ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କମେଡିଆନ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି କମେଡିଆନ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରବି କୁମାର । ଆପଣ ମାନେ ସମସ୍ତେ ରବି କୁମାରଙ୍କ ଜବରଦସ୍ତ କମେଡି ତ ନିଶ୍ଚୟ ଦେଖିଥିବେ ।
ରବି ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରବିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରବି କହିଛନ୍ତି-‘ଗୋଟେ ଫିଲ୍ମର ସୁଟିଙ୍ଗ ପାଇଁ ବଲିଉଡ ଅଭିନେତ୍ରୀ କରିନା କପୁର ଆସିଥିଲେ ସେତେବେଳେ ମୁଁ କରିନାଙ୍କ ଚିତ୍ର ଆଙ୍କି ଥିଲି ।
ମୋର ଭାରି ଇଛା କଳାକାର ମାନଙ୍କ ସହ ମିଶିବା ପାଇଁ ତାଙ୍କ ସହ ଦେଖା ହେବା ପାଇଁ ତାଙ୍କ ଠାରୁ ଅଟୋଗ୍ରାଫ ଆଣିବା ପାଇଁ । ଆମ ଧୌଳି ଦୟାନଦୀରେ ଯେତେବେଳେ ସୁଟିଙ୍ଗ ଚାଲିଥିଲା ମୁଁ କଲେଜରୁ ଆସି ସିଧା ଗଲି କରିନା କପୁରଙ୍କ ଅଟୋଗ୍ରାଫ ଆଣିବା ପାଇଁ । ସେଇଠି କିନ୍ତୁ ସିକ୍ୟୁରିଟି ଗାର୍ଡ ଆଉ ପୋଲିସ ସବୁ ଥିଲେ ସେମାନେ ମୋତେ ବାଡେଇଲେ । ମୋ ମନ ବହୁତ ଦୁଃଖ ଲାଗିଲା ମୁଁ ଆଉ ଭିତରକୁ ଯାଇ ପାରିଲି ନାହିଁ ।
ମୁଁ ସେତେବେଳେ ଭାବିଲି ମୁଁ ଏମିତି ଗୋଟେ କାମ କରିବି ଯାହାଫଳରେ ସେମାନେ ମୋତେ ପଚାରିବେ । ମୁଁ ଦୂରରେ ଥାଇ କରିନା କପୁରଙ୍କ ଏକ ପେଣ୍ଟିଙ୍ଗ କରିଥିଲି । ଲୋକ ମାନେ ମୋ ପାଖକୁ ଆସି ଭିଡ ହେଇଗଲେ ସମସ୍ତେ ପ୍ରଶଂସା କରିଲେ । ସେଇଠି ସୁଟିଙ୍ଗ ସେଟରେ ଥିବା ସବୁ ଲୋକ ମାନେ ବି ବାହାରେ ଆସି ପେଣ୍ଟିଙ୍ଗ ଦେଖିଲେ ଆଉ ମୋତେ ଭିତରକୁ ନେଇଗଲେ । ସେତେବେଳେ ରାହୁଲ ଦେବ ମୋତେ ପାଖରେ ବସେଇଲେ ।
ସେତେବେଳେ ମୁଁ କାଳିଆ ମାଳିଆ ହେଇ ଯାହା ଦେଖା ଯାଉଥିଲି ଆଉ କଣ କହିବି ଏବେ ଟିକେ ଗେଟ ଅପ ଚେଞ୍ଜ କରିଛି । ସେତେବେଳେ କରିନା ମାଡାମ ଆସି ପେଣ୍ଟିଙ୍ଗ ଦେଖିଲେ ଆଉ କହିଲେ ନେବା ପାଇଁ । ମୋତେ କହିଲେ ଏଇଟା କେତେ ଟଙ୍କା ମୁଁ କହିଲି ଏଇଟା ମୋ ତରଫରୁ ଆପଣଙ୍କ ପାଇଁ ଗିଫ୍ଟ । ଏହା ପରେ ସେ ମୋତେ ବଲିଉଡକୁ ଆସିବା ପାଇଁ ଅଫର ଦେଲେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।