ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଆପଣ ମାନେ ସମସ୍ତେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରେମ କାହାଣୀ ଯାହା ଦିନେଶ ଆଉ ଦୀପିକାଙ୍କୁ ନେଇ ଆସିଛି ସେହି ବିଷୟରେ ତ ସମସ୍ତେ ଜାଣିଥିବେ । ଆଉ ଏହି ଘଟଣା ଏବେ ରାଜ୍ୟର ସବୁଆଡ଼େ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାର ଦିନକୁ ଦିନ ନୂଆ ନୂଆ ମୋଡ଼ ଆସୁଛି ।
ଆଉ ଏହି ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ମଧ୍ୟ ମିଳୁଛି । ଆଉ ସମସ୍ତଙ୍କର ଅପେକ୍ଷା କି କେବେ ଦୀପିକାଙ୍କୁ ନ୍ୟାୟ ମିଳିବ । ଆଜିକୁ ୩୩ ଦିନ ହେଲା ଦୀପିକା ଧାରଣାରେ ବସିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଦିନେଶଙ୍କ ତରଫରୁ କିଛି ଖବର ସାମ୍ନାକୁ ଆସିନାହିଁ । କି ଦିନେଶ ମଧ୍ୟ ସାମ୍ନାକୁ ଆସି ନାହାନ୍ତି । ଆଉ କେବେ ଆସିବେ ତାହାକୁ ହିଁ ଅପେକ୍ଷା ।
ତେବେ ଆପଣମାନେ ତ ସମସ୍ତେ ଜାଣିଥିବେ କି ଦୀପିକା ଦିନେଶଙ୍କ ଘର ଆଗରେ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା କରିଥିଲେ । ଆଉ ଏହି ବିଷୟରେ ଆପଣମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିଥିବେ । ଆଉ ପୂଜା ପରଦିନ ଦୀପିକା ୧୦୮ ଦୀପ ଜାଳିଥିଲେ । ଆଉ ଏହା ମଧ୍ୟ ସେ ଦିନେଶଙ୍କ ଘର ଆଗରେ ପ୍ରଭୁ ଗଣେଶଙ୍କ ପାଖରେ ଜାଳିଥିଲେ । ଆଉ ଏହି ଦୀପ ସେ ଦିନେଶଙ୍କର ମଙ୍ଗଳ ପାଇଁ ଜାଲିଥିଲେ ।
ତେବେ ଦୀପିକା ଏହି ଦୀପ ଜାଳିବାର କାରଣ ଗଣମାଧ୍ୟମ ଆଗରେ କହିଛନ୍ତି, ସେ କହିଛନ୍ତି ଦୀନେଶଙ୍କ ପାଇଁ ସେ ଏହି ଦୀପ ଜାଳିଛନ୍ତି । ଦିନେଶଙ୍କୁ ସଦବୁଦ୍ଧି ଭଗବାନ ଦିଅନ୍ତୁ ସେ ଏହା ପ୍ରାର୍ଥନା କରୁଛନ୍ତି । ଆଉ ତାଙ୍କ ପୁଅକୁ ବାପାର ପରିଚୟ ଦିନେଶ ଦିଅନ୍ତୁ ବୋଲି ସେ କହିଛନ୍ତି । ଆଉ ଭଗବାନଙ୍କ ଆଗରେ ୧୦୮ ଦୀପ ଜାଳି ଦିନେଶ ତାଙ୍କ ପାଖକୁ ଫେରିବେ ବୋଲି ପ୍ରାର୍ଥନା କରିଛନ୍ତି ତେବେ ତାଙ୍କ ପାଖରେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ଏହି ୧୦୮ ଦୀପ ଜାକିବା ପରେ ଦୀପିକଙ୍କୁ ବର୍ତ୍ତମାନ ଏକ ଖୁସି ଖବର ମିଳିଛି ରାଜ୍ୟ ମହିଳା କମିଶନ ତରଫରୁ ଏକ ଚିଠି ମଧ୍ୟ ଆସିଛି ଏବଂ ଏହି ଚିଠିରେ ଦିନେଶ ଙ୍କୁ ମଧ୍ୟ ଡ଼କାଯାଇଛି । ସେଠାରେ କଣ ସବୁ ସମାଧାନ କରି ହେବ ।
ଦୀପିକା ଏବଂ ତାଙ୍କ ପୁଅ କୁ କିପରି ନ୍ୟାୟ ମିଳିବ ସେସବୁ ବିଷୟରେ ଚର୍ଚ୍ଚା କରାଯିବ । ତେବେ ଦୀପିକା ବହୁତ ଖୁସି ଅଛନ୍ତି ଏବଂ ବିଘ୍ନ ହର୍ତା ତାଙ୍କ ଦୁଃଖ ବୁଝିକି ତାହାର ସମାଧାନ ର ବାଟ କାଢି ଦେଇଛନ୍ତି ବୋଲି କହିଛନ୍ତି । ତେବେ ୧୦୮ ଦୀପ ଜାଳିବାର ଫଳ ଏ । ତେବେ ସେ ପ୍ରମିଳା ତ୍ରିପାଠୀ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।