ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟରେ ଭୟଙ୍କର ଖୁଲାସା, OYO ହୋଟେଲରେ କିଛି ଏମିତି ହେଲା କି ନେଇଗଲେ ନିଜ ଜୀବନ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଜଧାନୀ ର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଶୁଭଶ୍ରୀ ମର୍ଡର ମାମଲାରେ ଖାରବେଳନଗର ପୋଲିସ୍‌କୂ ବଡ଼ ସୁରାକ । ପୋଲିସ ସୂଚନା ଅନୁସାରେ ଏ ମାମଲା ରେ ଅଟକ ଥିବା ନୟାଗଡ଼ ଅଞ୍ଚଳର ଜଣେ ଯୁବକଙ୍କୁ ମୃତ୍ୟୁର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ୭ ଥର କଲ କରିଥିଲେ ଶୁଭଶ୍ରୀ । ଆଉ ଶେଷ କଲରେ ୨୭ ସେକେଣ୍ଡ କଥା ବି ହୋଇଛନ୍ତି । ତେବେ ସଂପୃକ୍ତ ଯୁବକ କିଏ, ଶୁଭଶ୍ରୀଙ୍କ ସହ ତାଙ୍କ ସମ୍ପର୍କ କଣ ଏବଂ ହତୟଆ ଘଟଣା ସହ ତାଙ୍କର ଲିଙ୍କ୍ ଅଛି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତୟଆ ମାମଲାରେ ପୋଲିସକୁ ବଡ଼ କ୍ଲୁ । ସାମ୍ନାକୁ ଆସିଲା ଠୋସ୍ ସୁରାକ୍ । ଖାରବେଳ ନଗର ପୋଲିସର ସୂଚନା ଅନୁସାରେ, ଏ ମାମଲାରେ ଅଟକ ଥିବା ଜଣେ ଯୁବକଙ୍କୁ ଘଟଣା ଦିନ ୭ ଥର କଲ୍ କରିଥିଲେ ଶୁଭଶ୍ରୀ । ସବୁ କଲ୍ ଶୁଭ୍ରଶ୍ରୀଙ୍କ ଫୋନ୍‌ରୁ ହିଁ ଯାଇଥିଲା । ହତୟଆର ଠିକ୍ ଅଧ ଘଣ୍ଟାଏ ପୂର୍ବରୁ ଶୁଭଶ୍ରୀ କରିଥିବା ଶେଷ କଲ୍‌ର ଅବଧି ଥିଲା ୨୭ ସେକେଣ୍ଡ । ଆଉ ତା ପରେ ହିଁ ଘଟିଥିଲା ହତୟଆକାଣ୍ଡ ।

ତେବେ ପୋଲିସକୁ ଏ ସୂଚନା ମିଳିବା ପରେ ଖାରବେଳନଗର ଥାନାରେ ଅଟକ ଥିବା ସନ୍ଦିଗ୍ଧ ଯୁବକଙ୍କୁ ନିଜେ ପଚରାଉଚରା କରିଛନ୍ତି ଡିସିପି । ସେପଟେ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି । ପ୍ରଶ୍ନ ଉଠୁଛି, ଏ ମର୍ଡର ପ୍ଲଟ୍ ପଛର କାରଣ କଣ ? ପ୍ରେମ ନା ପୂର୍ବଶତ୍ରୁତା ? ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ତାଙ୍କ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତୟଆ କରା ଯାଇଥିବା କହିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ ।

ଗତ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଶାସ୍ତ୍ରୀନଗରର ଅଞ୍ଚଳରେ ଘଟିଥିଲା ଏହି ହତୟଆକାଣ୍ଡ । ଶୁଭଶ୍ରୀଙ୍କ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ୪ ବର୍ଷର ପୁଅ ପଡୋଶୀଙ୍କ ଘରକୁ ପାଠ ପଢିବାକୁ ଯାଇଥିଲା । ପୁଅ ଘରକୁ ଫେରିବା ବେଳକୁ ଖଟ ଉପରେ ପଡ଼ି ରହିଥିଲେ ମାଆ । ମାଆକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବାରୁ ବାପାଙ୍କୁ ଫୋନ୍ କରିଥିଲା ପୁଅ । ପରେ ପାଖ, ପଡୋଶୀଙ୍କୁ ଜଣାଇବାରୁ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ତେବେ ଶୁଭଶ୍ରୀଙ୍କ ବେକରେ ରଶି ଦାଗ ଥିବା ଏବଂ ଘଟଣାସ୍ଥଳରୁ ଏକ ପ୍ଲାଷ୍ଟିକ ରଶି ମିଳିଥିବାରୁ ତାଙ୍କୁ କେହି ତଣ୍ଟି ଚିପି ହତୟଆ କରିଥିବା ସନ୍ଦେହ କରାଯାଉଛି । ପାରିପର୍ଶ୍ୱିକ ପ୍ରମାଣ ଓ ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଏତଲା ଆଧାରରେ ପୋଲିସ ୩୦୨ ହତୟଆ ଓ ୨୦୧ ପ୍ରମାଣ ନଷ୍ଟ ଭଳି ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ପ୍ରାଥମିକ ତଦନ୍ତରୁ ଶୁଭଶ୍ରୀଙ୍କୁ ହତୟଆ କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରଶ୍ନ ଉଠୁଛି ତାଙ୍କୁ କିଏ ଓ କାହିଁକି ହତୟଆ କରିଛି ? ହତୟଆ ସହ ଅଟକ ଥିବା ଯୁବକଙ୍କ କିଛି ଲିଙ୍କ୍ ରହିଛି କି ? ଯଦି ହଁ, ତେବେ ଶୁଭଶ୍ରୀଙ୍କ ସହ ସେ ଯୁବକଙ୍କ ସମ୍ପର୍କ କଣ ? ଏସବୁ ପ୍ରଶ୍ନର ଉତ୍ତରରେ ଏମାମଲାର ରହସ୍ୟ ଲୁଚିଥିବା ଅନୁମାନ କରାଯାଉଛି ।


ତେବେ ସୂଚନା ଅନୁଯାୟୀ ସେହି ଯୁବକ ଜଣଙ୍କ ହେଉଛନ୍ତି ଶୁଭଶ୍ରୀ ଙ୍କ ପ୍ରେମିକ । ତେବେ ୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ଚିତ୍ତ ରଞ୍ଜନ ସତ୍ୟ ନଗରରେ ଡ୍ରାଇଭର କାମ କରନ୍ତି । ଅଛନ୍ତି । ୨୦୧୯ରେ ଚିତ୍ତ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ସଂପର୍କ ବଢିବା ସହ ଉଭୟ ଲଜ୍‌ରେ ରହୁଥିଲେ ଏବଂ ବାହାରେ ବୁଲାବୁଲି କରୁଥିଲେ ।  ଶୁଭଶ୍ରୀଙ୍କ  ପରପୁରୁଷ ସହ ସଂପର୍କକୁ ନେଇ ସ୍ଵାମୀ ସନ୍ଦେହ କରୁଥିଲେ ।

ତେବେ ଅନ୍ୟ ଜଣେ ପୁରୁଷଙ୍କ ସହ ଶୁଭଶ୍ରୀ ମିଳାମିଶା କରିବାକୁ ନେଇ ଚିତ୍ତ ରାଗି ଏଣୁତେଣୁ କହିଥିଲେ । ତେବେ ଶୁଭଶ୍ରୀଙ୍କ ସହ ଚିତ୍ତରଞ୍ଜନଙ୍କ ପ୍ରବଳ ଝଗଡା ହୋଇଥିଲା । ଝଗଡା ପରେ ଶୁଭଶ୍ରୀ ମାନସିକ ଚାପରେ ଥିଲେ । ଆତ୍ମହତୟଆ ପୂର୍ବରୁ ସେ ଚିତ୍ତରଞ୍ଜନଙ୍କୁ ଶେଷ ଥର କଲ୍ କରିଥିଲେ ଏବଂ ଆତ୍ମହତୟଆ କରିବେ ବୋଲି କହିଥିଲେ । ଏହାପରେ ଚିତ୍ତରଞ୍ଜନ ଘରେ ପହଞ୍ଚି ଦେଖିବା ବେଳକୁ ଶୁଭଶ୍ରୀ ବେକରେ ଓଢଣୀ ଦେଇ ଆତ୍ମହତୟଆ କରି ସାରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *