ବନ୍ଧୁଗଣ ଏକ ଭଲ ମଣିଷ ଟିଏ ଶବ ପାଲଟି ଯିବାକୁ କେତେ ବା ସମୟ ଲାଗେ । ବେଳେବେଳେ ସ୍ଵପ୍ନ ଦେଖିବା ଆରମ୍ଭ ହେଉ ହେଉ ଭାଙ୍ଗି ଯାଇ ଥାଏ ରାତିର ନିଦ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ନିକଟସ୍ଥ ବାଲିଝୁରି ଗାଁର ରାକେଶ ପାତ୍ର ଜୀବନ ସାରା ନିଜ ଗୋଡରେ ଛିଡା ହୋଇଥିଲେ । ଗାଡି ଚଳାଇ ଜୀବନ ପୋଷୁ ଥିଲେ ହେଲେ ହଠାତ ତାଙ୍କ ଜୀବନ ନେଇଗଲା କିଡ୍ନି ରୋଗ ।
ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଘଟଣା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ରାକେଶ ଦୀର୍ଘ 8 ମାସ ଧରି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ନିଜ ରୋଜଗାରିଆ ପୁଅର ଜୀବନ ବଞ୍ଚେଇବାକୁ ମାଆ ଶିବାନୀ ପୁଅକୁ ଏକ କିଡ୍ନି ଦେଇଥିଲେ ।
ଗତ 12 ତାରିଖରେ ଅପରେସନ ହେଲା ମାତ୍ର କିଡ୍ନି ପ୍ରତିରୋପଣର 24 ଘଣ୍ଟା ନପୁରୁଣୁ ଆରପାରିକୁ ଚାଲି ଗଲେ ରାକେଶ । ରାକେଶ ଚାଲିଯିବା ପରେ ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ସୁଖୁନି । ତିନୋଟି ପିଲା ରୋଗିଣା ବୁଢା ବାପା ଆଉ କିଡ୍ନି ଦେଇଥିବା ବୁଢୀ ମାଆ କେମିତି ଚଳିବେ ଏମାନେ । ସବୁ କିଛି ଅନ୍ଧାର । ସେପଟେ ପୁଅକୁ କିଡ୍ନି ଦେଇ ଆଶା ବାନ୍ଧି ବସିଥିବା ମାଆ ଏବେ ବି ଡାକ୍ତର ଖାନାରେ ପଡିଛି ।
ସେ ଜାଣି ନାହାନ୍ତି ଯେ, ତାଙ୍କ ପୁଅର ମୃତ୍ୟୁ ହୋଇଛି ତାଙ୍କୁ ଏ କଥା କେହି କହୁବି ନାହାନ୍ତି କାରଣ ଯଦି ସେ ଜାଣିବେ ତା ହେଲେ ତାଙ୍କର କିଛି ବି ହେଇପାରେ । ବୋଝ ମୁଣ୍ଡାଇ ଚାଲୁ ଥିବା ଲୋକଟିଏ ଯେ ଏପରି ବୋଝ ଦେଇ ଚାଲିଯିବ ଏ କଥା କିଏ ଜାଣିଥିଲା । ଏବେ ଚିନ୍ତା ପଡିଛି କେମିତି ଚାଲିବ ରାକେଶଙ୍କ ପରିବାର । ଦୁଇ ପଇସା ଆସିଲେ ସିନା ହାଣ୍ଡିରେ ଚାଉଳ ପଡିବ ବାପା-ମାଆଙ୍କ ପାଟିକୁ ଔଷଧ ଯିବ ପିଲାଙ୍କ ମୁହଁକୁ ଦାନା ଟିକିଏ ମିଳିବ ।
ତେଣୁ ପର ହାତ ଯୋଡାକୁ ଏବେ ଚାହିଁ ରହିଛନ୍ତି ଏମାନେ । ଦର୍ଶକ ବନ୍ଧୁ ଏହି ଘଟଣାଟି ଘଟିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅନେକ ଲୋକ ଏହି ଘଟଣା ବିଷୟରେ ଜାଣି ନିଜର ଦୁଃଖ ପ୍ରକାଶ କରିଛନ୍ତି । ତାହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।