Taiwan ରେ ଭୂକମ୍ପର ପ୍ରଳୟଙ୍କାରୀ ରୂପ ! ଭାଙ୍ଗିଲା ବଡ଼ ବଡ଼ କୋଠା, ଥରିଲା ଟ୍ରେନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଚୀନ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ତାଇୱାନ ପାଇଁ ଶନିବାର ଏବଂ ରବିବାର ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା । । ଶନିବାର ପରେ ରବିବାର ଅପରାହ୍ନରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି । ରବିବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିବା କୁହାଯାଉଛି । ଭୂକମ୍ପ ପରେ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଥିବା କଥା ତାଇୱାନ୍‌ର ପାଣିପାଗ ବ୍ୟୁରୋ କହିଛି ।

ଯାହା ତାଇୱାନରେ ଭୟର ବାତାବରଣ ସୃଷ୍ଟି କରିଛି । ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ ଥିଲା । ଏହାପୂର୍ବରୁ ଶନିବାର ଦିନ ତାଇୱାନରେ ୬.୯ ତୀବ୍ରତା ଏକ ଭୂକମ୍ପ ହୋଇଥିଲା ।ତେବେ ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍‌ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା ।

ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା ।  ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି । ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା । ତେବେ ଶନିବାର ରାତିରେ ତାଇୱାନର ପୂର୍ବ ଉପକୂଳ ଅଞ୍ଚଳରେ ୬.୯ ତୀବ୍ରତାର ଏକ ଭୂକମ୍ପ ଘଟିଥିଲା ।

କିନ୍ତୁ ଏଥିରେ କୌଣସି ଜୀବନ ହାନି ହୋଇନାହିଁ ।   ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଉତ୍ତର ଉପକୂଳବର୍ତ୍ତୀ ସହର ତାଇଟୁଙ୍ଗ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପ୍ରାୟ ୯.୩୦ ସମୟରେ ଏହି ଭୂକମ୍ପ ଘଟିଛି । ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଭୂକମ୍ପ ବିଷୟରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଅନ୍ୟ ପଟେ ଆଜି ଆଉ ଗୋଟେ ଭୂକମ୍ପର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

କାରଣ ଭୂକମ୍ପ ପରେ ଏଠାରେ ସୁନାମି ଭୟ ଲୋକମାନଙ୍କ ଘାରିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଧ୍ୟ ଏହା ନିଶ୍ଚିତ କରିଛି ଯେ ତାଇୱାନରେ ଏପରି ଭୂକମ୍ପରେ କ୍ଷୟକ୍ଷତିର ସମ୍ଭାବନା କମ୍ ରହିଛି । ଯଦିଓ ସାମାନ୍ୟ କ୍ଷତି ହୋଇପାରେ । ତାଇୱାନ ପାଇଁ ଭୂକମ୍ପ ଏକ ନୂଆ କଥା ନୁହେଁ । ଏଠାରେ ପ୍ରାୟତ ଭୂକମ୍ପ ହୁଏ । ବାସ୍ତବରେ, ତାଇୱାନ ଦୁଇଟି ଟେକ୍ଟୋନିକ୍ ପ୍ଲେଟର ମିଳନ ମଧ୍ୟରେ ରହିଛି । ଏଣୁ ଏଠାରେ ପ୍ରାୟତ ଭୂକମ୍ପ ଅନୁଭୁତ ହୁଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *