ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ନିଜ ପ୍ରେମିକ ଘର ବାହାରେ ଧାରଣା ଦେଇ ବସିଛନ୍ତି । ଯୁବତୀ ଜଣକ ନିଜ ପ୍ରେମିକ ସହ କଲ୍ ରେ କଥା ହେଉଛନ୍ତି ଆଉ ପ୍ରେମିକ ତାଙ୍କୁ କହୁଛନ୍ତି, ଭଲରେ କହୁଛି ମୋ ଗାଁ ଛାଡି ପଳେଇ ଆସେ, ମୋ ଘର ଛାଡି ପଳେଇ ଆସେ । ତୋତେ ଦେଖି ଗାଁ ଲୋକେ ସବୁ କଣ କହିବେ ଆଉ ଏପଟେ ଯୁବତୀ କହୁଛନ୍ତି, ଏ ଗାଁ ପୁରା ମୋ ସପୋର୍ଟରେ ଅଛି ମୁଁ ଏଠୁ କୁଆଡେ ଯିବିନି ।
ମୋତେ ତୁ ଏଇଠିକି ଆଣିଥିଲୁ ତେଣୁ ମୁଁ ଏଠୁ ଉଠିବିନି ଯେ ପର୍ଯ୍ୟନ୍ତ ତୁ ନ ଆସିଛୁ । ଆଉ ଏହା ପରେ ପ୍ରେମିକ ଜଣକ କହୁଛନ୍ତି, ମୁଁ କେବଳ ତୋତେ ଘରକୁ ଆଣି ନଥିଲି ହୋଟେଲକୁ ବି ଆଣି ଥିଲି ହୋଟେଲ ଦ୍ଵାର ମୁହଁରେ ଯାଆ ବସିବୁ । ମୋ ଘର ଦ୍ଵାର ମୁହଁରେ ବସିଲେ ମୋ ଇଜ୍ଜତ ଯାଉଛି । ସେପଟେ ପ୍ରେମିକା କହୁଛନ୍ତି, ମୋର ଆଉ ଇଜ୍ଜତ କଣ ଅଛି ଯେ ମୋତେ ଲାଜ ଲାଗିବ ।
ଦର୍ଶକ ବନ୍ଧୁ ଆଜି ପ୍ରେମର ପରିଭାଷା ବଦଳିଛି । ଭଲ ପାଇବାର ଅର୍ଥ ବଦଳିଛି ଆଉ ଏଠି ପ୍ରେମ କହିଲେ କେବଳ ସେକ୍ସ ଆଉ ଧୋକା । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଏବେ ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ମହାକାଳ ପଡା ବ୍ଲକ ମାର୍ସାଘାଇ ଥାନା ଅନ୍ତର୍ଗତ ବାନ୍ଧଗୁତ ଗ୍ରାମରେ । ବାନ୍ଧୁଗୁତ ଗ୍ରାମର ରମେଶ ଚନ୍ଦ୍ର ଓଝାଙ୍କ ପୁଅ ରଞ୍ଜନ ଓଝା ବୟସ 28 ବର୍ଷ ଝାଡ଼ଖଣ୍ଡ ରୁମୁଟା ମାଇନ୍ସରେ ଓଲ୍ଡର ଭାବେ କାମ କରୁଥିଲେ ରମେଶ ।
ଆଉ କାମ କରୁଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଏକ ଝିଅକୁ ଇନ୍ସ୍ଟାଗ୍ରାମରେ ଚାଟିଙ୍ଗ କଲେ । ଆଉ ଦୀର୍ଘ 14 ମାସରେ ଚାଟିଙ୍ଗ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ସମ୍ପର୍କ । ଆଉ ତା ପରେ ଘର, ଭଉଣୀ ଘର ଆଉ ଓୟୋ ହୋଟେଲ ଗଲେ ଉଭୟ ଆଉ ଖୁବ ପ୍ରେମ କରିଲେ । ବାରମ୍ବାର ହୋଟେଲ ଓ ନିଜ ଗାଁରେ ଶାରୀରିକ ସମ୍ପର୍କ ରଖିବା ପରେ ରମେଶ ଏବେ କହୁଛି ମୁଁ ତୋତେ ବାହା ହେବିନି ।
ଏହା ପରେ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଥିଲେ ହେଲେ ରମେଶ କିନ୍ତୁ କହିଲା ବାହା ହେବି ହେଲେ ତାକୁ ପାଖରେ ରଖିବିନି । ଆଉ ଏବେ ନ୍ୟାୟ ପାଇବା ପାଇଁ ଯୁବତୀ ଜଣକ ତାଙ୍କ ପ୍ରେମିକର ଘର ଦୁଆର ମୁହଁରେ ଧାରଣା ଦେଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।