ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏପରି ଦୁଇ ଯାତ୍ରା କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଯାତ୍ରା ଜଗତରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଏହି ଯାତ୍ରା କଳାକାର ଦୁଇଜଣ ହେଉଛନ୍ତି ସୁଦର୍ଶନ ଏବଂ ବେବିନା ।
ସୁଦର୍ଶନ ଏବଂ ବେବିନା ପରସ୍ପର ସହ ବିବାହ କରିଛନ୍ତି ଆଉ ଏମାନେ ଯାତ୍ରା ଜଗତର ଲୋକପ୍ରିୟ ଯୋଡି ମଧ୍ୟରେ ଅଛନ୍ତି । ଉଭୟଙ୍କ ଯୋଡିକୁ ସମସ୍ତେ ଭଲ ପାନ୍ତି ଆଉ ଉଭୟଙ୍କ ଅଭିନୟ ମଧ୍ୟ ବହୁତ ସୁନ୍ଦର । ତେବେ ଗତ କିଛି ସମୟ ହେବ ଉଭୟଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ଏହି ସାକ୍ଷାତ୍କାରରେ ସୁଦର୍ଶନ ପ୍ରଥମେ କହିଛନ୍ତି-‘ଗ୍ରାଜୁଏସନ ପରେ 15 ବର୍ଷ ଯାତ୍ରା ଜୀବନ ହେଇଗଲାଣି । ଯାତ୍ରା ଜୀବନରେ ବହୁତ କଷ୍ଟ ଅଛି ଆଉ କିଛି ଚିର ସ୍ମରଣୀୟ ଜିନିଷ ବି ଅଛି । ବାପା-ମାଆ ତ ଅଛନ୍ତି ହେଲେ ଜେଜେ ମା ଆଉ ଜେଜେ ବାପାଙ୍କ ମୃତ୍ୟୁ ମୋତେ ବହୁତ କଷ୍ଟ ହେଇଥିଲା । ଯାତ୍ରା ଜୀବନ ହେଉଛି ଯାଯାବର ଜୀବନ ହେଲେ ଏହି ଜୀବନରେ ଟିକେ କରତାଳି ପାଇଲେ ଆମେ ଶାନ୍ତି ।
ବେବିନା ଯାତ୍ରା ବାଲା ନଥିଲା ଅବଶ୍ୟ ମୋ ତରଫରୁ ମୁଁ ପ୍ରଥମ ଥର ପାଇଁ ତାକୁ ପ୍ରପୋଜ କରିଛି । ସେ ମାଟ୍ରିକ ପରୀକ୍ଷା ପାଇଁ ଘରେ ଥାଏ ସେ ଯାତ୍ରା ବାଲା ନଥିଲା ମୁଁ ତାକୁ ଯାତ୍ରା ବାଲା କରିଛି । ପ୍ରଥମେ ତାଙ୍କ ଗାଁରେ ଏକ ଯାତ୍ରା ପଡିଥିଲା ସେଇଠୁ ଆମ ଲଭ ସୃଷ୍ଟି । ମୁଁ ସେତେବେଳେ ସାଇଡ ହିରୋ ରୋଲ କରୁଥିଲି ଆଉ ମୋ ଚେହେରା ବି ଭଲ ଥିଲା । ମୁଁ ତାକୁ ଯାଇ ପ୍ରପୋଜ କଲି ଆଉ କହିକି ତୁ ତ ଯାତ୍ରା ବାଲା ନୁହେଁ ମୋ ସହ ବାହା ହେଇ ଯାତ୍ରା ବାଲା ହେଇପାରିବୁ ।
ସେ କହିଲା ହଁ ଶିଖେଇଲେ ମୁଁ କରିପାରିବି । ତା ପରେ କାର ନେଇଗଲି ତାକୁ ଉଠେଇ ନେଇ ଆସିଲି ଆଉ । ତା ପରେ ସେ ଆସିଲା ଯାତ୍ରା ବାଲା ହେଇଗଲା ଆଉ ଭଲ ସେ ମୋ ପାଇଁ ବହୁତ ଲକି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁଦର୍ଶନ ଆଉ ବେବିନାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।