ନମସ୍କାର ବନ୍ଧୁଗଣ ତେବେ ଗତ କିଛିଦିନ ହେବ ଅର୍ଚ୍ଚନା ନାଗ ନାଁଟି ରାଜଧାନୀ ଭୁବନେଶ୍ବରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବଡ଼ ବଡ଼ିଆଙ୍କୁ ନିଜ ମାୟାଜାଲରେ ଫସାଇବା ସହିତ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟ୍ କରି ବ୍ଲ -ଆକମେଲ୍ କରି ଆସୁଥିଲେ ଏହି ମହିଳା । ପ୍ରତିଷ୍ଠିତ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ସମାନ ଢଙ୍ଗରେ ବ୍ଲ -ଆକମେଲ୍ କରା ଯାଇଥିଲା । କିନ୍ତୁ, ସେ ଥାନାରେ ଏଥିନେଇ ଏତଲା ଦେବାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି ।
ତେବେ ବାଲେଶ୍ୱର ବାଉଁଶବଣୀ ଗାଁରେ ହେଉଛି ଅର୍ଚ୍ଚନାଙ୍କ ଶାଶୂଘର । ସ୍ୱାମୀ ଜଗବନ୍ଧୁଙ୍କର ଗାଁରେ ଏକ ଗ୍ରୋସରୀ ଦୋକାନ ରହିଥିଲା । ଏହାପରେ ସେ ରାଜଧାନୀ ଚାଲିଆସି ଏଠାରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ଏହାରି ଭିତରେ ତାଙ୍କର ଅର୍ଚ୍ଚନାଙ୍କ ସହିତ ଦେଖା ହୋଇଥିଲା । ଉଭୟେ ବିବାହ କରିବା ପରେ ଭୁବନେଶ୍ୱରରେ ଆରମ୍ଭ କରିଥିଲେ ହନିଟ୍ରାପିଂ ।
ପ୍ରଥମେ ବିଭିନ୍ନ ଆଳ ଦେଖାଇ ଅର୍ଚ୍ଚନା ବଡ଼ବଡ଼ିଆଙ୍କ ନିକଟତର ହେଉଥିଲେ । କେହି ଯଦି ତାଙ୍କ କଥାରେ ଫସି ଯାଉଥିଲେ ସେ ତାଙ୍କୁ ନିଜ ଘରକୁ ଖାଇବା ପାଇଁ ନିମନ୍ତ୍ରଣ ଦେଉଥିଲେ । ବାସ୍ ଘରକୁ ଆସିବା ପରେ ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖିବାର ପ୍ରଲୋଭନ ଦେଖାଇ ଭିଡ଼ିଓ ସୁଟ୍ କରିବା ସହିତ ପରେ ବ୍ଲ -ଆକମେଲ୍ କରୁଥିଲେ ।
ତେବେ, କୋଟି କୋଟି ଟଙ୍କାର ସମ୍ପତ୍ତି, ଗାଡ଼ି ଓ ବଙ୍ଗଳାର ମାଲିକାଣୀ ସାଜିଥିବା ଅର୍ଚ୍ଚନା କାହା ଛତ୍ରଛାୟା ତଳେ ରହି କାମ କରୁଥିଲେ ତାହା ଜଣାପଡିନାହିଁ । କମିଶନରେଟ ପୋଲିସ ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅପିଲ୍ କରିଥିବା ଜଣାପଡ଼ିଛି । ଜେରା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ତେବେ ବିରୋଧୀ ଦଳ ଙ୍କ କହିବା କଥା କି ହୁଏତ କୌଣସି ଶାସକ ଦଳ ର ଚାପ ଯୋଗୁଁ ବର୍ତ୍ତମାନ ଅର୍ଚ୍ଚନା କୁ ଦଣ୍ଡ ମିଳୁନି ଏବଂ ସେହି ଯୋଗୁଁ ଅର୍ଚ୍ଚନା ଏହି ଭଳି କାମ କରୁଥିଲେ । ତେବେ କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରିବ । ଅର୍ଚ୍ଚନା ନାଗଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ । ଖାଲି ସେତିକି ନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭ ର ଛାନଭିନ୍ କରୁଛି ପୁଲିସ୍ ।
ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ । ବିଶେଷ କରି କେଉଁମାନଙ୍କୁ ବ୍ଲ -ଆକମେଲ୍ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କ ଠାରୁ କେତେ ଟଙ୍କା ଲଟିଛନ୍ତି, ସେନେଇ ବି ଖୋଳତାଡ଼ କରିବ ପୁଲିସ । ଓଲିଉଡ୍ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ପୀଡ଼ିତା ଖଣ୍ଡଗିରି ଥାନାରେ ମହିଳା ଆଇନଜୀବୀ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ବୋଲି ଅଭିଯୋଗ କରିବା ପରେ ରାଣୀ ମହୁମାଛି ଅର୍ଚ୍ଚନା ନାଗକୁ ଖଣ୍ଡଗିରି ଥାନା ପୁଲିସ ପଳାସୁଣୀ ସତ୍ୟବିହାରସ୍ଥିତ ବାସଭବନରୁ ଗତକାଲି ଉଠାଇଥିଲା ।
ପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ଅର୍ଚ୍ଚନାଙ୍କ ବିରୋଧରେ ପୁଲିସ କେସ୍ ନମ୍ବର-୪୯୬/୨୨ ମାମଲା ରୁଜୁ କରିଛି । ଅର୍ଚ୍ଚନାଙ୍କ ପାଖରୁ ଜବତ ହୋଇଥିବା ମୋବାଇଲ୍ରେ ଅନେକ ପ୍ରତିଷ୍ଠିତ ଲୋକଙ୍କ ଅଶ୍ଳୀଳ ଭିଡିଓ ଥିବା କୁହାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।