କଟକ ବଡ ମେଡିକାଲ ଆସୁଥିଲେ ସାବଧାନ । ଜଣେ ମାଆ ଗର୍ଭ ଯନ୍ତ୍ରଣା ସାହି ପିଲାକୁ ଜନ୍ମ ଦେବେ ଆଉ ଜଣେ ମାଆ ଛୁଆ ଧରି ଛୁ ମାରିବେ । ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତିରେ ଛୁଆକୁ କେମିତି ଚୋରୀ କଲେ ମହିଳା । ଗରିବ ଗୁରିବାଙ୍କ ଏକ ମାତ୍ର ଭରସା କଟକ ବଡ ମେଡିକାଲ କିନ୍ତୁ ଆଉ ପାଉନି ଭରସା । କଟକ ପ୍ରତାପନଗରୀ ଅଞ୍ଚଳର ସ୍ବିଟି ରାଉତ । ଅନ୍ୟଜଣଙ୍କ ପିଲାକୁ ଚୋରି କରି ନେଇଥିଲେ ।
ଆଉ ଛୁଆ ଫେରାଇବା ସମୟରେ ଏକ କାହାଣୀ କହିଥିଲେ। କଟକ ବଡ଼ ମେଡିକାଲରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଭୁଲରେ ପୁଅ ବଦଳରେ ସେ ଝିଅକୁ ଧରି ଚାଲିଯାଇଥିଲେ । କିନ୍ତୁ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବ, ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ଜଣାପଡିଲା ଯେ, ମହିଳା ଜଣଙ୍କ କୌଣସି ସନ୍ତାନକୁ ଜନ୍ମ ଦେଇ ନାହାନ୍ତି । କେବଳ ହାତରେ ଡିସଚାର୍ଜ ସାର୍ଟିଫିକେଟ ଖଣ୍ଡେ ଧରି ପୋଲିସକୁ ଭୁଆଁ ବୁଲେଇବାକୁ ଚେଷ୍ଟା କରିଥିଲେ ।
କଟକ ମେଡିକାଲରୁ ଛୁଆ ଚୋରୀ ପରି ପ୍ରଶ୍ନ ଉଠୁଛି ଯେ, ମେଡିକାଲର ଏସେନ୍ସିରୁ ଛୁଆ ଚୋରୀ ହେଲା କେମିତି ।ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିରେ ଜଣେ ମହିଳା ଛୁଆ ଚୋରୀ କରି ନେଲେ ହେଲେ କେହି ଜାଣି ପାରିଲେନି କେମିତି । ରାତି ପାହିଲେ ଦୂର ଦୁରନ୍ତାରୁ ହଜାର ହଜାର ରୋଗୀ ବଡ ମେଡିକାଲକୁ ଆସିଥାନ୍ତି । ଯଦି ଆଖିରେ ଆଙ୍ଗୁଠି ଗେଞ୍ଜି ଛୁଆ ଚୋରୀ କରିବେ ତା ହେଲେ କାହା ଉପରେ ଭରସା କରିବେ ରୋଗୀ ।
ତେବେ ଏନେଇ ବଡ ମେଡିକାଲ ଡାକ୍ତର ଅବିନାଶ ରାଉତ ଗଣମାଧ୍ୟମ ଆଗରେ କହିଛନ୍ତି-‘ଛୁଆ ଚୋରୀ ହେବା ପରେ ଲୋକାଲ ଆଇଆଇସି, ମୁଁ ଆଉ ହସ୍ପିଟାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ ସେହି ମହିଳା ଜଣକ ଯାହାଙ୍କର ନାମ ହେଉଛି ସ୍ଵୀଟି ରାଉତ ସେ ନିଜ ଭୁଲ ମାନିଲେ । ସ୍ଵୀଟିର ଘର ପ୍ରତାପ ନଗରିରେ ବୋଲି ସେ କହିଲା । ସେ ପ୍ରଥମେ କହିଲା ତାର ଗୋଟେ ପୁଅ ହେଇଥିଲା ସେ ଜାଣି ପାରିଲାନି ସେ ପୁଅ ବଦଳରେ ସେ ଝିଅ ନେଇ ଯାଇଛି ।
ତାକୁ ପଚରା ଉଚରା କରିବା ପରେ ଜଣା ପଡିଥିଲା ସେ ଏହି ହସ୍ପିଟାଲରେ କୌଣସି ଦିନ ଆଡମିସନ ହେଇନି ଆଉ ତାର ପୁତ୍ର ସନ୍ତାନ ଏହି ହସ୍ପିଟାଲରେ ହେଇ ନାହାନ୍ତି’ । ତେବେ ଦର୍ଶକ ବନ୍ଧୁ ଏ କେବଳ ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ବଡ ମେଡିକାଲରେ ଏମିତି ଅନେକ ଘଟଣା ଘଟିଛି । ଯଦି ହସ୍ପିଟାଲ କର୍ତ୍ତୁପକ୍ଷ ଏନେଇ ସତର୍କ ନ ହେବେ ତା ହେଲେ ଆଗକୁ ଏମିତି ଘଟଣା ଯେ ନ ଘଟିବ ସେ କଥା କିଏ କହିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।