“ତେବେ ଯଦି ବୃଦ୍ଧ ବ୍ୟକ୍ତି ଙ୍କୁ ଅଜଗର ସାପ ଗିଳି ଦେଇଛି ତେବେ ତା’ ପେଟରେ ସେ ହଜମ ହୋଇଯିବ । ତାକୁ ବାହାର କରିବା କଣ ଦରକାର?ଆମେ ତାକୁ ବାହାର କରି ପାରିବୁ ନାହିଁ । ସ୍କାନ କରିବା କଣ ଆବଶ୍ୟକ? ଏଭଳି କଥା ଆମେ କହୁ ନାହୁଁ ଏମିତି କଥା ସବୁ ଜଙ୍ଗଲ ବିଭାଗ ଅଧିକାରୀ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନନ୍ଦ କିଶୋର ଙ୍କ ପରିବାର ସଦସ୍ୟ । ନା ଫରେଷ୍ଟର ନା ପୋଲିସ କେହିବି ଶୁଣୁ ନାହାନ୍ତି ଗରିବ ଙ୍କ ଦୁଃଖ ।
କେବଳ ସେତିକି ନୁହେଁ ନନ୍ଦ କିଶୋର ଙ୍କ ପୁତୁରା କହିଛନ୍ତି କି ତାଙ୍କ ଦାଦା ଙ୍କୁ କେହି ହତ୍ୟା କରି ପକାଇ ଦେଇଛି । ଯାହାପରେ ସାପ ଦାଦା ଙ୍କୁ ଖାଇ ଦେଇଛି । ତେବେ ପରିବାର ଲୋକ ଏହା ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେମାନେ ଅଜଗର ପେଟ ରୁ ସାପ କୁ ବାହାର କରିବାକୁ କହିଥିଲେ ସେତେବେଳେ ଉତ୍ତର ମିଳିଲା ଯେ,
ଅଜଗର ଯଦି ବୁଢ଼ା କୁ ଗିଳି ଦେଇଥିବ ତେବେ ସେ ସାପ ପେଟରେ ହଜମ ହୋଇ ଯାଇଥିବ । ତାକୁ ବାହାରକୁ କାଢ଼ିବା କଣ ଆବଶ୍ୟକ । ଆପେ ଝାଡ଼ା ବାଟରେ ବାହାରି ଯିବ । ଏହା ଭିତରେ ସେପଟେ ୬ ଦିନ ହୋଇଯିବ ନନ୍ଦ କିଶୋର ଙ୍କୁ ଖୋଜି ଖୋଜି ଘରେ ଚୁଲି ଲାଗି ନାହିଁ ।
କାନ୍ଦ ଓ ବୋବାଳି ରେ ଫାଟି ପଡୁଛି ସମ୍ପୂର୍ଣ୍ଣ ପରିବାର । ନନ୍ଦ କିଶୋର ଙ୍କୁ ଝୁରି ଝୁରି ତାଙ୍କ ସ୍ତ୍ରୀ ବାରମ୍ବାର ବେହୋସ ହୋଇ ପଡୁଛନ୍ତି । ଆଖି ରୁ ଲୁହ କୁ ନିଗାଡି ବୟସ ର ଅପରାହ୍ନ ରେ ନିଜ ସ୍ୱାମୀ ନନ୍ଦ କିଶୋର ଙ୍କୁ ଖୋଜୁଛନ୍ତି । କିନ୍ତୁ ଅଭିଯୋଗ ପରେ ଅଭିଯୋଗ ହେଲାଣି । ହେଲେ ଏମାନଙ୍କ ଦୁଃଖ ଶୁଣିବ ବା କିଏ? ଏମାନେ ପରା ଗରିବ ଲୋକ ।
ବଡ଼ ବଡ଼ିଆ ହୋଇଥିଲେ ସିନା ପ୍ରଶାସନ ବୃଦ୍ଧ ଙ୍କୁ ଖୋଜିବାକୁ ଲାଗି ପଡ଼ିଥାନ୍ତା । ଏଭଳି କିଛି କହି ଘରେ ଚୁପ ହୋଇ ବସି ପଡ଼ିଛନ୍ତି ନନ୍ଦ କିଶୋର ଙ୍କ ପରିବାର ସଦସ୍ୟ । ତେବେ ଆପଣ ମାନେ ଏହି ଘଟଣା ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।