‘ଶାଳୀ ହେଇଥାନ୍ତି, କିନ୍ତୁ କିଛି ଏମିତି ଘଟିଲା ମୁଁ ତାଙ୍କ ସ୍ତ୍ରୀ ହେଇଗଲି ଓ ସେ ମତେ…’ କହୁ କହୁ ନିଜ ଜୀବନର କିଛି ଅକୁହା କଥା କହିଲେ ଯାତ୍ରା ଅଭିନେତ୍ରୀ Rajashri Sahu (Kuni)…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଫେମସ ଅଭିନେତ୍ରୀ ରାଜଶ୍ରୀ ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାଜଶ୍ରୀଙ୍କୁ କୁନି ନାମରେ ବି ଅନେକ ଲୋକ ଜାଣିଛନ୍ତି । ରାଜଶ୍ରୀଙ୍କ ଦମଦାର ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ରାଜଶ୍ରୀଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜଶ୍ରୀ ସାହୁଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି ।

ତେବେ ରାଜଶ୍ରୀ ଗତ କିଛି ସମୟ ପୂର୍ବରୁ ଏକ ସାକ୍ଷାତ୍କାରରେ ନିଜ ଜୀବନୀ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରାଜଶ୍ରୀ ସେହି ସାକ୍ଷାତକାରରେ କହିଛନ୍ତି ମୁ ୧୯୯୫ ମସିହାରେ ଯାତ୍ରା ଜଗତକୁ ଏଣ୍ଟ୍ରି କରିଥିଲି । ପ୍ରଥମେ ମୁ ଡ୍ୟାନ୍ସର ରୂପେ ଏଣ୍ଟ୍ରି କରିଲି ଓ ୫ ବର୍ଷ ପର୍ଯ୍ୟନ୍ତ କେବଳ ଡ୍ୟାନ୍ସ କରିଲି । ଏହା ପରେ ମୋତେ କମେଡି କରିବା ପାଇଁ କୁହାଗଲା । କମେଡି କରିବା ପରେ ମୁ ସମସ୍ତ ଗଣନାଟ୍ଯରେ କାମ କରିଛି ।

ତେବେ ଆଗକୁ କୁନି କହିଛନ୍ତି ଏମିତି ଅନେକ ଯାତ୍ରାରେ କାମ କରିଛି । ହେଲେ ଦିଗଜ ୩ ବର୍ଷ ହେବ ମୁ ଯାତ୍ରା ଜଗତରୁ ବିଦାୟ ନେଇଥିଲି । ମୋ ପୁଅର ପାଠ ପଢା ପାଇଁ ମୁ ବିଦାୟ ନେଇଥିଲି । ତାର ଦଶମ ପରୀକ୍ଷା ସରିଲା ଓ ସେ ଏବେ ଏକାଦଶ ଶ୍ରେଣୀରେ ପାଠ ପଢୁଛି ତେଣୁ ମୁ ପୁଣି ଯାତ୍ରା ଜଗତକୁ ଫେରିଛି । ମୋତେ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ମୁ ଛୋଟ ଥିବା ବେଳେ ଆମ ଗାଁରେ ଏକ ଯାତ୍ରା ପାର୍ଟି ଆରମ୍ଭ ହୋଇଥିଲା ।

ତେବେ ସେତେବେଳେ ମୁ ସେହି ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ଯାଇଥିଲି ହେଲେ ଗାଁ ଲୋକ ମାନେ ମୋ ବାପା ମାଙ୍କୁ ବହୁତ ନିନ୍ଦା ଅପବାଦ ଦେଲେ । ମୋ ବାପା ମୋତେ ବାଡେଇ ବାଡେଇ ଯାତ୍ରାରୁ ନେଇ ଆସିଥିଲେ । ଗାଁ ଲୋକ ମାନେ କହୁଥିଲେ ମୁ ଅଲଗା ଜାତିର ପୁଅକୁ ବିବାହ କରିବି କାରଣ ଯାତ୍ରା ଜଗତରେ ପାଦ ଦେବା ପରେ ସବୁବେଳେ ଯାଯାବର ଭଳି ବୁଲିବାକୁ ପଡେ । ହେଲେ ମୁ ମୋର ଏକା ଜିଦିରେ ଜାତି ଅନୁସାରେ ବିବାହ କରିଛି ।


ତେବେ ମୋ ସ୍ଵାମୀ ପ୍ରଥମେ ଯାତ୍ରାରେ ଗୀତ ଗାଉଥିଲେ ଓ ମୋ ବଡ ଭଉଣୀଙ୍କ ସହ ତାଙ୍କର ବିବାହ ହେବାକୁ ଯାଉଥିଲା କିନ୍ତୁ କିଛି କାରଣ ବଶତଃ ସେହି ବିବାହଟି ଭାଙ୍ଗି ଯାଇଥିଲା । ଏହା ପରେ ସେ ମୋ ସହ ଯାତ୍ରାରେ ସାକ୍ଷାତ କରିଲେ ଓ ଆମେ ପ୍ରେମ ବିବାହ କରିଥିଲୁ । ଶାଳି ହୋଇଥାନ୍ତି ସ୍ତ୍ରୀ ହୋଇଗଲି । ତା ହେଲେ ବନ୍ଧୁଗଣ ଏହି ପରି ଭାବେ ରାଜଶ୍ରୀ ସାହୁ ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *