ବହୁତ ବଡ ଖୁସି ଖବର ! ନବୀନଙ୍କ ଉପହାର, ଉଠିଲା ଠିକା ଚାକିରୀ

ବନ୍ଧୁଗଣ ନମସ୍କାର, ତେବେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଘୋଷଣା । ରାଜ୍ୟ ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ହୋଇଛି ଏବଂ ଏଥର ସମସ୍ତଙ୍କୁ ନିୟୋଜିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା ବର୍ତ୍ତମାନ ସମୟରେ କରୁଛନ୍ତି ଯେ ଚୁକ୍ତି ଭିତ୍ତିକ ଚାକିରୀ ପାଇଁ ସବୁଦିନ ପାଇଁ ଉଚ୍ଛେଦ କରିଦିଆଗଲା ଏବଂ ସମସ୍ତଙ୍କୁ ନିୟମିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଛନ୍ତି ୫୭ ହଜାର ରୁ ଅଧିକ କର୍ମଚାରୀ ଏଥିରେ ନିୟମିତ ହେବେ ।

ଏଥିପାଇଁ ୧୩ ଶହ କୋଟି ଟଙ୍କା ରାଜ୍ୟ ରାଜକୋଷ ରୁ ଖର୍ଚ୍ଚ ହେବ । ୨୦୧୩ ମସିହା ରୁ ରାଜ୍ୟ ସରକାର ଠିକା ବ୍ୟବସ୍ଥା କରିଥିଲେ । ଛଅ ବର୍ଷ ଠିକା ବ୍ୟବସ୍ଥା ରେ କାମ କରିବାକୁ ପଡୁଥିଲା । ସରକାରୀ କର୍ମଚାରୀ ମାନେ ଭଲ କାମ ନିଷ୍ଠା ର ସହିତ ସେବା ଦାୟିତ୍ୱ ସମ୍ପନ୍ନ ହୋଇ ୫T ମାନିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଯେତେବେଳେ

୨୦୦୦ ମସିହାରେ ପଦବୀ କୁ ଆସିଲେ ସେତେବେଳ ର ସ୍ଥିତି କୁ ମଧ୍ୟ ସେ ତୁଳନା କରିଛନ୍ତି ଏବଂ କହିଛନ୍ତି ଯେ, ସେତେବେଳେ ଓଡ଼ିଶା ର ଅର୍ଥନୀତି ଆଦୌ ଭଲ ନଥିଲା । କିନ୍ତୁ ଧୀରେଧୀରେ ସବୁ ବ୍ୟବସ୍ଥା ରେ ସୁଧାର ଆସିଥିଲା । ଖାସ କରି ଉତ୍ତମ ଫାଇନାନ୍ସ ମ୍ୟାନେଜମେଣ୍ଟ ଏବଂ ଗୁଡ଼ ଗଭନାନ୍ସ ପାଇଁ ଏ ସବୁ ସମ୍ଭବ ହୋଇପାରିଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି ଯେ, ସେ ବେଶ ଖୁସି ଅଛନ୍ତି ଏବଂ ଖୁସି ର ସହିତ ସେ ଘୋଷଣା କରିଛନ୍ତି ଯେ, ଠିକା ନିଯୁକ୍ତି ର ଯୁଗ ଓଡ଼ିଶା ରେ ଶେଷ ହୋଇଛି ।

ତେବେ ହଜାର ହଜାର କର୍ମଚାରୀ ଏବଂ ତାଙ୍କ ପରିବାର ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ଏହା ଏକ ବହୁତ ବଡ଼ ଭେଟି । ଏହା କହିଲେ ଅତୃପ୍ତି ହେବ ନାହିଁ ଯେ, ଦୀପାବଳି ପର୍ବ ର ଶୁଭକାମନା ଏବଂ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଖୁସି ଖବର ର ଘୋଷଣା କରିଛନ୍ତି । ତେବେ ଏହି ଖବର ପାଇବା ପରେ ସମ୍ପୂର୍ଣ୍ଣ ରାଜ୍ୟ ରେ ଯେଉଁ ଠିକା କର୍ମଚାରୀ ମାନେ ଥିଲେ ସେମାନେ ବହୁତ ଖୁସି ଅଛନ୍ତି ଏବଂ ଧୁମ୍ଧାମ୍ ରେ ବାଜା ବଜାଇ ଏହି ଖୁସି କୁ ପାଳନ କରୁଛନ୍ତି ।

ଠିକା କର୍ମଚାରୀ ଙ୍କ ଦାବି ଆଗରେ ରାଜ୍ୟ ସରକାର କୁ ମୁଣ୍ଡ ନୁଆଇଁବାକୁ ହିଁ ପଡ଼ିଲା । ରାଜ୍ୟ ର ସମସ୍ତ ଠିକା କର୍ମଚାରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କର ଜୟକାର ମଧ୍ୟ କରୁଛନ୍ତି । ଠିକା କର୍ମଚାରୀ ଙ୍କ ସହିତ ସେମାନଙ୍କ ପରିବାର ମଧ୍ୟ ଆଜି ଖୁସି ରେ ନାଚୁଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *