ଏବେ ବି ଅଜଗର ପେଟରେ ବୃଦ୍ଧ ! ଦେଖନ୍ତୁ ଏ ନେଇ କଣ କହିଲେ ବୃଦ୍ଧଙ୍କ ଗ୍ରାମବାସୀ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସାପ ପେଟରେ କଣ ଅଛି? ମଣିଷ ଅଛି ନା ଆଉ କିଛି ଜଙ୍ଗଲୀ ପଶୁ ରହିଛି? ଯଦି ମଣିଷ ନାହିଁ ତେବେ ସେହି ବୃଦ୍ଧ ଜଣକ ଗଲେ କୁଆଡ଼େ?ଏମିତି ଏବେ ଅନେକ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛି । ତେବେ ଖବର ଆସିଥିଲା କି, ଜଣେ ବୃଦ୍ଧ ଙ୍କୁ ଅଜଗର ସାପ ଗିଳି ଦେଇଛି ବୋଲି । ସାପଟି ବୃଦ୍ଧ ଙ୍କୁ ଗିଳି କୁଆଡ଼େ ଆଉ ଯାଇ ପାରୁ ନାହିଁ । ଗୋଟିଏ ସ୍ଥାନରେ ପଡ଼ି ରହିଛି ।

ସାପ ଶୋଇଥିବା ସ୍ଥାନରେ ୧୨୦୦ ମିଟର ଦୂରରେ ବୃଦ୍ଧ ବ୍ୟକ୍ତି ଙ୍କ ଚପଲ ଏବଂ ସାଇକେଲ ଥୁଆ ହୋଇ ଥିବାରୁ ଲୋକମାନେ ସନ୍ଦେହ କରିଥିଲେ କି ବୃଦ୍ଧ ବ୍ୟକ୍ତି ଜଣକୁ ଅଜଗର ସାପ ହିଁ ଗିଳି ଦେଇଛି ବୋଲି । ଲୋକମାନେ ସାପ ପାଖକୁ ଯାଇ ଭିଡିଓ କରିଥିଲେ ଏବଂ ଫରେଷ୍ଟ ଗାର୍ଡ ଙ୍କୁ ଖବର ଦେଇଥିଲେ । ତେବେ ଫରେଷ୍ଟ ଗାର୍ଡ ଙ୍କ ପ୍ରତିକ୍ରିୟା ପରେ ସେହି ଅଜଗର ର ପେଟରେ ବୃଦ୍ଧ ଜଣକ ଅଛନ୍ତି କିମ୍ବା ନୁହେଁ ଆଉ କୌଣସି ଜଙ୍ଗଲୀ ପଶୁ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।

ଫରେଷ୍ଟର ଙ୍କ କହିବା କଥା ହେଉଛି ଯଦି ଅଜଗର ସାପଟି ବୃଦ୍ଧ ଙ୍କୁ ଗିଳି ଥାଆନ୍ତା ତେବେ ସେହି ସ୍ଥାନ ରୁ ଆଉ କୁଆଡେ ଯାଇପାରି ନଥାନ୍ତା । ସାପ ଠାରୁ ୧୨୦୦ ମିଟର ଦୂରରେ ରହିଛି ଅଜଗର । ସେଥିପାଇଁ ଅଜଗର ବୃଦ୍ଧ ଙ୍କୁ ନୁହେଁ ବାର୍ହା ଭଳି ଜଙ୍ଗଲୀ ପଶୁ କୁ ଖାଇ ଥାଇପାରେ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତ କଣ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ତେବେ ତେବେ ଯଦି ଅଜଗର ପେଟରେ ବୃଦ୍ଧ ବ୍ୟକ୍ତି ଜଣକ ନାହାନ୍ତି ତେବେ ବୃଦ୍ଧ ବ୍ୟକ୍ତି ଜଣକ ଗଲେ କୁଆଡ଼େ? ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ ଅଟେ ।ତେବେ ଜଣେ ଲୁଗା ବିକାଳି ଲୁଗା ବିକ୍ରି କରିବାକୁ ଯାଇଥିଲେ ଆଜିକୁ ତିନି ଦିନ ବୀତିଲାଣି ହେଲେ ସେ ଘରକୁ ଫେରି ନାହାନ୍ତି । ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାରଙ୍ଗ ଥାନା ଅନ୍ତର୍ଗତ ସାନ ମୁଣ୍ଡଳି ଗାଁର ନନ୍ଦକିଶୋର ବେହେରା ।

ତେବେ ନନ୍ଦଙ୍କ ବୟସ ହେଉଛି ୭୫ ବର୍ଷ । କୁହା ଯାଉଛି ସେ ଘରୁ ବାହାରି ଲୁଗା ବିକ୍ରି କରିବା ପାଇଁ ଚନ୍ଦକା ଡମପଡା ଅଭ୍ୟାରଣ ଭିତରେ ଥିବା ପିଠା ଖିଆ, ଦାହାଣୀ ଗାଡିଆ, ବେହେଣ୍ଡା ସାହି, ନୂଆ ଖୁଅ ଓ ଢୋଲ କାଠ ଆଧି ଅଞ୍ଚଳକୁ ସେ ରବିବାର ଦିନ ଲୁଗା ବିକ୍ରି କରିବାକୁ ଯାଇଥିଲେ । ହେଲେ ଏମିତି କଣ ହେଲା ସେ ଘରକୁ ଫେରିଲେ ନାହିଁ ଏହା ପରେ ଘର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ ।

ବହୁତ ଖୋଜା ଖୋଜି କରିବା ପରେ ତାଙ୍କ ପରିବାର ଲୋକ ଥାନାକୁ ଯାଇଥିଲେ ଏବଂ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ତେବେ ଚନ୍ଦକା ଡମପଡା ଅଭ୍ୟାରଣ ଭିତରେ ଥିବା ବେଙ୍ଗପାଣି ଘାଟିରେ ତାଙ୍କ ଲୁନା, ଲୁଗାପଟା ଆଉ ଚପଲ ଆଦି ପୋଲିସ ପାଇଥିଲେ ହେଲେ ନନ୍ଦଙ୍କୁ ପାଇ ନଥିଲେ ।

ତେବେ ସେପଟେ ଅଜଗର ସାପର ପେଟ ଯେଉଁ ଭଳି ଫୁଲିଛି ତାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।ତେବେ ଗାଁ ଲୋକମାନେ ମଧ୍ୟ ଏହା କହୁଛନ୍ତି କି ଯଦି ଅଜଗର ସାପ ଟି ସେହି ବୃଦ୍ଧ ଙ୍କୁ ଗିଳିନି ତେବେ ଆମ ଲୋକ କାହିଁ। ତେବେ ସାପଟି ପାଖାପାଖି ୧୨ ରୁ ୧୪ ଫୁଟର ଥିବା ବେଳେ ଏବେ ବନବିଭାଗ ସାପଟି କଣ ଖାଇଛି ତାକୁ ନେଇ ତଦନ୍ତ କରୁଛନ୍ତି ।  ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *