ଗଣେଶ ପୂଜାରେ ଦୀପିକାଙ୍କ ଉପରେ ଆଉ ରାଗିଲେ ନାହିଁ ଦିନେଶଙ୍କ ମା, କଣ ବଦଳିଗଲା କି ମନ ? ଏମିତି କଣ ହେଲା ? ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ତେବେ ଆଜି ହେଉଛି ପବିତ୍ର ଗଣେଶ ପୂଜା । ଏହି ଅବସର ରେ ଦିନେଶ ଙ୍କ ଘର ଆଗରେ ବସି ରହିଛନ୍ତି ଦୀପିକା । କିନ୍ତୁ ଆଜି ଗୋଟିଏ ନୂଆ ଘଟଣା ଘଟିଛି । ଆଜି କିନ୍ତୁ ଦିନେଶ ଙ୍କ ମାଆ ଟେବୁଲ ଓ ଚେୟାର କୁ ଫୋଫାଡ଼ି ନାହାଁନ୍ତି । ଆଜି ହୁଏତ ଦୀପିକା ଙ୍କ ଉପରେ ଏତେ ରାଗି ନାହାନ୍ତି ଦିନେଶ ଙ୍କ ମାଆ । ଆପଣ ମାନେ ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ କିଭଳି ଭାବରେ ଦୀପିକା ଗଣେଶ ପୂଜା ପାଳନ କରୁଛନ୍ତି ।

ଆଜି ହୁଏତ ଦିନେଶ ଙ୍କ ପରିବାର ପାଇଁ ଶୁଭ ମନାସୁଛନ୍ତି ଦୀପିକା । ଦୀପିକା ଦିନେଶ ଙ୍କ ଘର ଆଗରେ ଗଣେଶ ପୂଜା କରୁଛନ୍ତି ଏବଂ ସମସ୍ତଙ୍କ ମଙ୍ଗଳ ଚାହୁଁଛନ୍ତି । ଏହା ଭିତରେ ଆଜିକୁ ପୁରିଲା ଏକ ମାସ ଏବଂ ଆଜି ହେଉଛି ଗଣେଶ ପୂଜା । ଏହି ସବୁ କଥା ଭାବି ଆଜି ଦୀପିକା ଦିନେଶ ଙ୍କ ପରିବାର ଏବଂ ନିଜର ଭବିଷ୍ୟତ ପାଇଁ ଶୁଭ ମନାସୁଛନ୍ତି ।

ଯେଉଁଭଳି ଭାବରେ ଗଣେଶ ଦେବତା ଙ୍କୁ ପୂଜା କରି ଆଜି ଆଶୀର୍ବାଦ ଲୋଡ଼ା କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଆଜି ଦୀପିକା ଙ୍କ ଉପରେ ଦିନେଶ ଙ୍କ ମାଆ ନା ରାଗିଥିଲେ ନା ଗଣେଶ ପୂଜା କରିବାକୁ ଯେତେବେଳେ ଦୀପିକା ସବୁ ପ୍ରସ୍ତୁତ କରୁଥିଲେ

ସେହି ସମୟରେ କେମିତି ନା କେମିତି ଦିନେଶ ଙ୍କ ମାଆ ଙ୍କର ମନ ବି ବଦଳିବାକୁ ଲାଗିଛି । ଯାହା ବର୍ତ୍ତମାନ ଚର୍ଚ୍ଚା ହେଉଛି । ସତରେ ଯଦି ଦିନେଶ ଙ୍କ ମାଆ ଙ୍କର ମନ ବଦଳିବାରେ ଲାଗୁଛି ଏବଂ ସେ ଦୀପିକା ଙ୍କୁ ଟିକେ ବି ନିଜର ବୋଲି ଭାବୁଛନ୍ତି ତେବେ ନିଶ୍ଚିତ ଆଗକୁ ଯାଇ ଦିନେଶ ଓ ଦୀପିକା ଏକ ହୋଇ ପାରିବେ ।

ଏହି ପରିବାର ହୁଏତ ହସି ଉଠିବ । ଦୀପିକା କିଭଳି ଦିନେଶ ଙ୍କ ଘର ସାମ୍ନା କୁ ଗଣେଶ ଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି ସେହି ଦୃଶ୍ୟ ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *