ନମ୍ବର ପ୍ଲେଟକୁ ନେଇ କଣ କହିଲେ କୋର୍ଟ ? ଦେଲେ ଏହି ବଡ ନିଷ୍ପତ୍ତି…ଦେଖନ୍ତୁ ଏହି Video

ଡେଡଲାଇନକୁ ହାତରେ ଦୁଇ ଦିନ । ଆସନ୍ତା ୩୦ ତାରିଖରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଅବଧି । ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ  ପାଖରେ । ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ତେବେ ବନ୍ଧୁଗଣ ଏନେଇ କୋର୍ଟ କଣ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏନେଇ କୋର୍ଟ କହିଛନ୍ତି-‘ଯେଉଁ ମାମଲାଟି ଦାଖଲ ହେଇଛି ଆମର କିଛି ବୟସ୍କ ନାଗରିକ ଆମ ଦେଶର କରିଛନ୍ତି । ଖୁବ୍ଦ ହୋଇ ଆମର ଯେଉଁ ଅର୍ଡରଟି ହୋଇଛି ଏଚଏସଆରପିର, ଏଚଏସଆରପି ଯାହା କହିଛି କି, ଆମେ ଗୋଟେ ନୂଆ ନମ୍ବର ପ୍ଳେଟ ଲଗେଇବା ସେଇଟା ଅର୍ଡର ଆସିଥିଲା 26 ମେ 2022ରେ ।

ତାର ଇମ୍ପଲିମେଣ୍ଟସନଟି ଏବେ ବହୁତ ଶୀଘ୍ର ହେବାକୁ ଯାଉଛି । ତାର ତାରିଖ ଗଲା ପରେ ଫାଇନ ଲାଗିବ ତେଣୁ ତାକୁ ଚ୍ୟାଲେଞ୍ଜ କରିକି ଆସିଥିଲେ ଆମ ହାଇକୋର୍ଟ । ତାର ପ୍ରପର ଇମ୍ପଲିମେଣ୍ଟସନଟି ଯାହା ହେବ ତାକୁ ଚ୍ୟାଲେଞ୍ଜ କରି ଆସିଥିଲେ । ଆଜି କୋର୍ଟ ଜାଣିବାକୁ ଚାହିଁଲେ ଆପଣ ଜାଣିଥିବେ ଆମ କଟକ ଆଉ ଭୁବନେଶ୍ଵର ହେଉଛି ଅଟୋମେଟିକ ତ ଆଉ କିଏ ଅପେକ୍ଷା କରିବେନି ଯେ, ସାର୍ଟିଫିକେଟ ଦେଖେଇବା ପାଇଁ ତେଣୁ ସେସବୁକୁ ନେଇ କୋର୍ଟ ପ୍ରଶ୍ନ ପଚାରିଥିଲେ ।

ତେଣୁ ଏହାକୁ 30 ତାରିଖ ଯାଏଁ କୋର୍ଟ ବିଚାରରେ ରଖିଛନ୍ତି । ଏଇଟା 2018ରୁ ଆସିଲାଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ 2022ରେ ଏହା କାର୍ଯ୍ୟକାରୀ ହେଉଛି । ତେଣୁ ସେମାନେ ତିନି ମାସ ମଧ୍ୟରେ ଏସବୁକୁ କରିବାକୁ ଚାହୁଁ ଛନ୍ତି । ଏତେ କମ ସମୟ ମଧ୍ୟରେ ଏସବୁ ହେବା ଦ୍ଵାରା ବହୁତ ଅସୁବିଧା ହେବ ବୋଲି ମାମଲା ଦାଖଲ କରାଯାଇଛି । ତେଣୁ ଏଇଟା 30 ତାରିଖକୁ ରହିଲା’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ କୋର୍ଟ ନିଜର ଶୁଣାଣି କରିଥିବା ନେଇ ଜଣେ ମହିଳା ଓକିଲ ଗଣମାଧ୍ୟମ ଆଗରେ କହିଛନ୍ତି । ଅନ୍ୟ ପକ୍ଷେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *