ମୁଁ ସିନ୍ଧୁର ପୋଛିବି ନା ଶଙ୍ଖା ଭାଙ୍ଗିବି, ମୋ ସ୍ଵାମୀ ବଞ୍ଚି ଛନ୍ତି ନା ସେ ଆଉ ନାହାନ୍ତି ଏମିତି ଭାବି ଭାବି କାନ୍ଦୁ ଛନ୍ତି ନନ୍ଦ କିଶୋରଙ୍କ ସ୍ତ୍ରୀ । ସେ ଜାଣି ପାରୁ ନାହାନ୍ତି ଶଙ୍ଖା ଭାଙ୍ଗିବେ ନା ରଖିବେ, ଧଳା ଲୁଗା ପିନ୍ଧିବେ ନା ନାଲି ଲୁଗା ପିନ୍ଧିବେ । ଭଲରେ ଦେଖା, କାନ ଖୋଲି ଶୁଣ ଆଉ ହୃଦୟରୁ ଟିକେ ଅନୁଭବ କର ଏ କୌଣସି ମିଛ ମିଛକା ଲୁହ ନୁହେଁ । ଏ ହେଉଛି ଛାତି ଫଟା କାନ୍ଦ । ଆଖିରୁ ଥମୁ ନଥିବା ଅଭିଶାନ୍ତ ଲୁହ ।
ସ୍ଵାମୀଙ୍କୁ ହରାଇବାର ଦୁଃଖ, ଭୋକ ଉପାସରେ ଦିନ କଟୁଛି । ଏକ ମାସ ହେବ ପାଟିକୁ ଦାନା ରୁଚୂନି । କେମିତି ବା ରୁଚିବ ସ୍ଵାମୀ ପରା ପାଖରେ ନାହାନ୍ତି । ମାସେ ହେବ ଯାଇଛନ୍ତି ଯେ, ଏ ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି । କିଏ କହୁଛି ସାପ ଖାଇଦେଲା ଆଉ କିଏ କହୁଛି ନନ୍ଦ କିଶୋର ଆଉ ଏ ଦୁନିଆରେ ନାହାନ୍ତି । ହେଲେ କେହି ଏ ବୃଦ୍ଧା ସ୍ତ୍ରୀଙ୍କ କଥା ବୁଝୁ ନାହାନ୍ତି ।
ବୟସର ଅପରାହ୍ନରେ ଯାହା ମୁହଁ ଚାହିଁ ବଞ୍ଚି ଥାନ୍ତେ ସେ ଏବେ ପାଖରେ ନାହାନ୍ତି । କେତେ କୁଆଡେ ଗୁହାରି କଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି । ପୋଲିସ ବି ବୃଦ୍ଧାଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନି । କହିଲେ ପୋଲିସ କହୁଛି ଭଲ ହେଇଛି ତମ ସ୍ଵାମୀଙ୍କୁ ଅଜଗର ଗିଳି ଦେଇଛି । କିଏ ବା ବୁଝିବ ଏହି ବୃଦ୍ଧାଙ୍କର କଥା କିଏ କାହିଁକି ପୋଛିବ ଏହି ବୃଦ୍ଧାଙ୍କର ଲୁହ ।
ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ବନ ବିଭାଗ ସମସ୍ତେ ତ ବଡ ବଡିଆ ଲୋକଙ୍କ ପାଇଁ ଏହି ଗରିବ ବୃଦ୍ଧାଙ୍କୁ ବା କିଏ ନ୍ୟାୟ ଦେବ । ଖବର ମୁତାବକ ଆଠଗଡର ନନ୍ଦ କିଶୋର ଏକ ମାସ ହେବ କୁଆଡେ ଗାୟବ ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ଯେ, ନନ୍ଦ କିଶୋରଙ୍କୁ ଅଜଗର ଗିଳି ଦେଇଛି । ହେଲେ ବନ ବିଭାଗ ତାର ବୟାନରେ କହିଥିଲା ଯେ, ଅଜଗର ନନ୍ଦଙ୍କୁ ଗିଳିନି ।
ତେବେ ଯଦି ଅଜଗର ନନ୍ଦଙ୍କୁ ଗିଳିନି ତା ହେଲେ ବୃଦ୍ଧ ଗଲେ କୁଆଡେ । ବୃଦ୍ଧଙ୍କୁ ଖୋଜିବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ପୋଲିସକୁ ଗୁହାରି କରିଥିଲେ ସୁଦ୍ଧା ତାଙ୍କ ଦୁଃଖକୁ କେହି ବି ବୁଝୁ ନାହାନ୍ତି । ଆଉ ଯେଉଁଥି ପାଇଁ ରାଜରାସ୍ତାକୁ ଓଲହେଇବେ ବୋଲି କହିଛନ୍ତି ଗ୍ରାମବାସୀ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।