ନମସ୍କାର ବନ୍ଧୁଗଣ ତେବେ ଆଜି ଚାରି ଆଡ଼େ ପାଳନ ହେଉଛି ଗଣେଶ ପୂଜା ଗାଁ ଠୁ ସହର ଗଳି ଠୁ କନ୍ଦି ସବୁଠି ପୂଜା ପାଉଛନ୍ତି ବିଘ୍ନ ନାଶକ ପ୍ରଭୁ ଶ୍ରୀ ଗଣେଶ । ଆଜି ଦୀପିକା ବି ବ୍ରତ ରଖିଛନ୍ତି ଆଜି ଦୀପିକା ବି ପାଳନ କରିଛନ୍ତି ଗଣେଶ ପୂଜା । ଦିନେଶଙ୍କ ଘର ଆଗରେ ଦୀପିକା ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ଶ୍ରୀ ଗଣେଶଙ୍କ ପାଇଁ ଛୋଟ ମଣ୍ଡପ କରିଛନ୍ତି ଛୋଟ ଗଣେଶ ଠାକୁର ଆଣିଛନ୍ତି ଝିଲି ମିଲି ପତାକାରେ ସଯାଇଛନ୍ତି ଦିନେଶଙ୍କ ଘର ଆଗକୁ ।
ଦୀପିକା ବି ପିନ୍ଧିଛନ୍ତି ନୂଆ ଶାଢ଼ୀ । ଆଉ ମନେ ମନେ କହୁଛନ୍ତି ଆଜି ଗଣେଶ ଠାକୁରଙ୍କୁ କହିବି ମୋ ସମସ୍ୟାର ସମାଧାନ କାରିବାକୁ । ଆଜି ଗଣେଶ ଠାକୁରଙ୍କୁ ଗୁହାରି କରିବି କେମିତି ମୋ ଦିନେଶ ମତେ ମିଳି ଯାଆନ୍ତୁ । ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶଙ୍କ ଘର ଆଗରେ ଦୀପିକା ଧାରଣାରେ ବସିଥିବା ବେଳେ ଆଜି ଗଣେଶ ଚତୁର୍ଥୀ ପଡୁଥିବାରୁ ଦୀପିକା ବି ବ୍ରତ ରଖିଛନ୍ତି ।
ଆଉ ଦୀପିକା ମାନସିକ ମନାସିଛନ୍ତି ଦିନେଶ ତାଙ୍କୁ ସ୍ତ୍ରୀ ଆଉ ତାଙ୍କ ପୁଅକୁ ଗ୍ରହଣ କରନ୍ତୁ ବୋଲି । ଫଳ ମୂଳ ଭୋଗ ନୈବେଦ୍ୟରେ ଦିନେଶଙ୍କ ଘର ଆଗରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ପୂଜାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଦୀପିକା ଅନେକ ଆଶା ନେଇ କୋର୍ଟକୁ ଯାଇଥିବା ବେଳେ ଟିକିଏ ନିରାଶ ହୋଇ ଖାଲି ହାତରେ ଫେରିଥିଲେ ।
ଭାବିଥିଲେ ବୋଧେ ହୁଏ କାଲି ତାଙ୍କୁ ନ୍ୟାୟ ମିଳିବ ମାତ୍ର ଦିନେଶଙ୍କ ଓକିଲ ବଦଳିବା ଯୋଗୁ ଓ କିଛି ଫାଇଲ ମିସ ଥିବା ହେତୁ ଦୀପିକା ନିରାଶ ହୋଇ ପୁଣି ଥରେ ଦିନେଶଙ୍କ ଘର ବାରଣ୍ଡା ରେ ପହଞ୍ଚିଥିଲେ । ଆଜି ଗଣେଶ ଠାକୁରଙ୍କୁ ନିଜର ମନ କଥା ଜଣାଇ ସବୁକିଛି ପୂର୍ବ ପରି ଠିକ କରିଦେବାକୁ ଭଗବାନଙ୍କ ନିକଟରେ ଗୁହାରି କରିଛନ୍ତି ।
ଅନେକ ଦିନ ହେଲାଣି ଦୀପିକା ନ୍ୟାୟ ପାଇଁ ଅନେକ କଷ୍ଟ ପାଇଥିବା ବେଳେ ଏବେ ସମସ୍ତେ କହୁଛନ୍ତି ଏଥର ଗଣେଶ ଠାକୁର ଦୀପିକାଙ୍କ ଦୁଃଖ କୁଆଡେ ଦୂର କରିବେ । ଦୀପିକାଙ୍କୁ ଏଥର ପ୍ରଭୁ ଶ୍ରୀ ଗଣେଶ ନ୍ୟାୟ ଦେବେ ତେବେ ଦେଖିବାକୁ ବାକି ରହିଲା ଦୀପିକାଙ୍କୁ କେବେ ମିଳୁଛି ନ୍ୟାୟ କେବେ ଦୀପିକାଙ୍କୁ ପତ୍ନୀ ଓ ଦୀପିକାଙ୍କ ପୁଅକୁ ବାପାର ପରିଚୟ ଦେଉଛନ୍ତି ଦିନେଶ ।
ତେବେ କିନ୍ତୁ ଏହାରି ଭିତରେ ଦିନେଶ ଙ୍କ ଭାଇ ଆସି ଯେତେବେଳେ ଦୀପିକା ଭୋଗ ବାଣ୍ଟୁଥିଲେ ସେତେବେଳେ ସେ ତାଙ୍କ ପାଲ ଭାଙ୍ଗି ଦେଲେ ଏବଂ ପୂଜା ରେ ବିଘ୍ନ ଆଣିଲେ । ତେବେ ଦୀପିକା କହୁଛନ୍ତି କି ସେମାନେ ସହି ପାରୁ ନାହାଁନ୍ତି ମୋତେ ଲୋକମାନେ ସାହାଯ୍ୟ କରୁଛନ୍ତି ଲୋକମାନେ ଆସି କଥା ହେଉଛନ୍ତି । ତେବେ ସେଥିପାଇଁ ଏଭଳି କାମ କରୁଛନ୍ତି । ଆମକୁ ଡ଼ରାଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।