ସାପ ପେଟରେ କଣ ଅଛି? ମଣିଷ ଅଛି ନା ଆଉ କିଛି ଜଙ୍ଗଲୀ ପଶୁ ରହିଛି? ଯଦି ମଣିଷ ନାହିଁ ତେବେ ସେହି ବୃଦ୍ଧ ଜଣକ ଗଲେ କୁଆଡ଼େ?ଏମିତି ଏବେ ଅନେକ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛି । ତେବେ ଖବର ଆସିଥିଲା କି, ଜଣେ ବୃଦ୍ଧ ଙ୍କୁ ଅଜଗର ସାପ ଗିଳି ଦେଇଛି ବୋଲି । ସାପଟି ବୃଦ୍ଧ ଙ୍କୁ ଗିଳି କୁଆଡ଼େ ଆଉ ଯାଇ ପାରୁ ନାହିଁ । ଗୋଟିଏ ସ୍ଥାନରେ ପଡ଼ି ରହିଛି । ସାପ ଶୋଇଥିବା ସ୍ଥାନରେ ୧୨୦୦ ମିଟର ଦୂରରେ
ବୃଦ୍ଧ ବ୍ୟକ୍ତି ଙ୍କ ଚପଲ ଏବଂ ସାଇକେଲ ଥୁଆ ହୋଇ ଥିବାରୁ ଲୋକମାନେ ସନ୍ଦେହ କରିଥିଲେ କି ବୃଦ୍ଧ ବ୍ୟକ୍ତି ଜଣକୁ ଅଜଗର ସାପ ହିଁ ଗିଳି ଦେଇଛି ବୋଲି । ଲୋକମାନେ ସାପ ପାଖକୁ ଯାଇ ଭିଡିଓ କରିଥିଲେ ଏବଂ ଫରେଷ୍ଟ ଗାର୍ଡ ଙ୍କୁ ଖବର ଦେଇଥିଲେ । ତେବେ ଫରେଷ୍ଟ ଗାର୍ଡ ଙ୍କ ପ୍ରତିକ୍ରିୟା ପରେ ସେହି ଅଜଗର ର ପେଟରେ ବୃଦ୍ଧ ଜଣକ ଅଛନ୍ତି କିମ୍ବା ନୁହେଁ ଆଉ କୌଣସି ଜଙ୍ଗଲୀ ପଶୁ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।
ଫରେଷ୍ଟର ଙ୍କ କହିବା କଥା ହେଉଛି ଯଦି ଅଜଗର ସାପଟି ବୃଦ୍ଧ ଙ୍କୁ ଗିଳି ଥାଆନ୍ତା ତେବେ ସେହି ସ୍ଥାନ ରୁ ଆଉ କୁଆଡେ ଯାଇପାରି ନଥାନ୍ତା । ସାପ ଠାରୁ ୧୨୦୦ ମିଟର ଦୂରରେ ରହିଛି ଅଜଗର । ସେଥିପାଇଁ ଅଜଗର ବୃଦ୍ଧ ଙ୍କୁ ନୁହେଁ ବାର୍ହା ଭଳି ଜଙ୍ଗଲୀ ପଶୁ କୁ ଖାଇ ଥାଇପାରେ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତ କଣ ତାହା ସ୍ପଷ୍ଟ ହୋଇପାରି ନାହିଁ ।
ଅଜଗର ର ପେଟରେ କଣ ରହିଛି ଏ ପର୍ଯ୍ୟନ୍ତ କେହିବି ଜାଣି ନାହାନ୍ତି । ତେବେ ଗଣ ମାଧ୍ୟମରେ ବ୍ରେକିଙ୍ଗ ବୋଲି ଏକ ଟର୍ମ ରହିଛି । ଯେଉଁଥିରେ କୌଣସି ଏକ ଖବର ର ପ୍ରାଥମିକ ସୂଚନା ଆମେ ଲୋକଙ୍କ ପାଖରେ ପହଂଚାଇ ଥାଉ । ଯାହା ପରବର୍ତ୍ତୀ ସମୟ ରେ ଅପଡେଟ ହୋଇ ଅଧିକାଂଶ ଖବର ଠିକ ହୋଇଥାଏ ।
ଏହି ଖବର ଟି ମଧ୍ୟ ଠିକ ସେମିତି । ଏହି ଖବର ଟି ସମ୍ପୂର୍ଣ୍ଣ ରୂପରେ ସତ ଯାହା ପ୍ରାଥମିକ ସୂଚନା ରୁ ମିଳୁଛି । ତେବେ ଯଦି ଅଜଗର ପେଟରେ ବୃଦ୍ଧ ବ୍ୟକ୍ତି ଜଣକ ନାହାନ୍ତି ତେବେ ବୃଦ୍ଧ ବ୍ୟକ୍ତି ଜଣକ ଗଲେ କୁଆଡ଼େ? ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ ଅଟେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।