରୁନି । ସେଇଠି ପଡି ପଡି ସମସ୍ତେ ମୃତ୍ୟୁ ବରଣ କରୁଛନ୍ତି ।

ଗାଁର ଯୁବା ଭେଣ୍ଡିଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗାଡି ଚାଲିଛି । ବଇଦ ରୋଗ ଚିହ୍ନି ପାରୁନି କି ଔଷଧ ବି କାମ କରୁନି । ହଁ ଆଜ୍ଞା ପିଲା ଠାରୁ ବୁଢା ସମସ୍ତେ ଆତଙ୍କିତ ଅବସ୍ଥାରେ ରହି ଦିନ କାଟୁ ଛନ୍ତି । ସତେ ଯେମିତି ପୁରା ଗାଁକୁ ରାହୁର କୋପ ଦ୍ରୁଷ୍ଟି ପଡି ଯାଇଛି । କେତେବେଳେ କାହାର ପାଳି ପଡୁଛି ତାହା କହିବା କାଠିକର ପାଠ ହୋଇଛି ।

ଆଜି ଯିଏ ସୁସ୍ଥ ଅଛି କାଲୀ ସିଏ ରୋଗରେ ପଡୁଛି । ଦିନରେ ଖେଳି କୁଦି ମଜା କରୁଥିବା ଭେଣ୍ଡିଆ ଟୋକା ରାତି ହେଲେ ଦୁର୍ବଳ ହୋଇ ପଡ଼ୁଛନ୍ତି । ପ୍ରକୃତରେ ଗାଁରେ କଣ ଚାଲିଛି କିଏ ଜାଣିଛି ଆଉ କିଏ ବୁଝିଛି । ଗାଁର ମହିଳା ମାନେ ଦିନ ରାତି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଘରେ ଘରେ ଖାଇବା ପିଇବା ମଧ୍ୟ ବନ୍ଦ ହୋଇଗଲାଣି । କେଉଁ ଗୋଟେ ଅଜଣା ରୋଗରେ ପଡି ଗୋଟେ ପରେ ଗୋଟେ ପରିବାର ଲୋକ ମରିଯାଉଛନ୍ତି ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାବନା ପଲ୍ଲି ପଞ୍ଚାୟତ ଶିଲାକୋଟ ଗାଁରେ ପଡିଛି ଏଭଳି ଭୟ । ଗାଁ ଲୋକ ଏହାକୁ ଏକ ଦଇବ ଶକ୍ତି ବୋଲି ମାନୁ ଛନ୍ତି ଆଉ ସରକାରଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *