ଦର୍ଶକ ବନ୍ଧୁ ଏ ହେଉଛି ଅର୍ଚ୍ଚନାର ସ୍ଵାମୀ ଜଗବନ୍ଧୁ । ଜଗବନ୍ଧୁଙ୍କ ଶିକ୍ଷାଗତ ଯୋଗ୍ୟତା +2 ପାସ । +2 ପାସ କରିବା ପରେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲା ଜଗବନ୍ଧୁ ଆଉ ଏହା ପରେ ଗୋଟେ ଫାଇନାନ୍ସ କମ୍ପାନୀରେ କାମ କରିବା ସହିତ କିଛି ପୁରୁଣା ସହଯୋଗୀ ମାନଙ୍କ ସହ ମିଶି ଭୁବନେଶ୍ବରରେ ଆରମ୍ଭ କରିଥିଲା ପୁରୁଣା ଗାଡି ସୋ ରୁମ୍ । ଆଉ ଏହା ପରେ କଳାହାଣ୍ଡି ଜିଲ୍ଲାର ଅର୍ଚ୍ଚନା ନାଗଙ୍କୁ ବାହା ବି ହେଇଗଲା ।
ବିବାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ମନାନ୍ତର ହେଇଥିଲା ଆଉ ସେବେଠାରୁ କୌଣସି ସମ୍ପର୍କ ନଥିବା କଥା କୁହନ୍ତି ପରିବାର ଲୋକେ । ତେବେ ଜଗବନ୍ଧୁ ଭୁବନେଶ୍ବରର ଏକ ଆଲିଶାନ ଘରେ ରହୁଥିବା ବେଳେ ବାପା-ମାଆ କିନ୍ତୁ ରହୁଛନ୍ତି ଝୁମ୍ପୁଡି ଘରେ । ଘଟଣା ସାମ୍ନାକୁ ଆସିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଥିଲେ ଜଗବନ୍ଧୁଙ୍କ ପୈତୃକ ଗାଁରେ ଆଉ ସେଇଠି ଯାହା ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କ ହୋସ ଉଡେଇ ଦେଇଥିଲା ।
ସାଧାରଣ +2 ପଢି ଜଗବନ୍ଧୁ ନିଜ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ମିଶି କେମିତି ଏତେ ବଡ ବଙ୍ଗୋଲୋ କରିଦେଲେ ତାହା ହେଉଛି ବଡ ପ୍ରଶ୍ନ । ଆଉ ଏ ସବୁ ପଛରେ କାହା ଶାତୀର ଦିମାଗ ଅଧିକ ଅଛି ତାହା ବି ଏକ ବଡ ପ୍ରଶ୍ନ । ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ଦେଖିଲେ ଲାଗିବ ସେମାନେ ଭଲ ଘରର କିନ୍ତୁ ତାଙ୍କ କାମ ଯେ ଏତେ ଅଶ୍ଳ-ଇଳ ତାହା ଏବେ ସମସ୍ତଙ୍କ ସାମ୍ନାରେ । ଅର୍ଚ୍ଚନା ଫେସବୁକରେ ଅନେକ ବଡ ବଡ ରାଜନେତା ଆଉ ବିଜନେସ ମ୍ୟାନ ମାନଙ୍କ ସହ କଥା ହେଉଥିଲେ ।
ଏହା ପରେ ତାଙ୍କୁ ଘରକୁ ଡାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଆଉ ସେ ସବୁକୁ ରେକର୍ଡ କରି ମଧ୍ୟ ରଖୁଥିଲେ । ଅର୍ଚ୍ଚନା ନିଜ ବୁଦ୍ଧି ଖର୍ଚ୍ଚ କରି କିଭଳି ଅନେକ ବଡ ବଡିଆ ମାନଙ୍କୁ ଫସାଇଲେ ତାହା ବି ସମସ୍ତଙ୍କ ହୋସ ଉଡାଇ ଦେଇଛି । ତେବେ ସ୍ଵାମୀ-ସ୍ତ୍ରୀଙ୍କ ଏହି ଜାଲରେ ଅନେକ ଫସିଛନ୍ତି ଆଉ ଅନେକ ଫସିବା ପରେ ଏବେ ଗୋଟି ଗୋଟି କଥା ସାମ୍ନାକୁ ଆସୁଛି ।
କୋଟି କୋଟି ଟଙ୍କାରେ ନିର୍ମିତ ଏହି ଆଲିଶାନ ଘରେ ଅଏସ କରୁଥିଲେ ଏହି ସ୍ଵାମୀ-ସ୍ତ୍ରୀ । ତାହା ସହିତ ସେ ଅନେକଙ୍କୁ ଫସାଉ ଥିଲେ । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।