ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କୁସୁମ ତ୍ରିପାଠୀ । ଆପଣ ମାନେ ସମସ୍ତେ କୁସୁମଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୁସୁମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ କୁସୁମଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
କୁସୁମ ଏହି ଭିଡିଓରେ କହୁଛନ୍ତି-‘ରିଅଲ ଲାଇଫରେ ମୁଁ ବହୁତ ରୋମାଣ୍ଟିକ ହେଲେ ରିଲରେ ଦରକାର ପଡିଲେ ରୋମାଣ୍ଟିକ । ରିଲରେ ମୁଁ ପ୍ରାୟ ସମସ୍ତଙ୍କ ସହ ସ୍ତ୍ରୀ ରୋଲରେ କାମ କରିଛି । ମୁଁ ଅସ୍ରୁ ଭାଇଙ୍କ ସହ ପିନାକ୍ଷୀ ମିଶ୍ରଙ୍କ ସହ ରବି ଭାଇଙ୍କ ସହ ପ୍ରାୟ ବହୁତ ଜଣଙ୍କ ସହ ମୁଁ ସ୍ତ୍ରୀ ରୋଲରେ କାମ କରିଛି । ପ୍ରାୟ ୮୦ ଜଣଙ୍କ ସହ ମୁଁ ସ୍ତ୍ରୀ ରୋଲରେ କାମ କରିଛି ।
ମୁଁ କେବେ ନିଜ ଇଛାରେ କହିନି ଆକୁ ମୋର ସ୍ଵାମୀ ବାଛନ୍ତୁ ମୁଁ କେଉଁଠି ବି କହିନି । ତେଣୁ ଯେଉଁଠି ଯାହା ସହ ଯୋଡି ସେମାନେ ବନାନ୍ତି ମୁଁ କରିଦିଏ । ଆଗରୁ ମଣିଷଙ୍କର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଥିଲା ଆଉ ଗୁରୁ ଗୁରୁଜନ ମାନଙ୍କ ପ୍ରତି ଭକ୍ତି ଆଉ ଭଲ ପାଇବା ଥିଲା । ସେତେବେଳେ ଆମେ ସିନିୟର କଳାକାର ମାନଙ୍କୁ ସମ୍ମାନ ଦେଉଥିଲୁ । ଯେଉଁଠି ସେମାନେ ବସୁ ଥିଲେ ଆମେ ସେଇଠି ଛିଡା ହେଉ ଥିଲୁ ।
ମୁଁ ସବୁ ହିରୋ ହିରୋଇନଙ୍କ ସହ କାମ କରିଛି ସାରିଛି ପାଖାପାଖି ମୋର ୫୦ ଫିଲ୍ମ ରିଲିଜ ହେଇଥିବ । ହେଲେ ଆମେ ଆମ ଜାଗାରେ ରହୁ ଆମେ ଲିମିଟ କ୍ରସ କରୁନି ହେଲେ ଆଜି କାଲି ଝିଅଙ୍କ ସେତିକି ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୁସୁମ ତ୍ରିପାଠୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।