ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ରାଜୁ ଦାସଙ୍କ ଲୁହ ଭିଜା ଚିଠି ! କୋହଭରା କଣ୍ଠରେ ସେ ଚିଠିରେ jaha ଲେଖିଲେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ବ୍ୟୁରୋ:ଧାମନଗର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଜେଡି ଅବନ୍ତି ଦାସକୁ ପ୍ରାର୍ଥୀ ଘୋଷଣା କରିବା ପରେ ରାଜୁ ଦାସ ଗୋଷ୍ଠୀ ବିଦ୍ରୋହ କରିଛନ୍ତି । ଏପରିକି ଧାମନଗରରେ ଚର୍ଚ୍ଚା ହେଉଛି ରାଜୁ ଦାସ ସ୍ୱାଧିନ ପ୍ରାର୍ଥୀ ବାବେ ନାମାଙ୍କନ ଭରିପାରନ୍ତି । ଆଉ ରାଜୁ ଦାସ ଯଦି ପ୍ରାର୍ଥୀ ହୁଅନ୍ତି ତାହାଲେ ବିଜେଡିର ଅଙ୍କ ଗୋଳମାଳ ହେବ । ଏସବୁ ଭିତରେ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହି ଚିଠିଟି ଧାମନଗର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଲେଖାହୋଇଛି । ଚିଠିକୁ ରାଜେନ୍ଦ୍ର କୁମାର ଦାସ ଓରଫ ରାଜୁ ଦାସ ଲେଖିଥିବା ଏଥିରେ ଉଲ୍ଲେଖ ହୋଇଛି । ତେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ଯେ, ରାଜୁ ଦାସ ହିଁ ଏହି ଚିଠି ଲେଖିଛନ୍ତି । ଅଭିଯୋଗ ଭରା ଏହି ଚିଠିରେ ଲେଖାଯାଇଛି । ତେବେ ଚିଠିରେ ଲେଖା ହୋଇଛି କି ମୋ ପ୍ରିୟ ଧାମନଗର ବାସୀ ।

ମୁଁ ଆପଣଙ୍କ ଅତି ପରିଚିତ ରାଜେନ୍ଦ୍ର କୁମାର ଦାସ । ଜାଣିବାକୁ ଆପଣ ମାନଙ୍କ ଠାରୁ ଚାହୁଁଛି । ମୋ ହାତ ଲେଖା ମାଧ୍ୟମରେ ମୋର କଣ ଭୁଲ ଥିଲା? ମୁଁ ଆପଣଙ୍କ ସେବାରେ ୨୦୦୯ ରୁ ୨୦୧୪ ମହିହା ପର୍ଯ୍ୟନ୍ତ ଥିଲି କେବେ କାହାକୁ ଅଣଦେଖା କରିନାହିଁ । ଘରେ ଘରେ ପଖାଳ ଖାଇ ସଂଘର୍ଷ କରିଛି । ୨୦୧୪ ରେ ଟିକେଟ ଦେବେ ଦେବେ କହି ମୋତେ ଦେଲେ ନାହିଁ ।

ମୁଁ ପୁଣି ବିଜେଡି ଦଳରେ ଶୃଙ୍ଖଳିତ ହୋଇ ରହିଲି, ସଙ୍ଘଠନ ମଧ୍ୟ କଲି । ୨୦୧୯ ରେ ମୋତେ ଟିକେଟ ଦେଇ ମଧ୍ୟ ଲାଗିପଡି ମୋତେ ହରେଇ ଦେଲେ । ଦଳଦ୍ରୋହୀ କରିଥିଲେ । ବିଜେପି ରେ ମିଶିଥିଲେ । ସେମାନେ ଆଜି ଭଲରେ ଅଛନ୍ତି । ୨୦୨୨ ଉପନିର୍ବାଚନ ରେ ସମସ୍ତ ପ୍ରକାର ର ସଙ୍ଗଠନ ଥିଲେ ମଧ୍ୟ କିଛି ନେତାଙ୍କ ସ୍ୱାର୍ଥ ପାଇଁ ମୋତେ ମାରି ଦିଆଯାଇଥିଲା ଶେଷ ଯାଏଁ ମୋତେ ହଁ ହଁ କହି ଆଉ ଆଜି ଯଦି ମୁଁ ସ୍ୱାଧୀନ ପାର୍ଥୀ ହୁଏ ତେବେ ମୋର କଣ ଦଳ ବିଦ୍ରୋହ ହେବ କି ଆପଣଙ୍କ ଉତ୍ତର ଅପେକ୍ଷାରେ । ଆପଣଙ୍କ ର ଅବହେଳିତ ରାଜେନ୍ଦ୍ର କୁମାର ଦାସ ।

ତେବେ ଏବେ ରାଜୁ ଦାସଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିବା ବେଳେ ଅବନ୍ତୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଅସଷ୍ଟୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଗତକାଲି ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ । ଏହା ପରେ ଦିନ ତମାମ ରାଜୁଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା ଦଳ । ଶେଷରେ ସଂଧ୍ୟାରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଥିଲା ଦଳ ।


ଏହା ପରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅବନ୍ତୀ ଓ ରାଜୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ପୂର୍ବତନ ବିଧାୟକ ରାଜୁ ଦାସ । ଏହା ପରେ ବିଳମ୍ବିତ ରାତିରେ ଧାମନଗର ସ୍ଥିତ ବାସଭବନରେ ସମର୍ଥକଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି । ଏବେ ରାଜୁ ଦାସଙ୍କ ଘରେ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *