ନମସ୍କାର ବନ୍ଧୁଗଣ ତେବେ ରାଜଧାନୀ ରେ ପୁଣି ଚାଞ୍ଚଲ୍ୟ । ପୁଣି ଜଣେ ମହିଳାଙ୍କୁ ହତୟଆ ସନ୍ଦେହ । ପ୍ରଥମେ କୁନି ପୁଅ ଦେଖିଲା ମାଆର ମୃତଦେହ । ପଡ଼ୋଶୀ କହିଲେ ମାଆ ତାର ଶୋଇଥିଲା । ଆଈ ମାଆ ଫୋନ୍ରେ ନାତିକୁ କହିଲେ ମାଆ ଶୋଇଥିବ ଛୁଟି ଭିଡ଼ି ଉଠେଇଦେ । ହେଲେ ମାଆ କିନ୍ତୁ ଉଠିଲାନି । ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଥିଲା ମାଆ।
ତେବେ ଏମିତି କିଛି ଘଟଣା ଘଟିଛି ଭୁବନେଶ୍ୱର ଖାରବେଳନଗର ଥାନା ଶାସ୍ତ୍ରୀ ନଗର ଅଞ୍ଚଳରେ ।
ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ଯାହାକୁ ନେଇ ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳିଗଲାଣି । ତେବେ କେମିତି ହେଲା ମହିଳାଙ୍କ ମୃତ୍ୟୁ ? ଏହା ପଛରେ କିଏ ଦାୟୀ ? ମହିଳାଙ୍କ ବେକରେ ରହିଛି ଦାଗ । ତେଣୁ ତଣ୍ଟି ଚିପି ହତୟଆ କରାଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ସ୍ୱାମୀ ବି କହିଛନ୍ତି ବେକରେ ରହିଛି ତଣ୍ଟି ଚିପା ଚିହ୍ନ । ତେବେ କିଏ ଓ କାହିଁକି ହତୟଆ କଲା ? ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଏବଂ ଘନିଭୂତ ହେଉଛି ସନ୍ଦେହ ।
ତେବେ ଯିଏ ବି ହତୟଆ କରିଛି, ସେ ପୂର୍ବରୁ ମହିଳାଙ୍କୁ ଜଣିଛି । ଏହି ସନ୍ଦେହ ଏଇଥିପାଇଁ ଉପୁଜୁଛି, କାରଣ ମହିଳା ଜଣଙ୍କ ନିଜ କୁନି ପୁଅ (୩ ବର୍ଷ)କୁ ପଡ଼ୋଶୀ ଘରେ ଟ୍ୟୁସନ୍ ପାଠ ପଢ଼ିବା ପାଇଁ ଛାଡ଼ିବା ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି । ପୁଅକୁ ଟ୍ୟୁସନ୍ ଛାଡ଼ିଥିଲେ ସତ ହେଲେ ଟ୍ୟୁସନ୍ ସରିବା ସମୟ ଗଡ଼ିବା ପରେ ମଧ୍ୟ ପୁଅକୁ ଯାଇ ଆଣିନଥିଲେ ।
ସମୟ ଗଡ଼ିଯିବାରୁ ଶେଷରେ ପଡ଼ୋଶୀ ଘର ଲୋକ କୁନି ପୁଅକୁ ଆଣି ଘରେ ଛାଡ଼ିଥିଲେ । ସେମାନଙ୍କ କହିବା କଥା, ପୁଅକୁ ଘରେ ଛାଡ଼ିବା ବେଳେ ତାଙ୍କ ମାଆ ଶୋଇଥିଲେ । ଆଉ ଘରର କବାଟ ବି ଖୋଲା ଥିଲା । ତେବେ କୁନି ପୁଅ ଘରେ ପହଞ୍ଚିବା ପରେ ମାଆଙ୍କୁ ଡାକିଥିଲା । ହେଲେ ମାଆ ଉଠି ନଥିଲା । ଶେଷରେ ବାପାଙ୍କୁ ଭିଡିଓ କଲ କରି କହିଥିଲା ମାଆ ଉଠୁ ନାହାନ୍ତି ।
ଆଉ ଆଈ ମାଆ କହିଥିଲେ ମାଆର ଛୁଟି ଟିକେ ଭିଡ଼ିଦେ, ତାର ନିଦ ଭାଙ୍ଗିଯିବ । ହେଲେ ଯିଏ ଚିର ନିଦ୍ରାରେ ଶୋଇ ଯାଇଥିଲା, ସେ କେମିତି ବା ଉଠିବ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କିଏ ଏହି ମୃତ୍ୟୁ ପାଇଁ ଦାୟୀ ? ମହିଳା ଜଣକ ଘରେ ଏକା ଥିବା ନେଇ କାହା ପାଖରେ ଥିଲା ଖବର ? ପୂର୍ବ ଶତ୍ରୁତା କାରଣରୁ କରାଯାଇଛି କି ହତୟଆ ? ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।