‘ସେ ଗୀତରେ କିଛି ଅଶ୍ଳୀଳତା ନାହିଁ, ଯେତେବେଳେ ବାପ ସାଙ୍ଗରେ ଝିଅ ଛୋଟ କପଡା ପିନ୍ଧି ରାସ୍ତାରେ ବୁଲୁଛି ତ…’ Byomkesh Tripathy

ଦର୍ଶକ ବନ୍ଧୁ ଗତ କାଲି କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା । ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ କରୁଛି । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ସେହି ନୃତ୍ୟକୁ ଅଶ୍ଳୀଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ । ଏମିତି କି ମହିଳା ଦର୍ଶକ ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗି ଥିଲେ ।

ଏହା ପରେ ଯାତ୍ରା କିଛି ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଥିଲା ଯାତ୍ରା ଅନୁଷ୍ଠାନର କର୍ମୀ ମାନେ ମହିଳାଙ୍କୁ ବୁଝା ସୁଝା କରିବା ପରେ ଯାତ୍ରା ପୁଣି ଆରମ୍ଭ ହୋଇଥିଲା । ତେବେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ମଧ୍ୟରେ ଓକିଲ ବ୍ୟୋମକେଶ ଏହି ମାମଲାକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବ୍ୟୋମକେଶଙ୍କ କହିବା ମୁତାବକ-‘ବର୍ତ୍ତମାନ ପ୍ରତ୍ୟକ କ୍ଷେତ୍ରରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି ।

ରାସ୍ତା ଘାଟରେ ତ ଲୋକ ମାନେ ଯେଉଁ ଭଳି ଡ୍ରେସ ପିନ୍ଧି ଯାଉଛନ୍ତି ତା ଠାରୁ ତ ଏମାନେ ଭଲ ପିନ୍ଧୁ ଛନ୍ତି । ମନେକର ରାସ୍ତାରେ ଯିଏ ଯାଉଛି ତାକୁ ତ ଆମେ ବନ୍ଦ କରିପାରୁନୁ । ବଡ ବଡ ଫିଲ୍ମ ପୋଷ୍ଟର ଯାହା ମରା ହେଉଛି ତାକୁ ତ ଆମେ ବନ୍ଦ କରିପାରୁନୁ । ସେମାନେ ନିଜ ପେଟ ପାଇଁ ଦେହରେ କପଡା ପିନ୍ଧି ନାଚୁ ଛନ୍ତି । ଆଉ ଆଜିକାଲି ତ ବହୁତ ଭଲ ଭଲ କପଡା ପଳେଇ ଆସିଲାଣି ଆପଣ ଦୂରରୁ ଦେଖିଲେ ଲାଗିବ ସେ କିଛି ଡ୍ରେସ ପିନ୍ଧି ନାହାନ୍ତି ହେଲେ ପାଖରୁ ଦେଖିଲେ ଜାଣିପାରିବେ ସେ ପୁରା ସ୍କିନ ରଙ୍ଗର ଡ୍ରେସ ପିନ୍ଧି ଛନ୍ତି ।

ତେଣୁ ଆପଣ ଜଣେ କଳାକାରଙ୍କୁ ସ୍ଟେଜ ଉପରେ ଚପଲ ଫୋପାଡିବା ଆଇତା ଠିକ ଜିନିଷ ନୁହେଁ ବୋଲି ମୋର ନିଜସ୍ୱ ମତ । ଆପଣ ବନ୍ଦ କରିପାରି ଥାନ୍ତେ କହି ପାରିଥାନ୍ତେ ହେଲେ ଚପଲ ଫୋପାଡିବାର ନଥିଲା । କଳା ଉପରେ ଚପଲ ଯେଉଁଠି ଫୋପଡା ହେଲାଣି ସେଇଠି ଆଉ ଅସମ୍ମାନ କଥା କେଉଁଠୁ ଆସିଲା । ଆପଣ ଯଦି ଲ ହିସାବରେ ଯିବେ ଆପଣ ଦେଖିବେ ମନ୍ତ୍ରୀଙ୍କ ଗାଡିକୁ ଯେତେବେଳେ ଅଣ୍ଡା ମାଡ ହେଉଛି ସେତେବେଳେ 307ରେ କେସ କରାଯାଉଛି ।

ତେଣୁ ଏଠି ମଧ୍ୟ 307 କେସ ଲଗେଇବା ଦରକାର । ଏଇଟା ଅଶ୍ଳୀଳ ନୃତ୍ୟ ନୁହେଁ ଏଇଟା ମନୋରଞ୍ଜନ ପାଇଁ ସେମାନେ କରୁଛନ୍ତି । ଯାହା ହେଲେ ସିଏ ଗୋଟେ ମହିଳା ଆଉ ଗୋଟେ ମହିଳାର ସବୁଠାରୁ ବଡ ଭୂଷଣ ହେଉଛି ଲଜ୍ଜା ତାକୁ କଣ ଲଜ୍ଜା ଲାଗିବନି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *