ଆଜି ଛିଡି ଯିବ ସମ୍ପର୍କ ? କୋର୍ଟରେ ହାଜର ହେଲେ Varsha ଓ Anubhav, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅନୁଭବ ମହାନ୍ତିଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ଅନୁଭବ ନିଜ ପାରିବାରିକ ବିବାଦ ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ବର୍ଷ ତଳେ ଅନୁଭବ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବିବାହ କରିଥିଲେ ହେଲେ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ଏବେ ଉଭୟଙ୍କ ମାମଲା କୋର୍ଟରେ ଚାଲିଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆଜି କୋର୍ଟରେ ହାଜର ହୋଇଛନ୍ତି ଉଭୟ ବର୍ଷା ଆଉ ଅନୁଭବ ।

ଆଜି ଫାମିଲି କୋର୍ଟରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଆଉ ଆଜି ଉଭୟଙ୍କର ହେବ ଶୁଣାଣି । ଉଭୟଙ୍କ ଫେଜ ପିଟିସନ ଗ୍ରହଣ ବେଳେ କୋର୍ଟ ଉଭୟଙ୍କୁ 5 ହଜାର ଅର୍ଥ ରାସୀ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ତେବେ ବର୍ଷା ଆଉ ଅନୁଭବ ଏବେ କୋର୍ଟରେ ଅଛନ୍ତି ଆଜି ସେମାନେ ଅର୍ଥ ରାସୀ ଜମା କରିବେ ବୋଲି ଆଇନ ଜୀବି ମାନଙ୍କ ଠାରୁ ଜଣା ପଡିଛି ।

ଆଜି ଦିନ ପ୍ରାୟ 11ଟା ବେଳେ ଫାମିଲି କୋର୍ଟକୁ ପହଞ୍ଚି ଥିଲେ ବର୍ଷା । ସେହି ପରି ଆଜି ସାଂସଦ ଅନୁଭବ ମହାନ୍ତି ଆଉ ବର୍ଷାଙ୍କୁ ଫାମିଲି କୋର୍ଟରେ ହାଜର ହେବା ପାଇଁ କୁହା ଯାଇଥିଲା । ଆଜି ଦିନ 2ଟା ବେଳେ ଅନୁଭବ ମଧ୍ୟ ଫାମିଲି କୋର୍ଟରେ ପହଞ୍ଚି ଥିଲେ । ଆଜି ଦିନ 2ଟା ବେଳେ ଉଭୟଙ୍କୁ ଫାମିଲି କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।

କିଛି ଦିନ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ରେ ଉଭୟଙ୍କୁ 5 ହଜାର ଲେଖାଏଁ ଫାମିଲି କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଆଉ କୋର୍ଟ କାରବାରରେ ଅଯଥା ବିଳମ୍ବ କରିବାରୁ ଟଙ୍କା ଗଣିବା ପାଇଁ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଦେଖିବାକୁ ବାକି ରହିଲା ଆଜି କୋର୍ଟରେ ଅନୁଭବ ଏବଂ ବର୍ଷାଙ୍କ ପାଇଁ କଣ ନିର୍ଦ୍ଦେଶ ରହୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *