“ଭଲ ପାଇଲା ବେଳେ ଚକାଚକ କଥା କହୁଥିଲା, ହେଲେ ଏବେ ଚୋରଙ୍କ ଭଳି ଲୁଚୁଛି, ତା’ ପରିବାର ତାକୁ…’ ଦେଖନ୍ତୁ ଦିନେଶକୁ ନେଇ କଣ କହିଲେ Deepika

ଦର୍ଶକ ବନ୍ଧୁ ବ୍ରହ୍ମପୁରର କେ. ଦୀପିକା ଆଜି ଦ୍ଵିତୀୟ ଥର ପାଇଁ ଭୁବନେଶ୍ବର ଆସିଛନ୍ତି । ଉଭୟ ଦିନେଶ ଏବଂ ଦୀପିକାଙ୍କୁ ଭୁବନେଶ୍ବର ମହିଳା କମିଶନର ଅଫିସକୁ ଡକା ଯାଇଛି । ମହିଳା କମିଶନରଙ୍କ ଅଫିସରେ ଆଜି ଡେଟ ଥିଲା ସେ ପ୍ରଥମ ଥର ଆସିଥିଲେ ହେଲେ ନିରାଶ ହେଇ ଯାଇଥିଲେ ଆଉ ଆଜି ସେ ଦ୍ଵିତୀୟ ଥର ଆସିଛନ୍ତି । ଯେହେତୁ ଦୀପିକା-ଦିନେଶଙ୍କ ବିବାହକୁ ଦୁଇ ମାସ ହେଲାଣି ତେଣୁ ସମସ୍ତେ ଚାହୁଁ ଛନ୍ତି ଏହି ବିବାଦର ସମଧାନ ହେଇଯାଉ ।

ଏବେ ଉଭୟଙ୍କ ମାମଲାକୁ ନେଇ କେବଳ ବ୍ରହ୍ମପୁର ନୁହେଁ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ମହିଳା କମିଶନର ଅଫିସକୁ ଦୀପିକା ଆସିଥିଲେ ଆଉ ସେହି ସମୟରେ ସେ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦୀପିକା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଯଦି ସେ ମହିଳା କମିଶନର ଅଫିସକୁ ଆସୁଛନ୍ତି ତା ହେଲେ ସମାଧାନର ବାଟ ଖୋଲିବ ଯଦି ସେ ନ ଆସିବେ ତା ହେଲେ କେମିତି ହେବ । ଜଣେ ଆସିବ ଆଉ ଜଣେ ଆସିବନି ତା ହେଲେ କଣ ହେବ । ସେ ଜାଣିଶୁଣି ଆସୁ ନାହାନ୍ତି ସେ ମୋତେ ହାରାସମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ସେ ଲୁଚିକି ରହିଲା ସେ ଭଲ ପାଇଲା ବେଳକୁ ଚକାଚକ କଥା କହୁଥିଲା ।

ମୁଁ ତ ଆପଣ ମାନଙ୍କ ସାମ୍ନାରେ ଅଛି ସେ କାହିଁକି ଲୁଚୁଛି  । ସେ ନିଶ୍ଚିନ୍ତ ଭୁଲ କରିଛନ୍ତି ବୋଲି ଲୁଚିକି ଅଛନ୍ତି । ଏତେ ସବୁ ସମସ୍ୟାର ସାମ୍ନା ମୁଁ କରୁଛି ସେ କାହିଁକି ସାମ୍ନା କରୁ ନାହାନ୍ତି । ତା ମାଆ-ବାପା ସାମ୍ନାକୁ ଆସୁଛନ୍ତି ହେଲେ ସେ କାହିଁକି ଆସୁ ନାହାନ୍ତି । ଭଲ ପାଇଲା ବେଳକୁ ଭିଡିଓ ଫଟୋ ସବୁ କରୁଥିଲା ଏବେ କାହିଁକି ସେ ଦାୟିତ୍ଵ ନେବାକୁ ପଛାଉ ଛନ୍ତି ।

ତାଙ୍କ ପରିବାର ଲୋକ ଯେଉଁ ମାନେ ଅଛନ୍ତି ଯେଉଁ ଦିନ ଠାରୁ କେସ ହେଲା ସେଦିନ ଠାରୁ ଆମକୁ ମିଶେଇ ଦେଉ ନାହାନ୍ତି । ତାଙ୍କ ସମ୍ପତ୍ତି ଉପରେ ତାଙ୍କର ଆଖି ଅଛି କାଳେ ଦିନେଶଙ୍କ ସମ୍ପତ୍ତି ଦୀପିକାର ହେଇଯିବ କି ତାର ଛୁଆର ହେଇଯିବ ସେଥିପାଇଁ ମୋତେ ତାଙ୍କ ପରିବାରରୁ ଆଉଟ କରିଦେବାକୁ ଚେଷ୍ଟା କରୁଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *