ନମସ୍କାର ବନ୍ଧୁଗଣ ତେବେ ୧୧ ବର୍ଷରେ ମିଳିଲେ ନାହିଁ ୧୧ ହଜାର ଉପଯୁକ୍ତ ପ୍ରାର୍ଥୀ । ୧୧ ବର୍ଷରେ ବାହାରିଥିଲା ୩୦ ହଜାର ପଦବୀ । ଆମ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରି ପାରୁନି କି ଯୋଗ୍ୟ ପ୍ରାର୍ଥୀ । ଜାତୀୟ ସ୍ତର ରେ କି ରାଜ୍ୟ ସ୍ତରରେ କାହିଁକି ସଫଳ ହେଉ ନାହାନ୍ତି ପିଲା ? ଓଡ଼ିଶାରେ ଏକ ତୃତୀୟାଂଶ ଯୋଗ୍ୟ ପ୍ରାର୍ଥୀ ନ ମିଳିବା ନେଇ ଉଠିଲା ପ୍ରଶ୍ନ । ବିଧାନସଭା ରେ ମନ୍ତ୍ରୀ ଙ୍କ ଉତ୍ତର ଖୋଲିଲା ସରକାରୀ ନିଯୁକ୍ତି ର ପେଡି ।
ତେବେ ଦିନ କୁ ଦିନ ଶିକ୍ଷା ବ୍ୟବସ୍ଥା ର ଗତି କୁଆଡେ ଯାଉଛି? ପିଲା ଯୋଗ୍ୟ ହେଉଛନ୍ତି ନା ଅଯୋଗ୍ୟ । ବିଧାନସଭା ରେ ମନ୍ତ୍ରୀଙ୍କ ଉତ୍ତର ଏସବୁ ମୁଖା ଖୋଲି ଦେଇଛି । ନିକଟରେ ଓଡିଶା ଲୋକସଭା ଆୟୋଗ ପକ୍ଷରୁ ପ୍ରକାଶିତ ୭୯୬ ଏଏସଓ ବା ସହକାରୀ ବଡ଼ ବାବୁ ପଦ ପାଇଁ ପ୍ରାୟ ଦୁଇ ଲକ୍ଷ ଯୁବକ ଆବେଦନ କରିଥିବା ଖବର ଆସିଲା ।
ତେବେ ସଚିବାଳୟର ସହକାରୀ ବଡ଼ ବାବୁ ପଦବୀ ପାଇଁ ଇଞ୍ଜିନିୟର ପିଏଚଡ଼ି ଏବଂ ଏମବିଏ କରୁଥିବା ପିଲା ଆବେଦନ କରିଥିବାର ନଜର ଆସିଥିଲା । ମାତ୍ର ଯେତେବେଳେ ଓପିଏସସି ପକ୍ଷରୁ ଜୁନିୟର ଡାକ୍ତର ,ଇଞ୍ଜିନିୟର ଏବଂ ଲେକ୍ଚର ଭଳି ପଦବୀ ପାଇଁ ବିଜ୍ଞାପନ ବାହାରୁଛି ସେତେବେଳେ ଉପଯୁକ୍ତ ପ୍ରାର୍ଥୀ ନ ମିଳିବା ରୁ ବହୁତ ପଦ ଖାଲି ପଡୁଛି ।
ତେବେ ୨୦୦୯-୧୦ ରେ ଉଚ୍ଚ ବିଭାଗ ପଦ ପାଇଁ ୩୨୮ଟି ଜୁନିୟର ଲେକ୍ଚର ପଦ ବାହାରିଥିଲା । ଦୁଇ ବର୍ଷ ପରେ ଓପିଏସସି ନିଯୁକ୍ତି ପାଇଁ ବାହାରିଥିଲା କିନ୍ତୁ ଉପଯୁକ୍ତ ପ୍ରାର୍ଥୀ ନ ମିଳିବା କାରଣ ରୁ ୧୧୭ ଟି ପଦ ପୂରଣ ହେଲାନି । ତେବେ ସେହିଭଳି ଜୁନିୟର ଡାକ୍ତର ଏବଂ ଇଞ୍ଜିନିୟର ପାଇଁ ମଧ୍ୟ ପଦବୀ ବାହାରିଥିଲା ତେବେ ତାହା ମଧ୍ୟ ପୂର୍ଣ ହୋଇ ପାରୁ ନାହିଁ ।
ତେବେ ପଦବୀ ଥାଇ ମଧ୍ୟ ପଦ ପୂରଣ ହୋଇ ପାରୁ ନାହିଁ ତେବେ ଏଭଳି ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଏବଂ ସରକାର ଙ୍କ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ତେବେ ୩୦ ହଜାର ଚାକିରୀ ପଦବୀ ଖାଲି ପଡି ରହୁଛି କିନ୍ତୁ ତଥାପି ପଦବୀ ପୂରଣ ହୋଇ ପାରୁ ନାହିଁ ଏବଂ ୧୧ ହଜାର ପିଲା ମିଳୁ ନାହାନ୍ତି ତେବେ ପିଲାମାନେ ଗଲେ କୁଆଡେ ଏବଂ ଶିକ୍ଷାର ବ୍ୟବସ୍ଥା କଣ ରହିଛି ଏନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ଏହା କୁ ନେଇ ସରକାର ଙ୍କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।