“ଏତେ ଦିନ ପରେ ଆଜି ମୁଁ ବହୁତ ଖୁସି” Deepika ଙ୍କୁ ମିଳିଲା କେଉଁ ଖୁସି ଖବର ? ଏନେଇ କଣ କହିଲେ ଦୀପିକା…

ବନ୍ଧୁଗଣ ଏବେ ଦୀପିକା ଆଉ ଦିନେଶଙ୍କ ବିବାଦକୁ ଦୁଇ ମାସ ପୂରଣ ହେଇ ସାରିଛି ଆଉ ସମସ୍ତେ ଚାହୁଁ ଛନ୍ତି ଏହି ବିବାଦର ସମାଧାନ ଅତି ଶୀଘ୍ର ହେଇଯାଉ । ବୋଧ ହୁଏ କେବଳ ଦିନେଶଙ୍କ ପରିବାର ଲୋକେ ଏହା ଚାହୁଁ ନାହାନ୍ତି ସେଥିପାଇଁ ତ ଦିନେ ଚୋରଙ୍କ ଭଳି ଲୁଚି ରହିଛନ୍ତି । ତେବେ ବ୍ରହ୍ମପୁରରୁ ଦୀପିକା ଗତ କାଲି ଭୁବନେଶ୍ବର ଆସିଥିଲେ । ସେ ଦ୍ଵିତୀୟ ଥର ପାଇଁ ମହିଳା କମିଶନର ଅଫିସକୁ ଆସିଥିଲେ ।

ଆଉ ଗତ କାଲି ସେ ସେଠାରେ ଗଣମଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦୀପିକାଙ୍କ କହିବା ମୁତାବକ-‘ଯିଏ ମହିଳା କମିଶନର ଅଛନ୍ତି ସେ ଯାହା ବି ନିଷ୍ପତ୍ତି ଶୁଣାଇ ଛନ୍ତି ମୁଁ ସେଥିରେ ସନ୍ତୁଷ୍ଟ ଅଛି । ସେ ଯାହା ବି କରିଛନ୍ତି ମତେ ସେ ବିଷୟରେ କିଛି କହିବାର ନାହିଁ ।

ଓକିଲଙ୍କ କାମ ହେଲା କୋର୍ଟରେ ହେଲେ ଯେହେତୁ ସେ ଆସିପାରି ନଥିଲେ ତେଣୁ ସେ ତାଙ୍କ କଥା କହିଛନ୍ତି । ଯାହା ମୋତେ ମହିଳା କମିଶନର କହିଛନ୍ତି ମୁଁ ସେଥିରେ ବହୁତ ଖୁସି ଅଛି । ଦେଖାଯାଉ ଆଗାମୀ ତାରିଖରେ କଣ ନିଷ୍ପତ୍ତି ହେବ । ନିଶ୍ଚିତ ଭାବରେ ଆଗାମୀ ତାରିଖରେ ଦିନେଶ ଏଇଠି ରହିଲେ କାଉନ୍ସିଲିଙ୍ଗ ହେବ । ସେ ଯାହା ବି ମୋ ସହ ଆଲୋଚନା କରିଛନ୍ତି ବହୁତ ଭଲ ଅଛି ।

ଏଠି ମୁଁ ଆସିଲି ହେଲେ ମୋ ସ୍ଵାମୀ ଆସି ଛନ୍ତି କି ତା ହେଲେ କେମିତି ସମାଧାନ ହେବ । ଯାହା ଆଲୋଚନା ହେଇଛି ଆମ ଭିତରେ ହେଇଛି ସେଇଟା ଆଗାମୀ ତାରିଖରେ ଦେଖା ଯିବ । ଦେଖା ଯାଉ ମହିଳା କମିଶନର ମୋତେ ଯେଉଁ ଆଶା ଦେଖାଇ ଛନ୍ତି ସେଇଟା ସତରେ ହେଉଛି ନା ନାହିଁ । ମହିଳା କମିଶନର ଗୋଟେ ନିଷ୍ପତ୍ତି ନେଇଛନ୍ତି ଆଉ ସେଥିରେ ମୁଁ ବହୁତ ଖୁସି ଅଛି ।

ଆଗାମୀ ତାରିଖରେ ଦିନେଶ ଆସିଲେ ଆମ ଦୁଇଜଣଙ୍କୁ ନେଇ କାଉନ୍ସେଲିଙ୍ଗ ହେବ ସେଥିରେ ଯାହା ଜଣା ପଡିବ’ । ତା ହେଲେ ବନ୍ଧୁଗଣ ଦୁଇ ମାସ ଧାରଣାରେ ବସିବା ପରେ ଆଜି ପ୍ରଥମ ଥର ପାଇଁ ଦୀପିକାଙ୍କ ମୁହଁରେ ହସ ଫୁଟିଛି । ଏତେ ସଂଘର୍ଷ ଆଉ ଏତେ କଷ୍ଟ ପରେ ଦୀପିକା ନିଜ ସ୍ଵାମୀକୁ ପାଇବାର ଆଶାକୁ ବଢାଇ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *