ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ଓଡିଶା ସରକାର ଗାଡି ନମ୍ବର ପ୍ଳେଟ ବଦଳାଇବା ପାଇଁ ସମସ୍ତ ଓଡିଶାବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏକ ମାସ ଭିତରେ ସମସ୍ତଙ୍କ ନମ୍ବର ପ୍ଳେଟ ବଦଳାଇବା ପାଇଁ କୁହାଯାଇଛି ଆଉ ଯେଉଁ ମାନେ ନମ୍ବର ପ୍ଳେଟ ବଦଳାଇବେ ନାହିଁ ସେମାନେ ଦେବେ ଫାଇଁ । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି ।
ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘କେତେକ ଗରିବ ଲୋକ ମାନେ ନମ୍ବର ପ୍ଳେଟ କରି ବଞ୍ଚୁ ଥିଲେ ତାକୁ ବନ୍ଦ କରିଦେବା ଦ୍ଵାରା 50 ହଜାର ଛୋଟ ଶିଳ୍ପୀ ଯେଉଁ ମାନେ ନମ୍ବର ପ୍ଳେଟ କରୁଥିଲେ ତାଙ୍କ ଭାତ ହାଣ୍ଡି ବନ୍ଦ ହେଇଗଲା ।
ସେମାନଙ୍କ ପାଇଁ କିଛି ଗୋଟେ କର କିଛି ନାହିଁ ଯାହା ଇଛା ରାତିଆ ରାତି ଗୋଟେ କରି ଦେଉଛ । ଏହି ସବୁ ବଡ ବଡ ଅଫିସର ମାନେ ପଇସା ପକେଇ ଦେଇ ଗଲେ ଗରିବ ଲୋକ ସବୁ ଛଟପଟ ହେଉଛୁ । ଆମେ ଜନସାଧାରଣ ସବୁ ଛଟପଟ ହେଉଛୁ । ତାକୁ ତୁରନ୍ତ ବନ୍ଦ କରାଯାଉ । ଏସବୁ ଗୋଟେ ଅତି ପ୍ରହସନ କରୁଛି ସରକାର । ନମ୍ବର ପ୍ଳେଟ ତ ଆମେ କରିଛୁ ତମେ କାହିଁକି ଏ ପ୍ରହସନ କରୁଛ ପୁଣି ଆମେ ଖର୍ଚ୍ଚାନ୍ତ ହେବୁ ।
ଟଙ୍କା ଟିଏ ସାହାର୍ଯ୍ୟ ନାହିଁ ଆମର ସବୁ ଗାଡିରେ ନମ୍ବର ପ୍ଳେଟ ଅଛି ପୁଣି ଚେଞ୍ଜ କରିବୁ । ଏଗୁଡାକ ଅତି ପ୍ରହସନ ଅତି ବାହାଦୁରି କଥା ଏଗୁଡାକ । ଏ ସବୁକୁ ମୁଁ ଘୋର ବିରୋଧ କରୁଛି । ଯାହାର ଯେମିତି ନମ୍ବର ପ୍ଳେଟ ଅଛି ଚାଲୁ ଏ ନୂଆ ସ୍କିମକୁ ବନ୍ଦ କରାଯାଉ । ମୋ ଗାଡିରେ ଯାହା ନମ୍ବର ପ୍ଳେଟ ଲାଗିଛି ସେଇଟା ହିଁ ଲାଗିବ ଆମେ ମୂଳରୁ ଲଗେଇଛୁ ଲାଗିବ ।
ମୁଁ ନମ୍ବର ପ୍ଳେଟ ବଦଳାଇବି ନାହିଁ । ନବୀନ ପଟ୍ଟନାୟକ ବହୁତ ପ୍ରହସନ କରିଦେଲେ ସେ କିଛି ହେବନି । 2024 ରାହୁଲ ଗାନ୍ଧୀ ପ୍ରାଇମ ମିନିଷ୍ଟର ଆଉ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓଡିଶାର’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।