ଶୁଭଶ୍ରୀ ମୃତ୍ୟୁ ମାମଲାରେ ଭୟଙ୍କର ଖୁଲାସା, ବାହାଘର ପରେ ବି ପ୍ରେମିକକୁ ଭୁଲି ପାରୁଥିଲେ, ତାକୁ ନେଇ OYO ଗଲା ପରେ ଯାହା ହେଲା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଶାସ୍ତ୍ରୀନଗରର ଶୁଭଶ୍ରୀ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁ ଚିତ୍ତରଂଜନଙ୍କୁ ପୁଲିସ ଗିରଫ କରିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । ଶୁଭଶ୍ରୀଙ୍କୁ ଆତ୍ମହତୟଆ ପାଇଁ ପ୍ରବର୍ତାଇବା ଅଭିଯୋଗରେ ଚିତ୍ତରଞ୍ଜନଙ୍କୁ ବାନ୍ଧିଛି ପୁଲିସ । ଏନେଇ ଡିସିପି ଭୁବନେଶ୍ୱର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇପାରନ୍ତି । କାହିଁକି ମୃତ୍ୟୁ ହେଲା ତାର ପର୍ଦାଫାସ କରିବ କମିସନରେଟ ପୁଲିସ । ଏହାଛଡ଼ା ଚିତ୍ତରଞ୍ଜନଙ୍କୁ ନେଇ ସ୍ପଟ ଭେରିଫିକେସନ ମଧ୍ୟ କରାହେବ ବୋଲି ଜଣାଯାଇଛି ।

ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆଗକୁ ବଢ଼ିଛି । ଏବେ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାଛଡ଼ା ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର କରାଯାଇଛି । ତେବେ ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ , ତାର ଯାଞ୍ଚପାଇଁ ରାଜ୍ୟ ଫରେନସିକ ଲାବକୁ ନମୁନା ପଠାଯାଇଛି ।

ତେବେ ରାଜଧାନୀର ଶାସ୍ତ୍ରୀନଗରରେ ଶୁଭଶ୍ରୀ ହତୟଆକାଣ୍ଡ ମାମଲାରେ ବିସ୍ଫୋରକ ତଥ୍ୟ ହାସଲ କରିଛି ପୁଲିସ । ଶୁଭଶ୍ରୀଙ୍କ ସିଡିଆରରୁ ମିଳିଛି ଏହି ବିସ୍ଫୋରକ ତଥ୍ୟ । ସନ୍ଦେହ ଘେରରେ ଥିବା ଯୁବକଙ୍କୁ ଅଟକ ରଖି ଖାରବେଳନଗର ଥାନାରେ ପଚରା ଉଚରା ଜାରି ରହିଛି । ଥାନାରେ ଅଟକ ଥିବା ବ୍ୟକ୍ତିଙ୍କୁ ଜାଣିଛନ୍ତି ମୃତ ଶୁଭଶ୍ରୀଙ୍କ ସ୍ୱାମୀI ପୂର୍ବରୁ ଯୁବକଜଣକ ତାଙ୍କ ଘରକୁ ଯିବା ଆସିବା ମଧ୍ୟ କରିଛନ୍ତିI

ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରୁଛନ୍ତି । ଶେଷ ୭ଟି କଲକୁ ନେଇ ସନ୍ଦେହ ବଢିଛି । ଶୁଭଶ୍ରୀ ସନ୍ଧ୍ୟା ସାଢେ ୬ଟାରୁ ୬ ଟା ୪୯ ଭିତରେ ୭ ଥର କଲ କରିଥିଲେ । ଶେଷଥର ପାଇଁ ଶୁଭଶ୍ରୀ ଜଣେ ଯୁବକଙ୍କୁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ । ହତୟଆକାଣ୍ଡ ପୂର୍ଵରୁ କାହିଁକି ବାରମ୍ବାର କଲ କରିଥିଲେ ଶୁଭଶ୍ରୀ? ତାକୁନେଇ ଖୋଳତାଡ଼ କରୁଛି ପୁଲିସ ।

ଏଣେ ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି ପୁଲିସ । ହତୟଆକାଣ୍ଡ ପରେ, ପ୍ରମାଣ ନଷ୍ଟ କରିଥିବା ନେଇ ତଦନ୍ତ କରୁଛି ପୁଲିସ । ତେଣେ ମୃତଦେହ ବ୍ୟବଛେଦ ପାଇଁ ଏଫଏମଟିର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୁଲିସ । ତେବେ ସେ ଯୁବକ ଜଣଂ ହେଉଛନ୍ତି ଶୁଭଶ୍ରୀ ଙ୍କ ପ୍ରେମିକ । ତେବେ ଶୁଭଶ୍ରୀ ଗତ ୨୦୧୪ରେ ବିବାହ କରିଥିବା ବେଳେ ୨୦୧୯ରେ ସେ ଚିତ୍ତଙ୍କ ସମ୍ପର୍କରେ ଆସିଥିଲେ । ଶୁଭଶ୍ରୀ-ଚିତ୍ତଙ୍କ ରିଲେସନସିପ ବଢ଼ିବା ପରେ ସମୟକ୍ରମେ ଉଭୟେ ଓୟୋରେ ରହିବା ସହ ବାହାରେ ବୁଲି ସମୟ କଟାଉଥିଲେ ।


ଦୁହିଁଙ୍କ ସମ୍ପର୍କକୁ ନେଇ ଶୁଭଶ୍ରୀଙ୍କ ସ୍ୱାମୀଙ୍କ ସନ୍ଦେହ ହୋଇଥିଲା ଓ ସେ ଗତ ମାସ ୨୮ ତାରିଖରେ ତାଙ୍କ ଗ୍ରାମକୁ ଯାଇଥିଲେ । ଶୁଭଶ୍ରୀ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିବା ସମୟରେ ତାଙ୍କୁ ଚିତ୍ତ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଚିତ୍ତ ଶୁଭଶ୍ରୀଙ୍କ ଘରକୁ ଯାଇ ଝଗଡ଼ା କରିବା ସହ ମାରପିଟ୍ କରିଥିଲା । ଏହି ଘଟଣାକୁ ନେଇ ଶୁଭଶ୍ରୀ ମାନସିକ ଅବସାଦରେ ରହିବା ସହ ଆତ୍ମହତୟଆ କରିଥିବା ଡିସିପି କହିଛନ୍ତି ।

Leave a Reply

Your email address will not be published. Required fields are marked *