ମୁଣ୍ଡ ପିଟି ବାହୁନି କାନ୍ଦୁଛି ମା’ ଆଉ କହୁଛି ‘ଧନ ତୁ ଉଠୁ ମୋ ସହ ପଖାଳ ଗଣ୍ଡେ ଖାଇବୁ ..ଚାରି ବର୍ଷ ହେଲା ଯାଇଥିଲୁ ମା କଥା ମନେପଡିଲାନି’ video ଦେଖିଲେ ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ ତେବେ ଅଭାବୀ ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ଦାଦନ ଖଟିବାକୁ ପୁଅ ଶ୍ରୀଲଙ୍କା ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କୁମାରପଡ଼ା ଗଁାର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ କ୍ଷେତ୍ରରେ । ୪ବର୍ଷ ପୂର୍ବେ ପଡ଼ୋଶୀ ବନ୍ଧପଡ଼ା ଗଁାର ଠିକାଦାର ନଳିନୀକାନ୍ତ ସାମଲ ଦାଦନ ଖଟିବାକୁ ବିଦେଶକୁ କମଳାକାନ୍ତଙ୍କୁ ନେଇଥିଲେ ।

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଅଶୋକ ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିଃରେ ମାସକୁ ୧୬ ହଜାର ଟଙ୍କା ଚୁକ୍ତିରେ ଶ୍ରମିକ ଭାବେ କାମ କରୁଥିଲେ । ପରିବାର ପ୍ରତିପୋଷଣ ପାଇଁ ଘରକୁ ମାସକୁ ମାସ ଟଙ୍କା ପଠାଉଥିଲେ । ଗୁରୁବାର କଲମ୍ବୋରୁ ବନ୍ଧପଡ଼ା ଠିକାଦାର ନଳିନୀକାନ୍ତଙ୍କ ନିକଟକୁ ଫୋନ କଲ୍‌ ଆସିଲା ଯେ କମଳାକାନ୍ତଙ୍କ ମୃତ୍ୟୁ ହୋଇଯାଇଛି ।

ଠିକାଦାର ଏହି ଖବର ଶ୍ରମିକ ପରିବାରକୁ ଭେଟି କହିଥିଲେ । ଏହାପରେ ପରିବାର ଲୋକେ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କମଳାକାନ୍ତ ୨ ଦିନ ତଳେ ମା’ ବାପା ଓ ଭଉଣୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ସାନଭଉଣୀକୁ ବୁଝାଇଥିଲେ ତୁ ବ୍ୟସ୍ତ ହୁଅନା, ଆସନ୍ତା ୨୫ ତାରିଖରେ ଘରକୁ ଗଲେ ତୋ ପାଇଁ କାନଫୁଲ ନେଇକି ଯିବି । ଗାଁରେ ପକ୍କାଘର ନିର୍ମାଣ ପାଇଁ ସାଙ୍ଗରେ ଟଙ୍କା ନେବି ବୋଲି ବାପାଙ୍କୁ କହିଥିଲେ । ହେଲେ ପୁଅର ମୃତ୍ୟୁ ଖବରକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।

ତେବେ ଅପରପକ୍ଷରେ କମଳାକାନ୍ତ ୬ ଲକ୍ଷ ଟଙ୍କା ଘରକୁ ପଠାଇଛନ୍ତି ବୋଲି ପରିବାର ଲୋକଙ୍କୁ କଲମ୍ବୋରୁ କେହି ଜଣେ ଫୋନ୍‌ କରି କହିଥିଲେ । ଗୋଟେପଟେ ପୁଅର ମୃତ୍ୟୁ ଅନ୍ୟପକ୍ଷେ ୬ ଲକ୍ଷ ଟଙ୍କା ପଠାଇଛି ବୋଲି ଖବର ମିଳିବାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା । ଖବର ପାଇବା ପରେ ମୃତ କମଳାକାନ୍ତଙ୍କ ବାପା ମାଗୁଣି ଓ ବଡ଼ବାପା ଉମାକାନ୍ତ ମହାକାଳପଡ଼ା ଥାନା ଓ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।


ତେବେ ପୁଅର ମୃତ୍ୟୁ ଖବର ପାଇବା ଦିନଠାରୁ ଘରେ ଚୂଲି ଜଳି ନ ଥିବା ବେଳେ ମୃତଦେହ କିପରି ବିଦେଶରୁ ଆସିବ ସେ ନେଇ ଚିନ୍ତାରେ ପଡିଥିଲେ । ତେବେ ଓଡ଼ିଶା ମୋ ପରିବାର ସହଯୋଗ ଓ କମଳାକାନ୍ତ କାର୍ଯ୍ୟ କରୁଥିବା ଷ୍ଟିଲ୍‌ କମ୍ପାନି ସହାୟତାରେ ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲା । ତେବେ ୨୫ ରେ ଆସିବେ କହିଥିଲେ ଏବଂ ଶବ ହୋଇ ସେହି ୨୫ ରେ ଆସିଲେ ।

ମନ୍ତ୍ରୀ ତଥା ଓଡିଶା ମୋ ପରିବାରର ସହ ଆବାହକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ସୁରେନ୍ଦ୍ରନାଥ ମହାପାତ୍ର ଓ ଓଡିଶା ମୋ ପରିବାରର ଏକ ଟିମ୍‌ ଅଭିଷେକ ପାଣିଗ୍ରାହୀ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରି ନିଜ ଗାଁ କୁମାରପଡାକୁ ପଠାଇବାର ବନ୍ଦୋବସ୍ତ କରିଥିଲେ । ମୃତଦେହ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ କମଳାକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *