Weather Alert: ମାଡି ଆସୁଛି ବଡ ବାତ୍ୟା ! 200 କିମି ପବନ ବହିବ, ସମୁଦ୍ରରେ ଉଠିବ 50 ଫୁଟ୍ ଜୁଆର, ଏହି ଅଞ୍ଚଳକୁ କରିବ ସବୁଠୁ ଅଧିକ ପ୍ରଭାବିତ

ବନ୍ଧୁଗଣ ଏବେ ବଳ ଗୋଟାଉଛି ବାତ୍ୟା । ସମୁଦ୍ରରୁ ଉପକୂଳ ଆଡକୁ ଭୟଙ୍କର ବେଗରେ ଆସୁଛି ମାଡି । ୫୦ ଫୁଟ ଉଠିବ ସମୁଦ୍ର ଜୁଆର ଆଉ ୨୦୦ କିମି ବେଗରେ ବହିବ ପବନ । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଯାହାକୁ ନେଇ ଏବେ ଆତଙ୍କିତ ଉପକୂଳ ବାସୀ । ଏମିତି କି ଏ ବର୍ଷର ଏହି ବାତ୍ୟାକୁ ସବୁଠାରୁ ବଡ ବାତ୍ୟା ବୋଲି କୁହା ଯାଉଛି । ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ।

ଏହି ବାତ୍ୟା ପାଇଁ ଜାପାନର ଦକ୍ଷିଣ-ପୂର୍ବ ଦ୍ଵିପ ପୁଞ୍ଜ ଗୁଡିକ ପ୍ରଭାବିତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏଥି ସହ ଚାଇନାର ପୂର୍ବ ଉପକୂଳରେ ଥିବା ସହର ଗୁଡିକ ପ୍ରତି ବାତ୍ୟା ବିପଦ ଆସିଛି । ଏହି ସୁପର ଟାଇଫୁନର ନାଁ ହିନ୍ନାମନୋର ରଖା ଯାଇଛି । ବର୍ତ୍ତମାନ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୨୫୭ କିମି ତଥା ୧୬୦ ମାଇଲ୍ସ ରହିଛି ।

ଏହି ସୁପର ଟାଇଫୁନ ପ୍ରଭାବରେ ଉପକୂଳ ଅଞ୍ଚଳରେ ପବନର ବେଗ ଧୀରେ ଧୀରେ ବଢୁଛି । ତେବେ ପବନକୁ ଦେଖି ସମୁଦ୍ର କୁଳରେ ରହୁଥିବା ଲୋକ ମାନେ ଏବେ ଭୟବିତ ହୋଇଛନ୍ତି । ହିନ୍ନାମନୋର ପ୍ରଭାବରେ ସମୁଦ୍ରର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠି ପାରେ । ଜାପାନ ମେଟ୍ରୋଲଜିକାଲ ଏହାକୁ ୨୦୨୨ର ସବୁଠାରୁ ବଡ ବାତ୍ୟାର ଆଖ୍ୟା ଦେଇ ସାରିଛି ।

ଯଦି ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ ହୁଏ ତେବେ ଭୟଙ୍କର କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି । ହଙ୍କକଙ୍ଗ ପାଣିପାଗ ବିଭାଗ କହିଛି ଯେ, ଏହା ରଇକ୍ୟୁ ଦ୍ବୀପପୁଞ୍ଜା ମୁହାଁ ହେଉଛି । ଏହା ପ୍ରଭାବରେ ରଇକ୍ୟୁରେ ୨୦୦ ରୁ ୩୦୦ ମିନିଟ ବର୍ଷା ହେଲାଣି । ତେବେ ଏହା ସ୍ଥଳ ଭାଗରେ କେବେ ଛୁଇଁବ ସେନେଇ କୌଣସି ସୂଚନା ଆସି ନାହିଁ । ଅନ୍ୟ ପଟେ ଆମେରିକାର ଯଏଣ୍ଟ ଟାଇଫୁନ ୱାର୍ନିଙ୍ଗ ସେଣ୍ଟର କହିଛି ଯେ, ଏହି ସୁପର ଟାଇଫୁନ ଆଗାମୀ ଦିନରେ ଦୁର୍ବଳ ହୋଇପାରେ ।

ହେଲେ ଏହା ପ୍ରଭାବରେ ଘଣ୍ଟା ପ୍ରତି ପବନର ବେଗ ୨୦୦ କିମି ବା ଅଧିକ ରହିବ । ଏହି ସୂଚନା ପାଇବା ପରେ ଜାପାନ ସରକାର ବାତ୍ୟାର ମୁକବାଲା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ଏହା ସହ ଲୋକଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *