ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଉତରାଖଣ୍ଡର ଅଳକାନନ୍ଦା ନଦୀ ଘାଟରେ ଅଙ୍କିତା ଭଣ୍ଡାରିଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଆଉ ଏବେ ହୁତୁ ହୁତୁ ହୋଇ ଜଳୁଛି ଅଙ୍କିତା ଭଣ୍ଡାରିଙ୍କ ଚିତା । ଆଉ ଏହି ଚିତାରେ ଅଙ୍କିତାଙ୍କର ଲକ୍ଷ, ସ୍ଵପ୍ନ ଓ ଭବିଷ୍ୟତ ସବୁ ଜାଳି ପୋଡି ଛାରଖାର ହୋଇ ଯାଇଛି । କାରଣ ଆଉ ଅଙ୍କିତା କେବେ ଉଠିବେନି କି ନିଜ ଗରିବ ବାପାଙ୍କ ଦୁଃଖ ଦୂର କରିବା ପାଇଁ ଆଉ କେବେ ଚାକିରି କରିବେନି ।
କାରଣ ସେ ଅଫେରା ରାଇଜର ରାଜକୁମାରୀ ପାଲଟି ଯାଇଛନ୍ତି ହଁ ଦର୍ଶକ ବନ୍ଧୁ ପରିବାର ଲୋକେ ଅଙ୍କିତାଙ୍କ ଶେଷକୃତ୍ୟ କରିବାକୁ ରାଜି ହେବା ପରେ ତାଙ୍କୁ ଅଙ୍କିତାଙ୍କ ପ୍ରାର୍ଥିବ ଶରୀରକୁ ହସ୍ତାନ୍ତର କରଯାଇଥିଲା । ଆଉ ପରିବାର ଲୋକେ ଶହ ଶହ ଲୋକଙ୍କ ଉପସ୍ଥିତରେ ଆଲକାନନ୍ଦ ନଦୀ କୂଳରେ ଅଙ୍କିତାଙ୍କୁ ଶେଷ ବିଦାୟ ଦିଆ ଯାଇଛି । ଏକ ରିସୋର୍ସର ରିସେପ୍ସନିଷ୍ଟ ଭାବେ କାମ କରୁଥିବା 19 ବର୍ଷୀୟ ଅଙ୍କିତା ଭଣ୍ଡାରିଙ୍କ ହତୟଆକାଣ୍ଡକୁ ନେଇ ଏବେ ଦୋହଲି ଯାଇଛି ଉତରାଖଣ୍ଡ ।
ଆଉ ଅଙ୍କିତାଙ୍କ ହତୟଆକାରୀ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ପୋଲିସ ଅଭିଯୁକ୍ତ ସପକ୍ଷରେ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏପରି କି ପ୍ରମାଣକୁ ନଷ୍ଟ କରିବା ପାଇଁ ରିସୋର୍ସକୁ ପ୍ରଶାସନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଅଙ୍କିତାଙ୍କ ହତୟଆକାରୀକୁ ଫାଶୀ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ । ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ବୁଝା ସୁଝା ମଧ୍ୟ କରାଯାଉଛି ।
ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ କରିବା ପାଇଁ ଏସଆଇଟି ଗଠନ କରିଥିବା ବେଳେ ମାମଲାର ଶୁଣାଣି କୋର୍ଟ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଶେଷକୃତ୍ତ୍ୟ କରିବାକୁ ରାଜି ହୋଇଥିଲେ । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଅଙ୍କିତାଙ୍କ ୱ୍ହାଟସପ୍ ଚାଟିଙ୍ଗ ଯାଞ୍ଚ କରାଯାଇଛି । ସେ କୁଆଡେ ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ ରିସୋର୍ସରେ ଗ୍ରାହକଙ୍କୁ ସ୍ଵତନ୍ତ୍ର ସେବା ପାଇଁ ବାଧ୍ୟ କରାଯାଉଥିଲା ଆଉ କେତେକ ଗ୍ରାହକ ମଦ ନିଶାରେ ତାଙ୍କୁ ଆଲିଙ୍ଗନ ବି କରୁଥିଲେ । ଆଉ କେତେକ ଗ୍ରାହକଙ୍କ ସହ ରାତି କାଟିବାକୁ ବି କୁହାଯାଉଥିଲା ।
ଆଉ ଏଥିପାଇଁ କୁଆଡେ ତାଙ୍କୁ 10 ହଜାର ଟଙ୍କା ଲେଖାଏଁ ଦେବା ପାଇଁ ହୋଟେଲ ମାଲିକ କହିଥିଲେ । ଆଉ ଏହାକୁ ସେ ମୁହାଁ ମୁହିଁ ପ୍ରତ୍ୟାଖାନ କରିଥିଲେ । ଆଉ ଏହା ପରେ ରିସୋର୍ସର ମାଲିକ ତାଙ୍କୁ ଟାର୍ଗେଟରେ ରଖିଥିଲେ । ଏହା ପରେ ତାଙ୍କୁ ମାରିଦେଲେ । ଏଭଳି କିଛି ଚର୍ଚ୍ଚାରେ ସାମ୍ନାକୁ ଆସିଛି । ତେବେ ସେହି ମନ୍ତ୍ରୀଙ୍କ ପୁଅ ବିରୋଧରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ତାହା ଦେଖିବା ବାକି ରହିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।