ନମସ୍କାର ବନ୍ଧୁଗଣ ତେବେ ମହିଳାଙ୍କ ପ୍ରତି ଅପମାନଜନକ ଗୀତ ଗାଇଥିବା ଅଭିଯୋଗରେ କଣ୍ଠଶିଳ୍ପୀଙ୍କର ଓମ ସରଣ ଓରଫ୍ ଉମାକାନ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି ନାରୀ ସଂଗଠନ । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାରୀ ସଂଗଠନ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗାମୀ ଦିନରେ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।
ତେବେ ଏହାକୁ ନେଇ ଜଣେ କଳାକାର କହିଛନ୍ତି କି ଏହି ଗୀତକୁ ଆମେ ଘୋର ନିନ୍ଦା କରୁଛୁ । ଯେଉଁମାନେ ଏହି ଗୀତ ଗାଉଛନ୍ତି ସେମାନଙ୍କୁ ଆମେ ନିନ୍ଦା କରୁଛୁ । ଆମ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଆ ଭଉଣୀଙ୍କୁ ନେଇ ଯେଉଁ ଅଶ୍ଲୀଳ ଗୀତ ରଚନା ହେଉଛି ତାହାକୁ ପ୍ରଶୟ ଦିଆଯିବନାହିଁ । କେବେ କିଏ ଆମ ମାଆ ଭଉଣୀଙ୍କୁ ଅସମ୍ମାନ କରିବେ ଆମେ ଭାବି ନଥିଲୁ ।
ଏଭଳି ହୀନ ମାନସିକତାର ଗୀତକୁ ଘୋର ବିରୋଧ କରିଛନ୍ତି ମହିଳା ଗୋଷ୍ଠୀ । ଏହି ଗୀତକୁ ବ୍ୟାନ୍ କରିବା ସହ ଗୀତ ରଚନା କରିଥିବା ଓ କଣ୍ଠ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ଗୋଷ୍ଠୀ ଦାବି କରିଛନ୍ତି । ଅନୁରୂପ ଭାବେ ସେମିଳିଗୁଡାରେ ମଧ୍ୟ ମହିଳା ଗୋଷ୍ଠୀ ଥାନାରେ ଗୀତରେ ଅଭିଯୋଗ କରିଛନ୍ତି । ଏ ଦିଗରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ଅରୂପ ଅଭିଷେକ ବେହେରା କହିଛନ୍ତି ।
ତେବେ ସେହି ଗାୟକ ଜଣଙ୍କ କହୁଛନ୍ତି କି ଏହି ଗୀତ ଟି ସେ କେବଳ କମେଡି ପାଇଁ କରିଛନ୍ତି ଏବଂ ସେ ଗୀତର ଶେଷରେ ମଧ୍ୟ କହିଛନ୍ତି କି ଏହି ଗୀତ ଟି କେବଳ ମନୋରଞ୍ଜନ ପାଇଁ ଏବଂ ଏହା କେବଳ କମେଡି ଏହାକୁ ଶୁଣିବେ ଏବଂ ଭୁଲିଯିବେ । ତେବେ ସେ ଆହୁରି କହିଛନ୍ତି କି ଯେତେବେଳେ ନବମ ଶ୍ରେଣୀ ଝିଅ ଟା ଛାତି କୁ ହଟ କରୁଛି ତେବେ ସେତେବେଳେ କଣ କେହି ନବମ ରେ ପଢୁ ନଥିଲେ ସେତେବେଳେ ଏହି ଗୋଷ୍ଠୀ କୁଆଡେ ଗଲା ତେବେ ବର୍ତ୍ତମାନ ମୁଁ ମଧ୍ୟ ସେହିଭଳି କମେଡି କରୁଛି ଗୀତରେ ତ ଏଥିରେ ଏତେ ଅଭିଯୋଗ କଣ ପାଇଁ କରୁଛନ୍ତି ।
ତେବେ ବର୍ତ୍ତମାନ କାହିଁକି ଓଡିଶା ପୋଲିସ ଶଙ୍କର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଛି । ମାଁ କୁ ସମ୍ମାନ ଏବଂ ନାରୀକୁ ଜାତିକୁ ଆଗେଇବା ପାଇଁ ଅନେକ ପଦକ୍ଷେପ ନେଉଥିବା ସରକାର ଏବେ କ’ଣ ପାଇଁ ଚୁପ୍ । କେବେ ହେବ ଶଙ୍କର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏପରି ଅନେକ ପ୍ରଶ୍ନ କରୁଛନ୍ତି କୋରାପୁଟ ବାସୀ । ସେପଟେ କିନ୍ତୁ ଶଙ୍କର ନିଜ ଭୁଲ୍ ମାନିବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରିବାରେ ବ୍ୟସ୍ତ ।
ତେବେ ସେ ଭିଡିଓ ରେ କହୁଛନ୍ତି କି ଯେବେ ନବମ ଶ୍ରେଣୀ ଝିଅଟା ଛାତିକୁ ହାର୍ଟ କରୁଥିଲା ଗୁତ ରିଲିଜ ହୋଇଥିଲା ସେତେବେଳେ କଣ ଆପଣଙ୍କ ଏରିଆରେ ନବମ ଶ୍ରେଣୀରେ ପଢୁ ନ ଥିଲେ । ସେତେବେଳେ ଏହି ଗୀତର କଣଟ୍ର୍ଯୁବିସନ ଦେଖା ଗଲାଣି । ଯେତେବେଳେ ଆହେ ଦୟାମ ବିଶ୍ଵ ବିହାରୀ ମୋତେ କଲ କାହିଁ ଏତେ ସୁନ୍ଦରୀ ସେତେବେଳେ କଣ ଆପଣଙ୍କ ସଂଘଠନ ଜନ୍ମ ନେଇନ ଥିଲା ? ତେବେ ବର୍ତ୍ତମାନ ୩୦ ଜିଲ୍ଲା ଝୁଅ କଣ କରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।