ନମସ୍କାର ବନ୍ଧୁଗଣ ତେବେ କଟକ ଜିଲ୍ଲା ବାଙ୍କୀରୁ ଆସିଛି ଏକ ଛାତି ଥରାଇ ଦେଲା ଭଳି ଖବର । ଗୟଳବାଙ୍କରେ ଜଣେ ବ୍ୟକ୍ତିଙ୍କୁ ଅଜଗର ସାପ ଗିଳି ଦେଇଥିବାର ଖବର ଆସିଛି । ୭୭ ବର୍ଷୀୟ ଜଣେ ବୃଦ୍ଧଙ୍କୁ ବିରାଟ ବଡ ଅଜଗର ସାପ ଗିଳି ଦେଇଛି । ସାନମୁଣ୍ଡଳୀ ଗାଁର ଏହି ବ୍ୟକ୍ତି ଜଣକ ଜଣେ ଲୁଗା ବ୍ୟବସାୟୀ ବୋଲି ଜଣାପଡିଛି । ଗତକାଲି ଠାରୁ ସେ ନିଖୋଜ ଥିଲେ । ଚନ୍ଦକା ଡମପଡା ଅଞ୍ଚଳର ଆଦିବାସୀ ଆଦି ଗାଁକୁ ଲୁଗା ବ୍ୟବସାୟ କରିବାକୁ ସେ ଜଙ୍ଗଲ ପାଖ ଦେଇ ଯାଇଥିବା ବେଳେ ନିଖୋଜ ହୋଇଯାଇଥିବା କୁହାଯାଉଛି ।
ଏହି ସମ୍ପର୍କରେ ପରିବାର ଲୋକେ ପୋଲିସରେ ଜଣାଇବାରୁ ତନାଘନା ଜାରି ରଖିଥିଲା ପୋଲିସ । କୁକୁର ସାହାଯ୍ୟରେ ପୋଲିସ ଲୁଗା ବ୍ୟବସାୟୀକୁ ଖୋଜାଖୋଜି ଜାରି ରଖିଥିବା ବେଳେ ଘଟିଥିଲା ଏକ ଅଦ୍ଭୁତ ଘଟଣା । କୁକୁରଟି ଶୁଙ୍ଘି ଶୁଙ୍ଘି ଯାଇ ଏକ ବିରାଟକାୟ ଅଜଗର ନିକଟରେ ପହଞ୍ଚିଥିଲା । ଏହି ଭିଜୁଆଲରେ ଆପଣମାନେ ଦେଖିପାରିବେ ଯେ ଏହି ଅଜଗର ସାପ ପେଟରେ ଏମିତି କିଛି ଅଛି ଯାହା ବହୁତ ବଡ ବୋଲି ଜଣାପଡ଼ୁଛି ।
ଏହି ସାପ ପେଟରେ ଏକ ମଣିଷ ଥିବାର ଦେଖାଯାଉଛି । ତେବେ ଏହିଥିରୁ ଜଣାପଡୁଛି କି ଏହି ସାପ ପେଟରେ ଲୁଗା ବ୍ୟବସାୟୀ ଜଣକ ଅଛନ୍ତି ବୋଲି ଦୃଢୀଭୂତ ହେଉଛି । ସନ୍ଦେହ ଦୃଢୀଭୂତ ହେବାର କାରଣ ହେଉଛି ଏହି ଅଜଗର ସାପର ନିକଟରେ ବା ଅଳ୍ପ ଦୂରରେ ସେହି ବ୍ୟବସାୟୀ ଜଣଙ୍କର ସାଇକେଲ, ଜୋତା, ଏବଂ ଅନ୍ୟାନ୍ୟ ସାମଗ୍ରୀ ପଡ଼ିରହିଛି ।
ଆଉ ଏହିଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଏହି ବିରାଟ ଅଜଗର ସାପ ସେହି ଲୁଗା ବ୍ୟବସାୟୀଙ୍କୁ ଗିଳି ଦେଇଛି । ଆଉ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଚହଳ ସୃଷ୍ଟି ହୋଇଛି । ତେବେ କିନ୍ତୁ ଵନ ବିଭାଗର କର୍ମଚାରୀ ମାନଙ୍କ କହିବା କଥା କି ଯଦି ଅଜଗର ସାପ ଟି ବୃଦ୍ଧ ଙ୍କୁ ଗିଳି ଦେଇଥାନ୍ତା ତେବେ ସେଠାରୁ ଆଉ କେଉଁଠି କି ଯାଇପାରି ନ ଥାନ୍ତା । ବୃଦ୍ଧାଙ୍କର ସାଇକେଲ ଚପଲ ଯେଉଁଠି ମିଳିଛି ସେଠାରୁ ୧୨୦୦ ମିଟର ଦୂରର ରେ ରହିଛି ଅଜଗର ।
ସେଥିପାଇଁ ଅଜଗର ବୃଦ୍ଧ ଙ୍କୁ ନୁହେଁ ବରଂ ବାରହା ଭଳି ଜଙ୍ଗଲି ପଶୁକୁ ଖାଇ ଥାଇପାରେ ବୋଲି ଫରେଷ୍ଟର କହିଛନ୍ତି । କିନ୍ତୁ ଏ ଯାଏଁ ସଂପୂର୍ଣ୍ଣ ସତ ସାମନା କୁ ଆସିପାରି ନାହି । ତେବେ ତାଙ୍କ ଘର ଲୋକ ଗାଁ ଲୋକମାନେ ମଧ୍ୟ ବର୍ତ୍ତମାନ ଚିନ୍ତା ରେ ତେବେ ଯଦି ଅଜଗର ପେଟରେ ବୃଦ୍ଧ ନାହାନ୍ତି ତେବେ ବୃଦ୍ଧ ଗଲେ କୁଆଡେ । ତେବେ ଏହା ମଧ୍ୟ ସତ ଯେ ଏକ ୧୫ ଫୁଟ ର ଅଜଗର ଏକ ୫ ଫୁଟ ର ମଣିଷ କୁ କେବେବି ଖାଇ ପାରିବ ନାହିଁ । ଏହାଛଡା ସେହି ସାପକୁ ସ୍କାନ କିପରି କରାଯିବ ତାହା ମଧ୍ୟ ଚିନ୍ତା ର ବିଷୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।