ରାସ୍ତା ମଝିରେ ହାଇଡ୍ରାମା..ନିଜ ବାହାଘର ଛାଡ଼ି ଦୌଡିଲା ବର, ଗୋଡ଼େଇ ଗୋଡ଼େଇ ଧରିଲା, ମାଡି ବସି ବାହା ହେଲା କନିଆଁ, ଭିଡିଓ ଭାଇରାଲ୍

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ନିଜ ବାହାଘର ଛାଡି ଦୌଡିଲା ବର ଗୋଡେଇ ଗୋଡେଇ ଧରିଲା କନ୍ୟା । ରାସ୍ତାରେ ଦେଖିବାକୁ ମିଳିଛି ହାଇଡ୍ରାମା ଆଉ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କନ୍ୟା ରାସ୍ତା ମଝିରେ ଚିତ୍କାର କରୁଛନ୍ତି ।

ଆଉ ବର ଦୌଡୁ ଛନ୍ତି ତାଙ୍କ ପଛେ ପଛେ ଦୌଡୁ ଛନ୍ତି କନ୍ୟା । ତେବେ କୋର୍ଟ ସାମ୍ନାରେ ଘଟିଛି ଏ ଘଟଣା । ରାସ୍ତା ମାହିରେ ବର କନ୍ୟାଙ୍କ ହାଇଡ୍ରାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ତେବେ ଏହି ଘଟଣା ବିଷୟରେ ଆସନ୍ତୁ ଜାଣିବା । ବିହାରର ନବାଦା ଜିଲ୍ଲା ଅନ୍ତର୍ଗତ ମୋହାଲି ଗାଁର ବାସିନ୍ଧା ରାମବତାର ଚୌହାନିଙ୍କ ଝିଅ ଗୁଡି କୁମାରୀ ପସନ୍ଦ କରୁଥିଲେ ମେହେକ ଗାଁର ଚାନ୍ଦ ଚୌହାନଙ୍କ ପୁଅ ସନ୍ଦିପ କୁମାର ।

ଦୁହେଁ ଫୋନରେ ପରସ୍ପର ସହ କଥା ହେଉଥିଲେ । ପୁଅ ସନ୍ଦିପ ଝିଅ ଗୁଡିକୁ ଭେଟିବା ପାଇଁ ଗାଁକୁ ଯାଇଥିଲେ ଆଉ ସେତେବେଳେ କିଛି ଗ୍ରାମବାସୀ ଆଉ ପରିବାର ଲୋକ ସନ୍ଦିପକୁ ଦେଖିଥିଲେ । ଆଉ ଏହା ପରେ ସେମାନେ ଉଭୟଙ୍କ ବିବାହ କରିବାକୁ ସ୍ଥିର କରିଥିଲେ । ପ୍ରଥମେ ସନ୍ଦିପ ଗୁଡିଙ୍କୁ ବାହା ହେବା ପାଇଁ ପ୍ରସ୍ତୁତ ନଥିଲେ କିନ୍ତୁ ପରେ ରାଜି ହୋଇଯାଇଥିଲେ । ଏଥିପାଇଁ ଉଭୟ ନବାଦାର ସିଭିଲ କୋର୍ଟରେ ବିବାହ କରିବା ପାଇଁ ପହଞ୍ଚି ଥିଲେ ।

ଯେତେବେଳେ ଓକିଲ ସନ୍ଦିପଙ୍କୁ କାଗଜ ପତ୍ରରେ ସାଇନ କରିବାକୁ କହିଥିଲେ ସେତେବେଳେ ସନ୍ଦିପ କଲମ ଫିଙ୍ଗି ଦୌଡିବାକୁ ଲାଗିଲେ । ଏହା ପରେ ସନ୍ଦିପଙ୍କ ପଛେ ପଛେ ଗୁଡି ବି ଦଉଡି ଥିଲେ । ଝିଅ ଗୁଡି ବି ଛାଡିବାକୁ ନାରାଜ ସେ ବାହା ହେବେ ତ କେବଳ ସେହି ପୁଅକୁ ବାହା ହେବେ । ପରେ ଗୁଡି ଆଉ ତାଙ୍କ ସମ୍ପର୍କୀୟ ମାନେ ପୁଅକୁ ଧରିବାରେ ସଫଳ ହୁଅନ୍ତି ।

ତେବେ ପରିବାର ଲୋକଙ୍କ ମତରେ ଗତ ତିନି ମାସ ତଳେ ଉଭୟଙ୍କ ବିବାହ ତାରିକ ସ୍ତିର କରଯାଇଥିଲା । ଯୌତୁକରେ ପୁଅକୁ ଏକ ପଲସର ବାଇକ ଏବଂ 50 ହଜାର ଟଙ୍କା ଦିଆ ଯାଇଥିଲା । ହେଲେ ପରେ ପୁଅ ନିଜ ମନ ପରିବର୍ତ୍ତନ କରି ଚମ୍ପଟ ମାରିଥିଲା ହେଲେ ଗୁଡି ତାକୁ ଛାଡି ନଥିଲେ ଜୋର ଜବରଦସ୍ତ ବିବାହ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *