ବନ୍ଧୁଗଣ ଜେଣ ବିବାହିତା ମହିଳା ଅଭିଯୋଗ କରିଛନ୍ତି ତାଙ୍କ ପୁରୁଣା ପ୍ରେମିକ ସଞ୍ଜୟ ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଘରେ କେହି ନଥିବା ବେଳେ ସେ ଘରକୁ ଆସି ତାଙ୍କୁ ଟଣା ଓତଡା କରି ତାଙ୍କ ବ୍ଲାଉଜ ଚିରି ଦେଇଛନ୍ତି । ପୁଣି ତାଙ୍କ ସହ ପଳେଈ ଯିବା ପାଇଁ ମଧ୍ୟ ସେ ବାଧ୍ୟ କରିଛନ୍ତି । ଏମିତି ଏକ ଘଟଣା କଟକ ଜିଲ୍ଲା ନେମରା ଥାନା ନରେନ୍ଦ୍ରପୁର ଅଧିନସ୍ଥ ଚମରା ଗାଁରେ । ତେବେ ପ୍ରେମିକକୁ ଗାଁ ଲୋକ ବହେ ଛେଚି ଛନ୍ତି ଆଉ ପ୍ରେମିକକୁ ପୋଲିସ ଗିରଫ କରିଛି ।
ଅନ୍ୟ ପକ୍ଷେ ପ୍ରେମିକ ଜଣକ କହିଛନ୍ତି-‘ମୋତେ ପ୍ରେମ କରି ଧୋକା ଦେଲା । ମୋ ସହ ସମ୍ପର୍କ ରଖି ଆଉ କାହାକୁ ବାହା ହେଲା । ବାହାଘର ପରେ ବି ମୋ ସହ ପଳେଈ ଗଲା । ଏବେ ମୋତେ ଫସେଇ ମାଡ ମାରିଲା । ମୁଁ ଜଣେ ପ୍ରେମିକ କହୁଛି ବଦନାମ ହୋଇ ସାରିଥିବା ଜଣେ ପ୍ରେମିକ ହେଲେ ମୋ ପ୍ରେମିକା ଏମିତି ସେମିତି ନୁହେଁ ଆଜ୍ଞା ପୁରା ଧୋକେବାଜ ପ୍ରେମିକା ।
ସେ ପ୍ରେମିକା ନୁହେଁ ଗୋଟେ କାଳ ନାଗୁଣୀଟିଏ ମିଠା ମିଠା କଥା କହି ମୋ ସହ ପ୍ରେମ କରୁଥିଲା ମୋତେ ଛାଡି ରହିପାରିବନି ବୋଲି ସବୁବେଳେ ସେ କହୁଥିଲା । ପୁଣି କହୁଥିଲା ତା ଜୀବନରୁ ସେ କୁଆଡେ ମୋତେ ଅଧିକ ଭଲ ପାଏ । ହେଲେ ତା ପ୍ରେମରେ ଛଳନା ଥିଲା ବୋଲି ମୁଁ ଜାଣି ପାରିଲିନି । ସେ ମୋତେ ଧୋକା ଦେଇ ଆଉ କାହା ସହ ବାହା ହେଲା ।
ହେଲେ ସେ ଭଲ ଝିଅ ନୁହେଁ ନା ସେ ମୋ ପରି ଗୋଟେ ପ୍ରେମିକର ହେଲା ନା ସିଏ ନୂଆ ବାହା ହେଇଥିବା ତାର ସ୍ଵାମୀର ହେଲା । ବାହାଘରର କିଛି ଦିନ ପରେ ସେ ମୋ ପାଖକୁ ପୁଣି ଆସିଲା ସେତେବେଳେ ତ ମୁଁ ତାକୁ ଭୁଲି ଯାଇଥିଲି ହେଲେ ସେ ମୋ ପାଖକୁ ଆସି ନେହୁରା ହୋଇ ମୋ ସହ ସମ୍ପର୍କ ରଖିବାକୁ କହିଲା । ଏହା ପରେ ମୁଁ ତା କଥାରେ ରାଜି ହେଇ ଗଲି ଆଉ ସେ ମୋ ସହ କିଛି ଦିନ ଫେରାର ହୋଇ ରହିଲା ।
କିଛି ଦିନ ପରେ ତାର ମନ ବୁଝିଗଲା ଆଉ ସେ ପୁଣି ମୋତେ ଧୋକା ଦେଇ ତା ସ୍ଵାମୀ ପାଖକୁ ଚାଲି ଗଲା । ଆଉ ଏବେ ସେ ମୋ ନାଁରେ ମିଛ ଅଭିଯୋଗ ଆଣି ତା ପରିବାର ସହ ମିଶି ମୋତେ ମାଡ ମାରିଲା’ । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।