ବନ୍ଧୁଗଣ ନମସ୍କାର, ତେବେ ସାମ୍ନା କୁ ଆସିଲା ସବୁଠାରୁ ବଡ଼ ଖୁସି ଖବର । ବାପା ହେଲେ ଅଭିନେତା ଅମ୍ଳାନ । ପତ୍ନୀ ଭୂମିକା ଜନ୍ମ ଦେଲେ କନ୍ୟା ରତ୍ନ କୁ । ତେବେ ଓଲିଉଡ ଅଭିନେତା ଅମ୍ଳାନ ବାପା ହୋଇ ସାରିଛନ୍ତି । ଗତ ୧୧ ତାରିଖ ଦିନ ତାଙ୍କ ପତ୍ନୀ ଭୂମିକା ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି । ଏହି ସମ୍ପର୍କରେ ତାଙ୍କ ପରିବାର ତରଫରୁ ସୂଚନା ଦିଆଯାଇଛି ।
ତେବେ ନାୟକ ଅମ୍ଳାନ ହେଉଛନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ବଡ଼ ପୁଅ । ମିହିର ଦାସ ଙ୍କ ବିୟୋଗ ରେ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡ଼ିଥିଲେ ଅମ୍ଳାନ ଏବଂ ତାଙ୍କର ସମ୍ପୂର୍ଣ୍ଣ ପରିବାର । କିନ୍ତୁ ଏବେ ତାଙ୍କ ଘରକୁ ଫେରି ଆସିଛି ପୁଣିଥରେ ଖୁସି ର ମାହୋଲ । ମାଆ ଓ ଝିଅ ସୁସ୍ଥ ଅଛନ୍ତି ବୋଲି ସୂଚନା ପ୍ରାପ୍ତ ହୋଇଛି ।
ଯଦିଓ ଏହି ସମ୍ବନ୍ଧରେ ଅଭିନେତା ଅମ୍ଳାନ ଙ୍କ ତରଫରୁ ସିଧାସଳଖ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ଏହି ଖବର ଟି ସମ୍ପୂର୍ଣ୍ଣ ଭାବରେ ସତ ଅଟେ କି ବାପା ହୋଇ ସାରିଛନ୍ତି ଅଭିନେତା ଅମ୍ଳାନ ଦାସ ଏବଂ ତାଙ୍କ ପତ୍ନୀ ଭୂମିକା ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ।
ତେବେ ଏଭଳି ଖୁସି ଖବର ମିଳିବା ପରେ ସୂଚନା ମିଳିଛି ଯେ, ଅଭିନେତା ଅମ୍ଳାନ ଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଏବଂ ଏହା ସହିତ ତାଙ୍କ ନବଜାତ କନ୍ୟା ସନ୍ତାନ କୁ ଆଶୀର୍ବାଦ ଦେଇଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅମ୍ଳାନ ଙ୍କ ଫାନ୍ସ ମାନେ ଓ ଅନେକ ଦର୍ଶକ ତଥା ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଅମ୍ଳାନ ଏବଂ ଭୂମିକା ଙ୍କୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର କନ୍ୟା ସନ୍ତାନ କୁ ବହୁତ ଭଲ ପାଇବା ଦେଇଛନ୍ତି ।
ତେବେ ଅମ୍ଳାନ ଙ୍କ ଏହି ନବଜାତ କନ୍ୟା ଶିଶୁ ର ନାମ କଣ ଦିଆଯିବ ତାହା ତ ଆଗାମୀ ଦିନରେ ଜଣା ପଡ଼ିବ । ଆମ ତରଫରୁ ମଧ୍ୟ ଏହି ଯୋଡ଼ି କୁ ଏବଂ ତାଙ୍କ କନ୍ୟା ଶିଶୁ କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।