‘କଲେଜରୁ ଆସିଲେ ଏଠି ଠେଲା ଲଗାଉଛୁ, ପଇସା କମାଉଛୁ ନିଜ ଗୋଡରେ ଛିଡ଼ା ହେଇଛୁ, ଯିଏ ଯାହା କହିଲେ ବି…’ 2 ସାଙ୍ଗଙ୍କ ଜୀବନ ସଂଘର୍ଷ

ଦର୍ଶକ ବନ୍ଧୁ ବର୍ତ୍ତମାନର ସମୟରେ ଯୁବତୀ ମାନେ ସମସ୍ତ କ୍ଷେତ୍ରରେ ପୁଅ ମାନଙ୍କ ସହ ଆଗକୁ ବଢୁ ଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପାଠ ପଢିବା ସହ ପରିବାର ଉପରେ ବୋଝ ନ ହେବା ପାଇଁ କିଛି ଗୋଟେ ଆରମ୍ଭ କରିଛନ୍ତି । ଏହି ଝିଅ ଜଣକ ରାସ୍ତା କଡରେ ଠେଲା ଲଗାଇଛନ୍ତି । ଲାଜ ଆଉ ଲୋକ ମାନଙ୍କ କଥା ନ ଶୁଣି ନିଜ ଇଛାରେ ଆଜି କିଛି କରିବା ପାଇଁ ସେ ଠେଲା ଲଗାଇ ଛନ୍ତି ।

ଆପଣ ମାନେ ଏ ଦୃଶ୍ୟ ଦେଖି ପାରୁଥିବେ । ସେ ଠେଲା ଲଗାଇ ବନାଉ ଛନ୍ତି ସ୍ପ୍ରିଙ୍ଗ ପଟାଟୋ ରୋଲ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବେଳେବେଳେ ସେହି କଲେଜର ଛାତ୍ର-ଛାତ୍ରୀ ମାନେ ଏହି ଦୋକାନକୁ ଆସନ୍ତି ଆଉ ଏଠି ଖାଇ ପଚାରି ଦିଅନ୍ତି ଯେ, ତୁ ଏ ରାସ୍ତା କଡରେ କଣ ବେପାର କରୁଛୁ । ତୁ କଲେଜରେ ପାଠ ପଢୁଛୁ ଏ କଣ କରୁଛୁ ।

କିନ୍ତୁ ସେମାନଙ୍କ କଥାରେ ବିଲକୁଲ ଧ୍ୟାନ ନ ଦେଇ ନିଜ ବିଜନେସ ଉପରେ ଧ୍ୟାନ ଦିଅନ୍ତି ଆଉ ତାହା ବି ଖୁସି ଖୁସିରେ । ହଁ ଦର୍ଶକ ବନ୍ଧୁ ମଣିଷ ଚାହିଁଲେ ଅସମ୍ଭବକୁ ସମ୍ଭବରେ ପରିଣତ କରିଦେବ । ନିଜର ଯେକୌଣସି ପରିସ୍ଥିତିରୁ ବାହାରି ଗୋଟେ ଭଲ ଦିନକୁ ଜନ୍ମ ଦେଇ ପାରେ । ଦିନେ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଥିବା ଅସହାୟ ମହିଳା ମାନେ ଆଜି ସାମ୍ନାକୁ ଆସୁଛନ୍ତି ଆଉ ନିଜର କୌଶଳରେ କିଛି କରି ଦେଖାଉ ଛନ୍ତି ।

ଆଉ ଆଜି ଠିକ ଏଭଳି କିଛି ଦୃଶ୍ୟ ଆମେ ଦେଖିବାକୁ ପାଇଛୁ । ବନ୍ଧୁଗଣ କଥାରେ ଅଛି ଏକତା ବେଳେ ସବୁ ସିଦ୍ଧି ହୋଇପାରେ ଆଉ ଆଜି ଏ ଦୃଶ୍ୟକୁ ଦେଖି ଆପଣ ମାନେ ଠିକ ଅନୁମାନ କରିପାରୁଥିବେ । ଆଜି ଦୁଇ ସାଙ୍ଗ ମିଶି ବନାଉ ଛନ୍ତି ସ୍ପ୍ରିଙ୍ଗ ପଟାଟୋ ରୋଲ ଯାହାର ସ୍ଵାଦ ସଂପୂର୍ଣ୍ଣ ସ୍ଵାଦିଷ୍ଟ । ତେବେ ଓଡିଶାର ବିଭିନ୍ନ ସ୍ଥାନରେ ଏହା ବିକ୍ରି ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ।

ତେବେ ଉକ୍ତ କଲେଜ ଛାତ୍ରୀ ଦୁଇ ଜଣ କହିଛନ୍ତି, ଯିଏ ଯାହା ଭାବୁ, କଲେଜରୁ ଆସିଲେ ଏଠି ଠେଲା ଲଗାଉଛୁ, ପଇସା କମାଉଛୁ ନିଜ ଗୋଡରେ ଛିଡା ହେଇଛୁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *